February 22, 2025

ଗୋଲିଆ କ୍ଲଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା 

Share

ବୁଗୁଡ଼ା : ତା ୦୮/୦୨/୨୫ : ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ କୁଆଁନଳା ପ୍ରାଥମିକ ବିଦ୍ୟାଳୟ ପରିସରରେ ଗୋଲିଆ କ୍ଲଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତ ହୋଇଯାଇଛି। ସିଆରସିସି ସୁନିତା ପାଣିଗ୍ରାହୀଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ ମେଳାରେ ଅତିଥି ଭାବେ ଏସ୍ଏମସି ସଭାପତି ସୁଶାନ୍ତ ପ୍ରଧାନ, ଭାମଶ୍ୟାଳି ସରପଞ୍ଚ ସଞ୍ଜୟ ବିଶ୍ବାଳ ଓ ସମିତି ସଭ୍ୟ ଗଣେଶ ପ୍ରଧାନ,ଏନଏସି ସିଆରସିସି କିରଣ ବାଳା ତ୍ରିପାଠୀ, ଓଏଭି ଉପାଧ୍ୟକ୍ଷା ସୁଚିତ୍ରା ପଟ୍ଟନାୟକ, ଭାମଶ୍ୟାଳି ହାଇସ୍କୁଲ ପ୍ରଧାନ ଶିକ୍ଷକ ନାଗେଶ୍ଵର ରାଓ, ପ୍ରଧାନ ଶିକ୍ଷୟିତ୍ରୀ ରାଜଲକ୍ଷ୍ମୀ ଶତପଥି ଓ ଜୟନ୍ତୀ କୁମାରୀ ବେହେରା ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିଥିଲେ। ଉକ୍ତ ମେଳାରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ପ୍ରସ୍ତୁତ ବିଭିନ୍ନ ଶିକ୍ଷଣ ସାମଗ୍ରୀକୁ ପ୍ରଦର୍ଶିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଧାନ ଶିକ୍ଷକ ଶଙ୍କର୍ଷଣ ନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପରିଶେଷରେ ଶିକ୍ଷୟିତ୍ରୀ ଉଷାରାଣୀ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।