May 14, 2026

ଦିଲ୍ଲୀ ନିର୍ବାଚନ: ଭୋଟ ଗଣତି ଜାରି, ପ୍ରାରମ୍ଭିକ ଟ୍ରେଣ୍ଡରେ ଅରବିନ୍ଦ କେଜରିୱାଲ, ମନୀଷ ସିସୋଡିଆ ଏବଂ ଆତିଶୀ ପଛୁଆ

IMG-20250208-WA0036
Share

 

 

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ପାଇଁ ଶନିବାର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି। ‌ନିର୍ବାଚନ ମୈଦାନରେ ବିଜେପି, ଆପ୍ ମଧ୍ୟରେ କଡା ଟକ୍କର ଜାରି ରହିଛି।

ପ୍ରାରମ୍ଭିକ ଟ୍ରେଣ୍ଡରେ ଅରବିନ୍ଦ କେଜରିୱାଲ, ମନୀଷ ସିସୋଡିଆ ଏବଂ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା ପଛୁଆ ଅଛନ୍ତି।

 

ନିର୍ବାଚନର ପ୍ରାରମ୍ଭିକ ଟ୍ରେଣ୍ଡରେ, ବିଜେପି ୩୪ଟି ଆସନରେ ଆଗୁଆ ଅଛି। ଆମ ଆଦମୀ ପାର୍ଟି ୧୬ଟିରେ ଏବଂ କଂଗ୍ରେସ ଗୋଟିଏରେ ଆଗୁଆ ଥିବା ଦେଖାଯାଉଛି।

ଓଖଲାରୁ ବିଜେପିର ମନୀଷ ଚୌଧୁରୀ ଆଗରେ ଅଛନ୍ତି, ବିଜେପି ବାଲିମାରନ, ସୀଲମପୁର ଇତ୍ୟାଦିରେ ମଧ୍ୟ ଆଗରେ ଅଛି।

 

ପ୍ରାରମ୍ଭିକ ଟ୍ରେଣ୍ଡରେ, ବିଜେପି ବହୁମତଠାରୁ ୧୦ ଆସନ ଦୂରରେ ଥିବା ପରି ମନେ ହେଉଛି।

 

୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ସରକାର ଗଠନ ପାଇଁ କୁହୁକ ସଂଖ୍ୟା ୩୬ ରହିଛି।