May 14, 2026

ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ଐତିହାସିକ ପୋଡାଗଡ଼ ରେ ମଣ୍ଡେଇ ଯାତ୍ରା ଅନୁଷ୍ଠିତ…….

IMG-20250211-WA0023
Share

ଉମରକୋଟ(ଏମ୍.ଦିନା°ଶୁ ଆଚାରୀ)11/2/25:ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ଭଣ୍ଡାରିଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପୋଡ଼ାଗଡ ମଣ୍ଡେଇ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ତେୟାନବେ ମୌଜାର ଦେବାଦେବୀଙ୍କ ପ୍ରତୀକ ଲାଠି, କୁର୍ଚୀ ଓ ବିମାନ ଶତାଧିକ ସଂଖ୍ୟାରେ ଯୋଗ ଦେଇଥିଲେ ,ଏଥିସହିତ ଛତିଶଗଡରଅମରାବତୀ ,

ଯଇବେଲି, କଲାଓଲି ଗ୍ରାମର ଦେବାଦେବୀ ଙ୍କ ପ୍ରତୀକ ଲାଠି ଆଙ୍ଗା ଧରି ପୂଜକ ଶିରାମାନେ ଯୋଗ ଦେଇଥିଲେ ,ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଝରିଗାଁ ବିଧାୟକ ନରସିଂ ଭତ୍ରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ବିଧାୟକ ପ୍ରତିନିଧି ସୋନା ମାଝୀ,ସାଂସଦ ପ୍ରତିନିଧି ବାସନ୍ତୀ ମାଝୀ ଉମରକୋଟ ବ୍ଲକ ଅଧ୍ୟକ୍ଷା ସୁଶୀଳା ମାଝୀ ଯୋଗଦେଇଥିଲେ ଉକ୍ତ କାର୍ଯ୍ୟକୁ ପୋଡାଗଡ ସେବାୟତ ଚାରିଟେବୁଲ ଟ୍ରଷ୍ଟ ସଭାପତି ଉଦ୍ଧବ ଚରଣ ନାୟକ ଓ ମୁଖ୍ୟ ଉପଦେଷ୍ଟା କୈଳାଶ ଚନ୍ଦ୍ର ବେହେରା,ସହ ସମ୍ପାଦକ ତୁଳସୀରାମ ଭତ୍ରା,ଜଳଧର ମାଝୀ ,ଈଶ୍ୱର ମାଝୀ , ସୁକମନ୍ ପୂଜାରୀ ଉକ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ।