May 11, 2026

ଉମରକୋଟ ନିକଟସ୍ଥ ବିଡ୍ରି ମନ୍ଦିର ରେ ଅଙ୍ଗନବାଡ଼ି କର୍ମୀ ଦ୍ବାରା ସାମ୍ବାଦିକ ସମ୍ମାନୀତ……

IMG-20250201-WA0063
Share

 

 

ଉମରକୋଟ:-(ଏମ୍ .ଦିନା°ଶୁ ଆଚାରୀ) ସାମ୍ବାଦିକ ମାନଙ୍କ ସହ ଗଠନ ମୂଳକ ସମ୍ପର୍କ ରଖି ଏକ ସୁସ୍ଥ ପରମ୍ପରା ରେ କାର୍ଯ୍ୟ କରିବ। ଉଦ୍ଦେଶ୍ୟ ରେ ଉମରକୋଟ ଅଞ୍ଚଳର ସମସ୍ତ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ଉମରକୋଟ ପୈାର ପରିଷଦ ରେ ଥିବା ସମସ୍ତ ୧୪ ଗୋଟି ୱାର୍ଡ ର ଅଙ୍ଗନବାଡ଼ି କର୍ମୀ ମାନଙ୍କ ଦ୍ବାରା ସମ୍ମାନୀତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଟି ବିଡ୍ରି ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ବରେ ଉମରକୋଟ ରେ କାର୍ଯ୍ୟରତ ସମ୍ରାଟ ସାମ୍ବାଦିକ ମାନଙ୍କୁ ଉପଢୌକନ ଓ ଫୁଲ ତୋଡା ଦେଇ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା। ଆଗାମୀ ଦିନରେ ପୌର ପରିଷଦ ର ସମସ୍ତ ଅଙ୍ଗନବାଡି କର୍ମଚାରୀ ଙ୍କ ସହ ସାମ୍ବାଦିକ ଙ୍କ ସମ୍ପର୍କ ସବୁବେଳେ ଭଲ ରହିବ ଏବଂ ପ୍ରତ୍ୟେକ କ୍ଷେତ୍ର ରେ ସାମ୍ବାଦିକ ମାନଙ୍କୁ ସହଯୋଗ କରାଯିବ ବୋଲି ଅଙ୍ଗନବାଡି କର୍ମୀ ଉକ୍ତ କାର୍ଯ୍ୟକ୍ରମ ରେ ପ୍ରକାଶ କରିଥିଲେ। ଆଜିର କାର୍ଯ୍ୟକ୍ରମ ରେ ସଭାପତି ଅର୍ଚନା ରୟ,ସମ୍ପାଦକ ଅରୁନ୍ଧତୀ ପଟନାୟକ ଙ୍କ ସହ ଅନ୍ୟମାନଙ୍କ ମଧ୍ୟରେ ତୃପ୍ତି ଘରାମୀ,ଗୌରୀ ସରକାର, ସଂଜିତା ତୁରୁକ, ବାସନ୍ତୀ ସେବତୀ, ହେମ ବାଇ, ମୋତି ମାଝୀ, ଗୌରୀ ମଣି, ରେଖା ହାଲଦାର, ବନ୍ଦନା ମଜୁମଦାର, ଦମୟନ୍ତୀ, ମଙ୍ଗଳ ଦେଇ, ତୃଷା ଦେଇ ନାୟକ ଙ୍କ ସହ ଅନ୍ୟ କର୍ମୀ ମାନେ ମଧ୍ୟ ଉପସ୍ଥିତ ଥିଲେ।