ପୁରୀ ବଜାର ପ୍ରବେଶ କଲା ହିରୋ ମୋଟୋକର୍ପ ସ୍କୁଟର ‘ଡେଷ୍ଟିନି ୧୨୫’
ପୁରୀ,୨୯ା୧: ସ୍ଥାନୀୟ ଟାଉନ ହଲ୍ ଛକସ୍ଥିତ ହିରୋ ମୋଟୋକର୍ପର ଅଧିକୃତ ଶୋ’ରୁମ୍ ସଞ୍ଜୀବ ହିରୋଠାରେ କମ୍ପାନୀର ନୂଆ ସ୍କୁଟର ‘ଡେଷ୍ଟିନି ୧୨୫’ ଏକ୍ସଟେକ୍ ପୁରୀ ବଜାରକୁ ପ୍ରବେଶ କରିଛି । ଏଥିପାଇଁ ଶୋ’ ରୁମ୍ ପରିସରରେ ସ୍ୱତନ୍ତ୍ର ଭାବେ ଉନ୍ମୋଚନ ଉତ୍ସବ ଆୟୋଜନ କରାଯାଇଥିଲା । ଏଥିରେ ରାଜ୍ୟ ସଭା ସାଂସଦ ସୁଭାଶିଷ ଖୁଣ୍ଟିଆ, ବରିଷ୍ଠ ଦଇତାପତି ସେବାୟତ ରାମକୃଷ୍ଣ ଦାସ ମହାପାତ୍ର, ସଞ୍ଜୀବ ହିରୋର ପରିଚାଳନା ନିର୍ଦ୍ଦେଶକ (ଏମ୍ଡି) ଅମିତ୍ ମଲ୍ଲିକ, ଶୋ’ ରୁମ୍ ମ୍ୟାନେଜର ଅମ୍ବିକା ପ୍ରସାଦ ମିଶ୍ର, ଟିଏସଏମ ଶୁଭମ ପାଢ଼ୀ ପ୍ରମୁଖ ଯୋଗଦେଇ ଏହି ନୂଆ ସ୍କୁଟରକୁ ଉନ୍ମୋଚନ କରାଇଥିଲେ । ରାଜ୍ୟ ସଭା ସାଂସଦ ଓ ବରିଷ୍ଠ ଦଇତାପତି ସେବାୟତ ହିରୋ ମୋଟୋକର୍ପର ହାଇଟେକ୍ ସ୍କୁଟର ‘ଡେଷ୍ଟିନି ୧୨୫’କୁ ପୁରୀ ବଜାର ପ୍ରବେଶ କରାଇଥିଲେ ।
ବର୍ତ୍ତମାନ ବାଇକ୍ ଅପେକ୍ଷା ସ୍କୁଟରର ଚହିଦା ବଢିଲାଣି । ବିଶେଷକରି ଯୁବଗୋଷ୍ଠୀ, କଲେଜ ଛାତ୍ରଛାତ୍ରୀ ମଧ୍ୟ ସ୍କୁଟର ଚଲାଇବାକୁ ଆଗ୍ରହ ପ୍ରକାଶ କଲେଣି । ଏହାକୁ ନଜରରେ ରଖି ହିରୋ ମୋଟକର୍ପ ଜବରଦସ୍ତ ଫିଚର ସହ ‘ଡେଷ୍ଟିନି ୧୨୫’କୁ ବଜାରକୁ ଛାଡିଛି । ଆଧୁନିକ ଜ୍ଞାନକୌଶଳ ସହିତ ଅତୁଳନୀୟ ମାଇଲେଜ୍ ତଥା ଅବିସ୍ମରଣୀୟ ବିଶ୍ୱସନୀୟତାକୁ ନେଇ ଏହା ବଜାରକୁ ଆସିଛି । ସ୍ପୋର୍ଟିଂ କ୍ୟାରେକ୍ଟର ଫ୍ୟୁଚରଷ୍ଟିକ୍ ଷ୍ଟ୍ରକ୍ଚର ସହିତ ଏହାର ଡିଜାଇନ ବେଶ୍ ଆକର୍ଷଣୀୟ ରହିଛି । ଉଜ୍ଜ୍ୱଳିତ ଷ୍ଟାର୍ଟ ସୁଇଜ୍, ସ୍ୱକ୍ରିୟ ବନ୍ଦ ହୋଇପାରୁଥିବା ୱିଙ୍କର, ଲମ୍ବା ସିଟ୍ ଏବଂ ଅଧିକ ସ୍ଥାନ ଥିବା ଏକ ଫ୍ଲୋରବୋର୍ଡ ମଧ୍ୟ ରହିଛି । ଏକ ସ୍ଫୁତିଭରା, ଗତିଶୀଳ ତଥା ମିତବ୍ୟୟ ବାହନ ହିସାବରେ ଯାନ୍ତ୍ରିକତାର ସମସ୍ତ ଗୁଣ ରହିତ ଏହି ସ୍କୁଟରରେ ନୂତନ ଡିଜିଟାଲ ସ୍ପିଡୋମିଟର, ୧୯୦ ଏମ୍ଏମ୍ ସମ୍ମୁଖ ଭାଗ ଡିସବ୍ରେକ୍, ଏକ ଅଧୁନତମ ୧୨/୧୨ ପ୍ଲାଟଫର୍ମ ତଥା ଚଉଡା ପଛ ଚକା ଭଳି ଏକାଧିକ ବୈଶିଷ୍ଟତା ରହିଛି । ଏଥିରେ ହିରୋର ନବୀନତମ ଆଇ ୩ଏସ୍ (ଆଇଡେଲ ଷ୍ଟପ ଷ୍ଟାଟ୍ ସିଷ୍ଟମ୍) କୌଶଳ ସହିତ ଡିଜାଇନ ହୋଇଥିବା ବୁଦ୍ଧିଜ୍ଞାନ ସଂଯୁକ୍ତ ବ୍ୟାକରେଷ୍ଟ ଚାଳକଙ୍କୁ ଆହୁରି ଅଧିକ ଆରାମଦାୟକତା ତଥା ଉତ୍କୃଷ୍ଟମାନର ଚାଳନାର ଅଭିଜ୍ଞତା ପ୍ରଦାନ କରିବ । ନୂତନ ଡେଷ୍ଟିନି ୧୨୫ ଏକ୍ସକ୍ଲୁଜିଭ ରଙ୍ଗର ବିକଳ୍ପକୁ ନେଇ ଉପଲବ୍ଧ ହେଉଛି । ଭିଏକ୍ସ କାଷ୍ଟ ଡ୍ରମ ଏଟରନାଲ ୱାଇଟ୍, ରିଗାଲ ବ୍ଲାକ୍ ଏବଂ ଗ୍ରୁଭି ରେଡରେ ଉପଲବ୍ଧ ହେଉଥିବା ବେଳେ କାଷ୍ଟ ଡିସ୍କ ଜେଡ୍ଏକ୍ସ କସମିକ୍ ବ୍ଲୁ ଏବଂ ମିଷ୍ଟିକ୍ ମାଜୋ ଏବଂ କାଷ୍ଟ ଡିସ୍କ ଜେଡ୍ଏକ୍ସପ୍ଲସ ଏଙ୍କରନାଲ ୱାଇଟ, ରିଗାଲ ବ୍ଲାକ୍ ସହିତ କପର କ୍ରୋମଯୁକ୍ତରେ ଏହା ଉପଲବ୍ଧ ହେଉଛି । ଡେଷ୍ଟିନି ୧୨୫ ଭିଏକ୍ସର ଏକ୍ସ ଶୋ’ ରୁମ୍ ମୂଲ୍ୟ ୮୦,୪୫୦ ଟଙ୍କା, ଜେଡ୍ଏକ୍ସ ମୂଲ୍ୟ ୮୯,୩୦୦ ଟଙ୍କା ଏବଂ ଜେଡ୍ଏକ୍ସ ପ୍ଲସ ମୂଲ୍ୟ ୯୦,୩୦୦ ଟଙ୍କା ରହିଛି । ତେବେ ଏହି ସ୍କୁଟର ଗ୍ରାହକଙ୍କୁ ବେଶ୍ ଆକୃଷ୍ଠ କରିବ ବୋଲି ବରିଷ୍ଠ ସେବାୟତ ରାମକୃଷ୍ଣ ଦାସ ମହାପାତ୍ର ସୂଚନା ଦେଇଛନ୍ତି । ଏହି ଅବସରରେ ୨ ଗ୍ରାହକଙ୍କୁ ନୂଆ ଗାଡିର ପ୍ରଥମ ଡେଲିଭରୀ ପ୍ରଦାନ କରାଯାଇଥିଲା ବୋଲି କହିଛନ୍ତି ସଞ୍ଜୀବ ହିରୋର ପରିଚାଳନା ନିର୍ଦ୍ଦେଶକ ଅମିତ ମଲ୍ଲିକ । ସୂଚନାଥାଉକି, ଗତକାଲି ଶ୍ରୀମନ୍ଦିରକୁ ପ୍ରଥମ ଗାଡି ପ୍ରଦାନ କରାଯାଇଥିଲା l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ