ଉମରକୋଟ ବ୍ଳକରେ ଶ୍ରମିକ ସଚେତନା ରଥର ଶୁଭ ଉଦ୍ଘାଟନ………..

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ଉମରକୋଟ ବ୍ଲକ ଅନ୍ତର୍ଗତ ସୁନାବେଡ଼ା ଗ୍ରାମ ପଞ୍ଚାୟତ ର ନାୟକ ଗୁଡ଼ା ଠାରେ ନଵରଙ୍ଗପୁର ଜିଲ୍ଲା ଶ୍ରମ ଵିଭାଗ ଦ୍ଵାରା ଉମରକୋଟ ଶ୍ରମ ଅଧିକାରୀ ମାନସ ରଞ୍ଜନ ଖସଲା ଙ୍କ ତତ୍ତ୍ଵାବଧାନରେ ଶ୍ରମିକ ସଚେତନ ରଥର ଶୁଭ ଉଦ୍ଘାଟନ ହେଇ ଯାଇଛି। ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଜୋନ-୨ ର ସଭ୍ୟ। ଶ୍ରୀମତି ଛାୟା ବିଶ୍ଵାସ ଯୋଗ ଦେଇ ଥିବ ବେଳେ ସମ୍ମାନିତ ଅତିଥି ଭାବେ ସୁନାବେଡ଼ା। ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀମତି ସବିତା ଵନ୍ଞ୍ଜରା ଉପସ୍ଥିତରେ ଶ୍ରମିକ ସଚେତନାତା ରଥ ଟିକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରି ଥିଲେ। ଏହି ରଥ ଉମରକୋଟ ଵ୍ଳକର ସମସ୍ତ ଗ୍ରାମ ପଞ୍ଚାୟତର ସମସ୍ତ ଗ୍ରାମ ଗୁଡିକରେ ବୁଲି ରାଜ୍ୟ ସରକାରଙ୍କ ଶ୍ରମ ବିଭାଗର ଶ୍ରମିକ ମାନଂକ ପାଇଁ ଥିବା ସମସ୍ତ ଯୋଜନା ଗୁଡ଼ିକର ବାର୍ତ୍ତା ପହଞ୍ଚାଇ ଜନସାଧାରଣ ମାନଙ୍କ ମଧ୍ୟରେ ସଚେତନ ସୃଷ୍ଟି କରିବ। ଏହା ସହିତ ଶ୍ରମିକ ମାନେ ଦଲାଲ ମାନଙ୍କ କବଳ ରେ ନପଡ଼ି ସିଧା ଉମରକୋଟ ଶ୍ରମ କାର୍ଯ୍ୟାଳୟକୁ ଆସି ନିଜ ନିଜ ପାଇଁ ଉଦ୍ଧିଷ୍ଟ ଥିବା ସମସ୍ତ ସରକାର ଙ୍କ ସହାୟତା ର ଆବେଦନ କରିପାରିବେ । ଏହି ଅବସର ରେ ସମାଜ ସେବୀ ଶ୍ୟାମ ବଞ୍ଜର।, ଉମରକୋଟ ବିଶ୍ଵ କର୍ମା ରାଜ ମିସ୍ତ୍ରୀ ସଂଘର ସାଧାରଣ ସଂପାଦକ ପର୍ଶୁରାମ ନାୟକ,ଧନୀ ରାମ ନାୟକ, ଜଗନ୍ନାଥ ନାୟକ, ନକୁଳ ନାୟକ, ରତନ ଚଲାନ୍, ତ୍ରିଲୋଚନ ନାୟକ, ପ୍ରଲାଦ ନାୟକ,ସଭାସିଂ ନାୟକ, ସରାଦୁ ନାୟକ, ଠାକୁରୁ ନାୟକ,ଅଭିନାଥ ନାୟକ, ଫଗୁନୁ ନାୟକ, ଚମୁରୁ ନାୟକ, ନବୀନ ନାୟକ , ମୁକ୍ତ। ନାୟକ, ଟିକି ନାୟକ, ଗୋ ମତି ନାୟକ, ଶାନ୍ତି ନାୟକ, ଶାନ୍ତି ନାୟକ, ଫୁଲମତି ନାୟକ ଓ ଅସ୍ଥି ନାୟକ ଙ୍କ ସମେତ ସୁନାବେଡ଼ା ଗ୍ରାମ ପଞ୍ଚାୟତର ପ୍ରାୟ ଏକ ଶହରୁ ଉର୍ଦ୍ଧ୍ବ ଜନ ସାଧାରଣ ଯୋଗ ଦେଇ ଥିଲେ।