May 14, 2026

ବାପାଙ୍କୁ ଆକ୍ରମଣ ଅଭିଯୋଗରେ ପୁଅ ଗିରଫ..

IMG-20250206-WA0014
Share

 

 

 

ଭଞ୍ଜନଗର ୬/୨( ସୁକାନ୍ତ କୁମାର ନାୟକ):ବାପାକୁ ଆକ୍ରମଣ ଅଭିଯୋଗରେ ପୁଅକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍। ତାରାସିଙ୍ଗି ଥାନ ଅନ୍ତର୍ଗତ ସାମରଡା ଗ୍ରାମରେ ଘଟିଛି ଏଭଳି ଘଟଣା। ଗ୍ରାମର ବିଶ୍ଵନାଥ ବିଷୋୟୀ (୬୩)କୁ ସାମାନ୍ୟ ବଚସାରୁ ତାଙ୍କର ପୁଅ କାଳିଆ ବିଷୋୟୀ କୁଆଡେ ତଣ୍ଟି ଚିପି ମାରିବାକୁ ଉଦ୍ୟମ କରିଥିବା ନେଇ ବିଶ୍ଵନାଥ ଥାନାରେ ପୁଅ କାଳିଆ ନାମରେ ଅଭିଯୋଗ କରିଥିଲେ। ଏତଲାରେ ସେ ଆହୁରି ଦର୍ଶାଇଛନ୍ତି ଯେ ତାଙ୍କ ତଣ୍ଟିକୁ ଜୋରରେ ଚାପି ଧରିବା ବେଳେ ପଡୋଶୀ ମାନେ ତାଙ୍କ ଜୀବନ ବଞ୍ଚାଇଥିଲେ । ବୃଦ୍ଧ ବିଶ୍ଵନାଥଙ୍କ ଏତଲାକୁ ଆଧାର କରି ତାରାସିଙ୍ଗି ଥାନା ପକ୍ଷରୁ ୬୦/୨୫ ପ୍ରକାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ପୁଅକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ରେବତୀ ଶବର ସୂଚନା ଦେଇଛନ୍ତି। ପୂର୍ବରୁ ମଧ୍ୟ ସଂପୃକ୍ତ ପରିବାର ପକ୍ଷରୁ ନାମରେ ୩ଟି ମାମଲା ରହିଥିବା ତାରାସିଙ୍ଗି ଥାନା ଅଧିକାରୀ ରେବତୀ ଶବର କହିଛନ୍ତି।