କଟରା ଗ୍ରା:ପ: ର ପ୍ରକ୍ସି ସରପଞ୍ଚ ଙ୍କ ଦବଙ୍ଗଗିର……

ଜି.ଆର.ଏସ. ଙ୍କୁ ଧମକ ଦେଲେ,ସାବଡ଼ କରିଦେବି ।
ତିର୍ତ୍ତୋଲ
ସରପଞ୍ଚଙ୍କ ସ୍ୱାମୀ ପ୍ରକ୍ସି ସରପଞ୍ଚ ଙ୍କ ଦବଙ୍ଗଗିରି ରେ ପଞ୍ଚାୟତ ଆଶ୍ଚର୍ଯ୍ୟ ଚକିତ l ପଞ୍ଚାୟତ କୁ ଆସୁନାହାନ୍ତି ସରପଞ୍ଚ, ପ୍ରକ୍ସି ସରପଞ୍ଚ ଚଳାଉଛନ୍ତି ସରପଞ୍ଚ ଙ୍କ କାର୍ଯ୍ୟ l ଯାହାକୁ ଇଛା ତାହାକୁ ଗାଳି କରୁଛନ୍ତି ଦୋ-ଅକ୍ଷରୀ ଭାଷାରେ । ଏପରି ପ୍ରମାଣ ଭିତ୍ତିକ ଅଭିଯୋଗ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କଟରା ଗ୍ରାମ ପଞ୍ଚାୟତରେ l ଖବର ଅନୁସାରେ ଗତ ୦୪/୦୨/୨୦୨୫ ତାରିଖରେ ପଞ୍ଚାୟତ ଜି.ଆର.ଏସ. ସୌମ୍ୟ ରଞ୍ଜନ ସ୍ୱାଇଁ ପଞ୍ଚାୟତ ଅଧୀନ ମାର୍ଦ୍ଦୋଳ ଗ୍ରାମରେ ଆବାସ ଘର ଆବେଦନ କରିବାକୁ ଯୋଗ୍ୟ ହିତାଧିକାରୀଙ୍କୁ ରାଜ୍ୟ ସରକାରଙ୍କ ପ୍ରଦତ୍ତ ଆବେଦନ ପ୍ରକ୍ରିୟା ସମ୍ବଦ୍ଧରେ,ସଚେତନ କରାଇବାକୁ ଯାଇଥିବାର ଖବର ପାଇ,ସରପଞ୍ଚ ଙ୍କ ସ୍ୱାମୀ ଅର୍ଥାତ ପ୍ରକ୍ସି ମ୍ୟାନ ବେଣୁଧର ବିଶ୍ୱାଳ ଜି.ଆର.ଏସ. ଶ୍ରୀଯୁକ୍ତ ସ୍ୱାଇଁ ଙ୍କୁ ଦୋ-ଅକ୍ଷରୀ ଭାଷାରେ ଗାଳି ଗୁଲଜ କରିଥିବାର ଭଏସ ରେକର୍ଡ ଆମର ହସ୍ତଗତ ହୋଇଛି l ପ୍ରକ୍ସି ମ୍ୟାନ ଙ୍କ କହିବାନୁସାରେ ତାଙ୍କୁ ନପଚାରି କୌଣସି ଗ୍ରାମ କିମ୍ବା ବ୍ୟକ୍ତିଙ୍କ ପାଖକୁ ଜି. ଆର. ଏସ. ଯାଇପାରିବ ନାହିଁ l ଯେବେ ସରକାରଙ୍କ ନିର୍ଦ୍ଦେଶ ମାନି କାର୍ଯ୍ୟ କରିବାର ଅଛି ତ ତାଙ୍କ ଅନୁମତିରେ ଅର୍ଥାତ ପ୍ରକ୍ସି ମ୍ୟାନ ଙ୍କ ଅନୁମତିରେ କାର୍ଯ୍ୟ କରିବାକୁ ହେବ l ଏଥିରେ କୋଉ ବି.ଡ଼ି.ଓ. ବି କିଛି କରିପାରିବେନି l ଏହାପରେ ବି ଜି.ଆର.ଏସ.ଙ୍କୁ ମାଡ ମାରିବାକୁ ଧମକ ଦେଇ ତୁରନ୍ତ ପଞ୍ଚାୟତ ଅଫିସ କୁ ଆସିବାକୁ କହିଛନ୍ତି l ଜିଆରଏସ ଙ୍କୁ ଏପରି କହିବାର ଅର୍ଥ କଣ ହେଇପାରେ ? ସରପଞ୍ଚ ମହାଶୟା କିଛି ହାତ ସଫେଇ କରିବାକୁ ନିଜ ପ୍ରକ୍ସି ମ୍ୟାନ କୁ ବ୍ୟବହାର କରୁ ନାହାନ୍ତି ତ ?? ପ୍ରକାଶ ଥାଉକି କଟରା ସରପଞ୍ଚ ବିଜେଡି ସମର୍ଥିତ ପ୍ରାର୍ଥୀ ହୋଇଥିବାରୁ ତିର୍ତ୍ତୋଲ ବିଧାୟକ ଙ୍କ ଅଭୟ ବର ପାଇ ନିର୍ଭୟ ଭାବେ କାର୍ଯ୍ୟ କରୁନାହାନ୍ତି ତ ??? ଜଣେ ସରକାରୀ କର୍ମଚାରୀ ଙ୍କୁ ପ୍ରକ୍ସି ସରପଞ୍ଚ ଙ୍କ ଅଶ୍ଳୀଳ ଭାଷାରେ ଗାଳିକରି ଧମକ ଦେବା କେତେଦୂର ଯଥାର୍ଥ ତାହା ବିଡ଼ିଓ ମହାଶୟ, ପି.ଡି. ମହୋଦୟ ଏବଂ ମାନ୍ୟବର ଜିଲ୍ଲାପାଳ ଙ୍କ ଦ୍ୱାରା ତଦନ୍ତ ସାପେକ୍ଷ l ଏଠି ଦେଖିବାକୁ ମିଳୁଛି ସିଧା ସଳଖ ଉଚ୍ଚନ୍ୟାଳୟ, ଓଡିଶା ଙ୍କ ନିର୍ଦେଶ କୁ ଅବମାନନା କରାଯାଇଛି l ଖାଲି ଦେଖିବାକୁ ରହିଲା ପ୍ରଶାସନ କରୁଛି କଣ….. ?
ଜଗତସିଂହପୁର ରୁ ଶରତ କୁମାର ଦାଶ ଙ୍କ ସହିତ ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ , ନିୟୁଜ ଉପାନ୍ତ ଖବର ।