November 23, 2024
Share

 

ତାରିଖ ୧୬/୦୧/୨୦୨୩ ସୋମବାର ।

 

୧-ନେପାଳର ରାଜଧାନୀ କାଠମାଣ୍ଡରୁ ପୋଖରା ଯାତ୍ରା କରୁଥିବା ବିମାନ ଦୁର୍ଘଟଣାର ଶିକାର ହୋଇଛି। ଦୁର୍ଘଟଣାରେ ଏ ପର୍ଯ୍ୟନ୍ତ ୭୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବିମାନରେ ୬୮ ଯାତ୍ରୀ ଏବଂ ଚାଳକ ଦଳର ଚାରି ସଦସ୍ୟ ଥିଲେ। ଦୁଇ ଇଞ୍ଜିନ ବିଶିଷ୍ଟ ଏଟିଆର ୭୨ ବିମାନର ପରିଚାଳନା ୟତି ଏୟାରଲାଇନ୍ସ ପକ୍ଷରୁ କରାଯାଉଥିଲା। ବିମାନରେ ୫ ଭାରତୀୟ ଯାତ୍ରା କରୁଥିଲେ।

 

୨-ପୁରୁଷ ହକି ବିଶ୍ଵ କପ୍ ୨୦୨୩: ଭାରତ-ଇଂଲଣ୍ଡ ରୋମାଞ୍ଚକର ମୁକାବିଲା ଡ୍ରରେ ଶେଷ।

 

୩-ଭାରତୀୟ ଦଳ ଅନ୍ତର୍ଜାତୀୟ ଦିନିକିଆରେ ନୂତନ ବିଶ୍ଵ ରେକର୍ଡ ସ୍ଥାପନ କରିଛି। ଭାରତ ରନ ବ୍ୟବଧାନ ଦୃଷ୍ଟିରୁ ଦିନିକିଆରେ ବିଶାଳ ବିଜୟ ହାସଲ କରିଛି। ଭାରତ ତୃତୀୟ ଦିନିକିଆରେ ଭ୍ରମଣକାରୀ ଶ୍ରୀଲଙ୍କାକୁ ୩୧୭ ରନରେ ହରାଇଛି। ଏହି ଐତିହାସିକ ବିଜୟ ସହ ଭାରତ ଦିନିକିଆ ଶୃଙ୍ଖଳାକୁ ୩-୦ରେ କ୍ଲିନ୍ ସୁଇପ୍ କରି ନେଇଛି।

 

 

୪-ଝିଅ ଋଚିରଙ୍କୁ ଉତ୍ତରାଧିକାରୀ ଘୋଷଣା କଲେ କରୋନାରେ ଆକ୍ରାନ୍ତ ଲଳିତ ମୋଦି, କହିଲେ ଏବେ ସେ ସବୁ ସମ୍ପତ୍ତିର ମାଲିକ ।

 

୫-ମାଗଣା ଚାଉଳ ପରେ ଆରମ୍ଭ ହେଲା ଘର ପାଇଁ କଳି । ପୁଣି ମିଳିବ ପ୍ରଧାନମନ୍ତ୍ରୀ ଆବାସ ଘର । ଜାନୁଆରୀ ୧୬ରୁ ୨୪ ମଧ୍ୟରେ ପ୍ରଦର୍ଶିତ ହେବ ହିତାଧିକାରୀଙ୍କ ତାଲିକା ।

 

୬-ସିଂହନାଥ ପୀଠ ପରେ ପୁରୀରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଠେଲାପେଲା। ବ୍ୟାରିକେଡ୍ ଭିତରେ ଅଣନିଶ୍ୱାସୀ ହୋଇ ଦୁଇ ଭକ୍ତ ଗୁରୁତର।

 

୭-ଇସ୍ରାଏଲ ସରକାର ବିରୋଧରେ ବଢିଲା ଲୋକଙ୍କ ଆକ୍ରୋଶ, ପୁଟିନଙ୍କ ସହ ନେତନ୍ୟାହୁଙ୍କୁ କଲେ ତୁଳନା ।

 

୮-ଉତ୍ତର ଭାରତକୁ ଫେରୁଛି ଥଣ୍ଡା, ୬ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ହୋଇପାରେ ତାପମାତ୍ରା, ଦିଲ୍ଲୀ ଲାଗି ଆଲର୍ଟ ।

 

୯-ନାଗ-ଚାନ୍ଦ ଦମ୍ପତ୍ତିଙ୍କ ବେଆଇନ୍‌ ସମ୍ପତ୍ତିର ଗୁମର; ଇଡି ଚାର୍ଜସିଟ୍‌ରୁ ମିଳିଲା ସାଂଘାତିକ ତଥ୍ୟ ।

 

୧୦-ଅନୁଗୋଳ ଏନଏଚ୍ -୫୩ର ସମ୍ପ୍ରସାରଣ ସହ ଦୁଇ ଲେନ୍ ବିଶିଷ୍ଟ କରିବା ପାଇଁ ୧୭୪ କୋଟି ମଞ୍ଜୁରୀ, ସୂଚନା ଦେଲେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ।

 

୧୧-ମିସ୍‌ ୟୁନିଭର୍ସ ୨୦୨୨ ମୁକୁଟ ପିନ୍ଧିଲେ ଆମେରିକାର ଆର୍‌ ବୋନୀ ଗେବ୍ରିଏଲ୍।

 

୧୨-ସିକନ୍ଦରାବାଦ ଓ ବିଶାଖାପାଟଣାକୁ ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ ।ପତାକା ଦେଖାଇ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।କହିଲେ, ବନ୍ଦେ ଭାରତ ଏକ୍ସପ୍ରେସ ହେଉଛି ଭାରତର ପ୍ରତୀକ ।

 

୧୩-ରାଜ୍ୟରେ ଉଚ୍ଚଶିକ୍ଷା ଅନୁଷ୍ଠାନର ଭିତ୍ତିଭୂମି ବ୍ୟବହାର କରନ୍ତୁ ୟୁଜି ଓ ପିଜି ଛାତ୍ରଛାତ୍ରୀ, ପ୍ରସ୍ତାବ ଦେଲା ୟୁଜିସି ।

 

୧୪-‘ଦମନ’ ପରେ ଚର୍ଚ୍ଚାରେ ‘ଚନ୍ଦ୍ରମା’, ସିନେ କ୍ରିଟିକ୍‌ ଟ୍ଵିଟ୍‌ କରି କଲେ ପ୍ରଶଂସା ।

 

୧୫-ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାର ଗୁମର ଖୋଲିଛି ଇଡି। ଯୌନ ନିର୍ଯାତନା ମାମଲା ରଫାଦଫା କରିବାକୁ ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ବାଇଁଙ୍କୁ ବ୍ଲାକମେଲ୍‌ କରି ଅର୍ଚ୍ଚନା କେମିତି ୩୩ ଲକ୍ଷ ଟଙ୍କା ହାତେଇଥିଲେ, ସେ ସଂପର୍କରେ ଇଡି ଚା‌ର୍ଜସିଟ୍‌‌ରେ ଉଲ୍ଲେଖ କରିଛି।

 

୧୬-ପାକ୍‌ ପ୍ରଧାନମନ୍ତ୍ରୀଙ୍କ ବୟାନ: ପରମାଣୁ ଶକ୍ତି ସଂପନ୍ନ ରାଷ୍ଟ୍ର ଭିକ୍ଷା ମାଗିବା ଲଜ୍ଜାଜନକ ।

 

୧୭-ଅନୁଗୋଳ ଏନଏଚ-୫୩ ସମ୍ପ୍ରସାରଣ ଲାଗି ୧୭୪ କୋଟି ମଞ୍ଜୁର।

 

୧୮-ଭାରତ ଆସିବେ ଆଉ ୧୨ ଚିତା, ସ୍ୱାଗତ ପାଇଁ ପ୍ରସ୍ତୁତ କୁନୋ ନ୍ୟାସନାଲ ପାର୍କ ।

 

୧୯-ହାଇଦ୍ରାବାଦର ଶେଷ ନିଜାମ ମୀର୍ ବରକତ ଅଲ୍ଲୀଙ୍କ ପରଲୋକ, ୯୦ ବର୍ଷ ବୟସରେ ତ୍ୟାଗ କଲେ ଅନ୍ତିମ ନିଶ୍ୱାସ ।

 

୨୦-ଜେଲ ଫେରନ୍ତା ପ୍ରସୂତି ମହିଳାଙ୍କ ମୃତ୍ୟୁ ଘଟଣା: ଏନ୍ଏଚ୍ଆରସିରେ ମାମଲା, ୫୦ ଲକ୍ଷ କ୍ଷତିପୂରଣ ଦାବି ।

 

ସୁପ୍ରଭାତ ,ଶୁଭ ସକାଳ