September 24, 2026

ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

IMG-20250206-WA0010
Share

 

କୋଲନରା : ( ସଞ୍ଜୀବ କୁମାର କଣ୍ଡାଗରୀ ) ରାୟଗଡା ଜିଲ୍ଲା କୋଲନରା ବ୍ଲକ କାର୍ଯ୍ୟାଳୟ ପରିସରରେ ଆଜି ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମ ଉଦଘାଟିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧକ୍ଷା ସଂଯୁକ୍ତା କୁଲିସିକା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୀନା ପ୍ରଧାନ, ବିଇଓ ମଞ୍ଜୁଲତା ଜେନା, ବିଏଫଓ ଗଣେଶ୍ୱର ଭଟ୍ଟ, ସିଡିପିଓ ବିଜୟ ଲକ୍ଷ୍ମୀ ନିଷଙ୍କ, ଜିପିଡିଓ ପ୍ରଶାନ୍ତ କୁମାର ପାଢୀ, ଡବ୍ଲ୍ୟୁଇଓ ଦେବାଶିଷ ମୁଣ୍ଡ, ଓଡିଶା ଜୀବିକା ମିଶନ ବିପିଏମ ବର୍ଷା ପ୍ରିୟଦର୍ଶିନୀ ପ୍ରଧାନ ମଞ୍ଚାସିନ ଥିବା ବେଳେ, ବିଭିନ୍ନ ପଞ୍ଚାୟତରୁ ଆସିଥିବା ପି ଆର ଆଇ ମେମ୍ବର, ଏସ ଏଚ ଜି ସଦସ୍ୟା, ମିଶନ ଶକ୍ତି ,ଅଙ୍ଗନବାଡି କର୍ମୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଶିକ୍ଷା ବିଭାଗ, ଭ୍ରାମ୍ୟମାଣ ସ୍ୱସ୍ଥ୍ୟ କେନ୍ଦ୍ର, ମିଶନ ଶକ୍ତି, ଆଇସିଡିଏସ, ଉଦ୍ୟାନ କୃଷି ବିଭାଗ ରାୟଗଡା, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଆବାସ ଯୋଜନା ପକ୍ଷରୁ ଷ୍ଟଲ କରାଯାଇଥିଲା। ବ୍ଲକ ପ୍ରଶାସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଅତିଥିମାନେ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଧୂପ,ଦୀପ ଦେଇ ଶୁଭାରମ୍ଭ କରିଥିଲେ। ସମସ୍ତେ ସୁଦୂର ଖୋର୍ଦ୍ଧା ରୁ ଟେଲିକାଷ୍ଟ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତା ଦେଖିଥିଲେ। ଏଥିରେ ଗ୍ରାମୀଣ ଓଡ଼ିଶାର ଜୀବନ ଧାରଣରେ ମାନ ବୃଦ୍ଧି ଏବଂ ଅର୍ଥନୈତିକ ଅଭିବୃଦ୍ଧି, ଗ୍ରାମାଞ୍ଚଳର ଭିତ୍ତିଭୂମି ତଥା ରାଜ୍ୟର ସାମଗ୍ରିକ ବିକାଶର ଗତିକୁ ତ୍ବରାନ୍ବିତ କରିବା ପାଇଁ ରାଜ୍ୟ ସରକାର “ବିକଶିତ ଗାଁ ବିକଶିତ ଓଡ଼ିଶା” ଯୋଜନା ଆଜି ଠାରୁ ଆରମ୍ଭ ହୋଇଛି। ଦୀର୍ଘସ୍ଥାୟୀ ତଥା ବହୁମୁଖୀ ବିକାଶ ମୂଳକ ପ୍ରକଳ୍ପମାନ କାର୍ଯ୍ୟକାରୀ କରି ଏକ ବିକଶିତ ଓଡ଼ିଶା ଗଠନର ଲକ୍ଷ୍ୟ ପୂରଣ ଦିଗରେ ଏହା ଏକ ପଥପ୍ରଦର୍ଶକ ଭାବେ କାର୍ଯ୍ୟ କରିବ । ସାମାଜିକ,ସାଂସ୍କୃତିକ, କୃଷି ଏବଂ ଆନୁସଙ୍ଗିକ କାର୍ଯ୍ୟରେ ନିୟୋଜିତ ଥ‌ିବା ଗ୍ରାମୀଣ ଜନସାଧାରଣଙ୍କ ଅର୍ଥନୈତିକ ବିକାଶ, ଓ ସାମାଜିକ ଏକୀକରଣ ନିମନ୍ତେ ଗ୍ରାମାଞ୍ଚଳ ଯୋଗାଯୋଗ ବ୍ୟବସ୍ଥାର ବିକାଶ ଅତ୍ୟନ୍ତ ଗୁରୁତ୍ବପୂର୍ଣ । ରାସ୍ତା ସଂଯୋଗ ହୋଇନଥିବା ଗ୍ରାମ / ଜନବସତି ସହିତ ଗ୍ରାମୀଣ ଯୋଗାଯୋଗ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ଏବଂ ଆନ୍ତଃ ଗ୍ରାମ ଓ ଆଭ୍ୟନ୍ତରୀଣ ଗ୍ରାମ୍ୟ ରାସ୍ତା ଗୁଡିକର ଉନ୍ନତି କରିବା ପାଇଁ ରାଜ୍ୟ ସରକାର “ବିକଶିତ ଗାଁ ବିକଶିତ ଓଡ଼ିଶା” ଯୋଜନାରେ ଗୁରୁତ୍ଵ ପ୍ରଦାନ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମକୁ ଶିକ୍ଷକ ପ୍ରଦୀପ କୁମାର ନାୟକ ମଞ୍ଚ ପରିଚାଳନା କରିଥିଲେ।ଏଥିରେ ୫ଶହରୁ ଉର୍ଦ୍ଧ୍ବ ଜନ ସାଧାରଣ ଉପସ୍ଥିତ ଥିଲେ।