September 26, 2026

ଉଦଯାପିତ ହେଲା ପୁରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉର୍ତ୍ସବ l

IMG-20250215-WA0061
Share

ପୁରୀ ସହର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ଉର୍ତ୍ସବ ଉଦଯାପିତ ହୋଇଯାଇଛି ଏହି ଉର୍ତ୍ସବକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପୁଷ୍ପଶ୍ରୀ ପଟ୍ଟନାୟକଙ୍କ ଅଧକ୍ଷତାରେ ମୁଖ୍ୟ ଅତିଥିଭାବେ ପୁରୀ ଜିଲ୍ଲା ସହଶିକ୍ଷାଧିକାରୀ ହିମାଂଶୁ ଶେଖର ସମର୍ଥ, ସମ୍ମାନିତ ଅତିଥିଭାବେ ରାଜ୍ୟ ଅଲମ୍ପିକ କୋଷାଧକ୍ଷ ରବିଶଙ୍କର ପ୍ରତିହାରୀ,ବିଦ୍ୟାଳୟ ଆଲୁମିନ ପ୍ରେସିଡେଣ୍ଟ ରୀନାମଣୀ ସାହୁ, ଏସଏମସି ପ୍ରେସିଡେଣ୍ଟ ସୂର୍ଯ୍ୟନାଥ ପୂଜାପଣ୍ଡାଙ୍କ ସହିତ ବିଦ୍ୟାଳୟ ର ଶିକ୍ଷୟିତ୍ରୀ ଏବଂ smc ମେମ୍ବରଙ୍କ ସହିତ କାର୍ଯ୍ୟକ୍ରମ ର ଶୁଭଉଦଘାଟନ କରିଥିଲେ l l ଏହି ଉର୍ତ୍ସବରେ ବିଦ୍ୟାଳୟ ର ଛାତ୍ରୀମାନେ ରାଜ୍ୟରେ ବିଭିନ୍ନ ପ୍ରତିଯୋଗିତା ରେ ଅଂଶଗ୍ରହଣକରି କୃତିତ୍ୱ ଅର୍ଜନ କରିଥିବା ଏବଂ ବିଦ୍ୟାଳୟ ରେ ତିନିଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡା ଉର୍ତ୍ସବରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସହଶିକ୍ଷାଧିକାରୀ ମମତା ମିଶ୍ର କୌଣସି କାରଣ ରୁ ଅନୁପସ୍ଥିତ ରହିଥିଲେ ମଧ୍ୟ ମୋବାଇଲ ମାଧ୍ୟମରେ ଶୁଭେଚ୍ଛା ଜଣାଇଥିଲେ lଏହି କାର୍ଯ୍ୟକ୍ରମ କୁ କ୍ରୀଡା ଶିକ୍ଷୟିତ୍ରୀ ପ୍ରିୟମ୍ବଦା ଜେନାଙ୍କ ସହିତ ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀଙ୍କ ସହିତ କର୍ମଚାରୀ ଓ ଛାତ୍ରୀମାନେ ପରିଚାଳନା ରେ ପୂର୍ଣ୍ଣ ସହଯୋଗ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ