May 11, 2026

କଳମ୍ବ ସରସ୍ବତୀ ଶିଶୁ ମନ୍ଦିରର ବାର୍ଷିକୋତ୍ସବ 

IMG-20250211-WA0048
Share

 

ବୁଗୁଡ଼ା:ତା ୧୧/୦୨/୨୫ : ବୁଗୁଡା ବ୍ଲକର କଳମ୍ବ ପଞ୍ଚାୟତ ଅନ୍ତର୍ଗତ ସରସ୍ବତୀ ଶିଶୁ ମନ୍ଦିରର ବାର୍ଷିକୋତ୍ସବ ସ୍ବପରିସରରେ ଅନୁଷ୍ଠିତ ହୋଇଯାଇଛି। ସମ୍ପାଦକ ଦିଲ୍ଲୀପ କୁମାର ରଥଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ମୁଖ୍ଯ ଅତିଥି ଭାବେ ବାଲିପଦର ଏଚ୍ଏସ୍ଏସର ପ୍ରାକ୍ତନ ଅଧ୍ଯକ୍ଷ ବି.ପ୍ରକାଶ ଚନ୍ଦ୍ର ପାତ୍ର, ସମ୍ମାନିତ ଅତିଥି ଭାବେ ବାଲିପଦର କ୍ଳଷ୍ଟର ସିଆରସିସି ବିଶ୍ବଜିତ୍ ପରିଡ଼ା , ଖରିଡା ହାଇସ୍କୁଲ ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁ , ନାରାୟଣ ସାମନ୍ତରା, ବିଦେଶୀ କୁମାର ରାଉତ, ରିଙ୍କି ଦାସ, ଜଳେଶ୍ଵର ପ୍ରଧାନ, ପୁର୍ଣ୍ଣଚନ୍ଦ୍ର ଖାଡଙ୍ଗା ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିଥିଲେ। ଏ ଅବସରରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା କରାଯାଇଥିଲା। ଏଥି ସହ ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।