February 22, 2025

ନବରଙ୍ଗପୁର ସ୍ଥାନୀୟ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ରେ ଜିଲ୍ଲା ସ୍ତରୀୟ ସେମିନାର ଏଫ୍ ଏଲ୍ ଏନ୍ ଇନ୍ କନେକ୍ଟ ଅଫ ଏନ ଇ ପି -୨୦୨୦ ବିଷୟରେ ଅନୁଷ୍ଠିତ ହେଇ ଯାଇଛି………

Share

 

 

ନବରଙ୍ଗପୁର :-(ଏମ୍.ଦିନା°ଶୁ ଆଚାରୀ) ଏହି ସେମିନାର ରେ ଅନୁଷ୍ଠାନ ର ଅଧକ୍ଷ ଶ୍ରୀ ଅରବିନ୍ଦ ମଢେଇ ଅଧକ୍ଷତା କରିଥିଲେ ଜିଲ୍ଲା ର ଶିକ୍ଷା ଅଧିକାରୀ ଶ୍ରୀ ଛତ୍ରପତି ସାହୁ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ସମସ୍ତିଙ୍କୁ ପ୍ରେରଣା ଦେଇଥିଲେ, କାର୍ଯ୍ୟକ୍ରମ ରେ ଇଗ୍ନୁଇଓ, କୋରାପୁଟ ର ରେଜିଓନାଲ୍ ଡାଇରେକ୍ଟର କି ନୋଟ୍ ପେରସୋନ ରୂପେ ଯୋଗ ଦେଇଥିଲେ ଏହା ଛଡା .ଧନ୍ୟବାଦ ୟୁନିଭରସିଟି, ଜୟପୁର ର ଡକ୍ଟର ମନୋରଞ୍ଜନ ପ୍ରଧାନ, ନବରଙ୍ଗପୁର ମହିଳା ମହାବିଦ୍ୟାଳୟ ର ଡକ୍ଟର ସଂଯୁକ୍ତା ପଣ୍ଡା, ଅବସର ପ୍ରାପ୍ତ ପ୍ରଧାପକ ଡକ୍ଟର ବିଜୟ କୁମାର ମିଶ୍ର, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଡକ୍ଟର ପ୍ରଦୀପ କୁମାର ମିଶ୍ର, ଏ ଡି ଇ ଓ ଡକ୍ଟର ରେଶମଲାଲ ନାୟକ ପ୍ରମୁଖ ସମ୍ମାନିତ ଅତିଥି ରୂପେ ମଞ୍ଚାସିନ ଥିଲେ l ସେମିନାର ରେ ପ୍ରାୟ ୧୫ ଜଣ ଶିକ୍ଷକ ଓ ୬ ଜଣ ଶିକ୍ଷକ ପ୍ରଶିକ୍ଷକ ଏବଂ ୩ ଜଣ ଗୁରୁଛାତ୍ର ଛାତ୍ରୀ ନିଜର ସନ୍ଦର୍ଭ ଆଲୋଚନା କରିଥିଲେ l ସମସ୍ତ କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଡକ୍ଟର ଓଁକାର ପଟ୍ଟନାୟକ ସଂଚାଳନl କରିଥିଲେ ଏବଂ ଅନୁଷ୍ଠାନ ର ଅନ୍ୟାନ ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଏମ୍ ଏସ୍ ବିଜଲୀ ଏକ୍କା, ନୀଳାଞ୍ଚଳ ମେହେର ଓ ଶିକ୍ଷକ ପ୍ରଶିକ୍ଷକ ମୂର୍ତ୍ତି କୁମାର, ପଲ୍ଲବୀ ସିଂହ, ବି. କରିଶ୍ମା ଏବଂ ବିଆଇଇଟି ଉମରକୋଟ ର ସାଇ ବିଦ୍ୟା ପାତ୍ର ସହଯୋଗ କରିଥିଲେ l ଅନୁଷ୍ଠାନ ର ସମସ୍ତ କର୍ମଚାରୀ ଏବଂ ଗୁରୁ ଛାତ୍ର ଛାତ୍ରୀ ପୂର୍ଣ୍ଣ ମାତ୍ରା ରେ ସହଯୋଗ କରିଥିଲେ l ସମ୍ପ୍ରତି ଶିକ୍ଷା ବ୍ୟବସ୍ଥା ରେ ଏଫ୍ଏଲ୍ଏନ୍ ର ଗୁରୁତ୍ୱ ଏବଂ ଏନ୍.ଇ.ପି.-୨୦୨୦ ର ପ୍ରଚଳନ ନିଶ୍ଚୟ ଶିକ୍ଷା ବ୍ୟବସ୍ଥା କୁ ଅଧିକ ମାର୍ଜିତ ଓ ସୁଦୃଢ କରିବ ଏଥିରେ ତିଳେ ମାତ୍ର ସଂଧେୟ ନାହିଁ l