May 11, 2026

ପୁଲୱାମା ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲା ଗୀତାଞ୍ଜଳି ପିସ୍ ଫାଉଣ୍ଡେସନ 

IMG-20250214-WA0062
Share

 

ବାଲେଶ୍ଵର: ଚାନ୍ଦିପୁର‌ ସ୍ଥିତ ନେହେରୁ ଏକାଡେମୀ ପରିସରରେ ଗୀତାଞ୍ଜଳି ପିସ୍ ଫାଉଣ୍ଡେସନ ତରଫରୁ ପୁଲୱାମାରେ ପ୍ରାଣବଳି ଦେଇଥିବା ଯବାନମାନଙ୍କ ଉଦ୍ଦେଶ୍ଯରେ ଶ୍ରଦ୍ଧାଞ୍ଜଳି ସଭା ତଥା କଳା ଦିବସ ପାଳନ କରାଯାଇଛି। ୨୦୧୯ରେ ପୁଲୱାମାରେ ଘଟିଥିବା ଆତଙ୍କୀ ହମଲାରେ ୪୦ଜଣ ଯବାନ ପ୍ରାଣତ୍ୟାଗ କରିଥିଲେ। ଏହି କଳା ଦିବସ ଅବସରରେ ଉପସ୍ଥିତ ଅତିଥି ଏବଂ ଛାତ୍ରଛାତ୍ରୀମାନେ ମହମବତୀ ଜଳାଇ ଓ ପୁଷ୍ପମାଲ୍ଯ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ଗୀତାଞ୍ଜଳି ପିସ୍ ଫାଉଣ୍ଡେସନ ର ଅଧ୍ୟକ୍ଷା ଏସ୍ ଗୀତାଞ୍ଜଳି, ସମ୍ପାଦିକା ଏସ୍ ଲକ୍ଷ୍ମୀ, ନେହେରୁ ଏକାଡେମୀର ପରିଚାଳନା ନିର୍ଦ୍ଦେଶକ ମିନାଜୁଲ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ଗତ କିଛିଦିନ ତଳେ ଫାଉଣ୍ଡେସନ ର ଅଧ୍ୟକ୍ଷା ଶ୍ରୀମତୀ ଗୀତାଞ୍ଜଳି ଏହି କୋଚିଂ ସେଣ୍ଟର ରେ ପହଞ୍ଚି ସୁବିଧା ଅସୁବିଧା ବିଷୟରେ ଜାଣିବାକୁ ଚାହିଁଥିଲେ। ସେତେବେଳେ ସେ ଜାଣିବାକୁ ପାଇଥିଲେ ଯେ , ଇନଭର୍ଟର ଅଭାବ ଯୋଗୁଁ ଛାତ୍ରଛାତ୍ରୀମାନେ ପାଠ ପଢ଼ିବା ପାଇଁଁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ତେଣୁ ଏହି ସମସ୍ୟାର ସମାଧାନ ଲାଗି ଆଜି ଗୀତାଞ୍ଜଳି ପିସ୍ ଫାଉଣ୍ଡେସନ ତରଫରୁ ଇନଭର୍ଟର ପ୍ରଦାନ କରାଯାଇଛି। ଯାହାଦ୍ଵାରା ବିଦ୍ୟୁତ୍ କଟିଲେ ବି ଆଉ ଅନ୍ଧାର ହେବ ନାହିଁ କୋଚିଂ ସେଣ୍ଟର। ଫାଉଣ୍ଡେସନ ର ଏଭଳି ଉଦ୍ୟମକୁ ସ୍ଥାନୀୟ ଅଞ୍ଚଳବାସୀ, ଛାତ୍ରଛାତ୍ରୀ ଭୂୟସୀ ପ୍ରଶଂସା କରିଛନ୍ତି।।