May 10, 2026

ନବବଧୁ ଙ୍କ ସଂନ୍ଦେହ ଜନକ ମୃତ୍ୟୁ, ଯୈାତୁକ ଜନିତ ହତ୍ୟା ଅଭିଯୋଗ ଆଣିଲେ ପରିବାର..

IMG-20250210-WA0034
Share

 

ଗୁଣପୁର(ସୁରେନ୍ଦ୍ର ମହାନ୍ତି)ଗୁଣୁପୁର ଥାନା ଅନ୍ତର୍ଗତ ଗଣେଷ ବିହାର ଠାରେ ଭଡାଟିଆ ଘରେ ନବବଧୁ ଙ୍କ ସନ୍ଦେହ ଜନକ ମୃତ୍ୟ ହୋଇଛି। ମୃତକ ହେଲେ ରଶ୍ମୀ ରଞ୍ଜନୀ ବଡକୁମାର।ଯୈାତୁକ ଜନିତ ହତ୍ୟା ଅଭିଯୋଗ ଆଣିଲେ ମୃତକ ର ବାପ କୁଞ୍ଜ ବିହାରି ବଡକୁମାର। ଆଠ ମାସ ପୂର୍ବେ ଜଣେ ପୋଲିସ କନେଷ୍ଟବଳ ଙ୍କୁ ବିବାହ କରିଥିଲେ। ଘଟଣା ସ୍ଥଳରେ ଗୁଣୁପୁର ପୋଲିସ ପହଞ୍ଚି ତଦନ୍ତ କରୁଛି।

ସୁଚନା ମୁତାବକ ମୃତକ ନବବଧୁ ଜଣକ ଘର ପାରଳାଖେମୁଣ୍ଡି ସହରର ବିଦ୍ୟାନଗର ବୋଲି ଜଣାପଡିଛି।ନବବଧୁ ଜଣକ ୩ ଜୁଲାଇ ୨୦୨୪ ତାରିଖରେ କୁଞ୍ଜ ବିହାରି ବଡକୁମାର ତାଙ୍କ ଝିଅ କୁ ରାୟଗଡା ଜିଲ୍ଲା ଚନ୍ଦ୍ରପୁର ଗ୍ରାମର ଶତର ଚନ୍ଦ୍ର ମାଝୀ ଙ୍କ ପୁଅ ଦେବାଶିଶ ମାଝି ଙ୍କୁ ବିବାହ କରାଇଥିଲେ।ନବବଧୁ ଜଣକ ଜଣେ ପୋଷ୍ଟାଲ କର୍ମଚାରୀ ଥିବା ଜଣାପଡିଛି।ଝିଅ କୁ ବିବାହ ଦେବା ପରଠୁ ଯୈାତୁକ ଜନିତ ନିର୍ଯ୍ୟାତନା ଦିଆାଯାଉଥିବା କୁ ନେଇ ମୃତକଙ୍କ ବାପା ଗୁଣୁପୁର ଥାନାରେ ଅଭିଯୋଗ କରିଛନ୍ତି।। ମୃତକ ନବ ବଧୁର ଶବ ବ୍ୟବଛେଦ ନିମନ୍ତେ ଗୁଣୁପୁର ଉପଖଣ୍ଡ ସ୍ତରିୟ ସ୍ବାସ୍ଥ୍ୟକେନ୍ଦ୍ର କୁ ପଠାଯାଇଥିଲା।ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ତଥ୍ୟ ଲୋକ ଲୋଚନକୁ ଆସିବ ବୋଲି ଜଣାପଡିଛି।