May 10, 2026

ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବିଦାୟ ଉତ୍ସବ ପାଳିତ

IMG-20250217-WA0016
Share

 

କୋଲନରା: ( ସଞ୍ଜୀବ କଣ୍ଡାଗରୀ ) ସ୍ଥାନୀୟ ଜଗଦମ୍ବା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଗତ କାଲି ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କର ବିଦାୟ ଉତ୍ସବ ପାଳିତ ହୋଇ ଯାଇଛି । ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ନାଥ ମିଶ୍ରଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ପ୍ରଥମେ ମା ଜଗଦମ୍ବା ଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରାଯାଇ ନବମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ଦ୍ୱାରା ବିଦାୟ ସଙ୍ଗୀତ ଗାନ କରା ଯାଇଥିଲା । ଏହାପରେ ନବମ ଶ୍ରେଣୀ ଛାତ୍ର ଛାତ୍ରୀମାନେ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କ ସହିତ ବିତାଇଥିବା ଦିନ ଗୁଡିକ ବିଷୟରେ ନିଜ ନିଜର ଅଭି ଭାଷଣ ରଖିଥିଲେ। ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ମଧ୍ୟ ତାଙ୍କର ଅନୁଭୂତି ଓ ଅନୁଭବ ପ୍ରକାଶ କରି ଭାବବିହ୍ଵଳ ହୋଇଥିଲେ । ଏହାପରେ ସହକାରୀ ଶିକ୍ଷକ କେଶବ ରାଓ, ସନ୍ତୋଷ ସ୍ୱାଇଁ ଓ ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ନାଥ ମିଶ୍ର ପିଲା ମାନଙ୍କର ଭବିଷ୍ୟତ ଜୀବନ କେମିତି ଭଲରେ କଟିବ ସେଥିପାଇଁ ଉପଦେଶ ମୂଳକ ବାର୍ତ୍ତା ସହ ଆଶୀର୍ବାଦ ପ୍ରଦାନ କରିଥିଲେ । ଶେଷରେ ବିଦ୍ୟାଳୟର ସଂସ୍କୁତ ଶିକ୍ଷକ ଧନଞ୍ଜୟ ବଗର୍ତ୍ତି ସ୍ୱଲିଖିତ ଏକ ଗୀତ ମାଧ୍ୟମରେ ଦଶମ ଶ୍ରେଣୀ ପିଲାମାନଙ୍କୁ ଉପଦେଶ ମୂଳକ ସଙ୍ଗୀତ ଗାନ କରିବା ସହିତ ସମସ୍ତ ଶିକ୍ଷକ ମାନଙ୍କର ଏକଏକ ଗୁଣ ଗୁଡିକୁ ମନେରଖିବା ପାଇଁ ଏକ ସୁନ୍ଦର ଅଭି ଭାଷଣ ରଖିଥିଲେ। ଶେଷରେ ସମସ୍ତ ଦଶମ ଶ୍ରେଣୀ ପିଲାଙ୍କୁ ଗୋଟିଏ ଲେଖାଏଁ କଲମ ଓ ଟିଫିନ ଦେଇ ବିଦାୟ ଦିଆ ଯାଇଥିଲା ।