May 11, 2026

ମଳାସପଦର ବିଦ୍ୟାଳୟରେ ଭଞ୍ଜ ଜୟନ୍ତୀ …

IMG-20250128-WA0052
Share

 

ଭଞ୍ଜନଗର(ସୁକାନ୍ତ କୁମାର ନାୟକ): ସମ୍ବାଦ ସାହିତ୍ୟ ଘର ତରଫରୁ ଦୀର୍ଘ ଛଅ ଦିନ ଧରି ଆୟୋଜିତ ହେବାକୁ ଥିବା ଭଞ୍ଜ ଜୟନ୍ତୀର ପ୍ରଥମ ଦିନ ମଳାସପଦର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଆର୍‍.ଗୀତାଞ୍ଜଳି ଆଚାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ସମ୍ବାଦ ସାହିତ୍ୟ ଘରର ସମ୍ପାଦକ ସନ୍ତୋଷ କୁମାର ଜେନା, ସମ୍ମାନିତ ଅତିଥିଭାବେ ଉପସଭାପତି ନେତାଜୀ ବିଷୋୟୀ, ଉପଦେଷ୍ଟା ଜଗବନ୍ଧୁ ଜେନା, ସହସମ୍ପାଦିକା ରୀତାରାଣୀ ମହାପାତ୍ର, ଚିନ୍ମୟ କୁମାର ବେବର୍ତ୍ତା ଉପସ୍ଥିତ ରହି ଉପେନ୍ଦ୍ର ଭଞ୍ଜଙ୍କ ଜୀବନୀ ବିଷୟରେ ବର୍ଣ୍ଣନା କରିବା ସହିତ ଏହିପରି ଜଣେ ମହାନ ସ୍ରଷ୍ଟାଙ୍କୁ ଜନ୍ମ ଦେଇ ଏ ମାଟି ଆଜି ପବିତ୍ର ହୋଇଯାଇଛି ବୋଲି ମତପ୍ରକାଶ କରିଥିଲେ। ଯାହାଙ୍କ କାବ୍ୟକବିତା ଆଜି ବିଶ୍ୱ ଦରବାରରେ ପହଞ୍ôଚପାରିଛି। ସେହି ମାଟିର ସନ୍ତାନ ଭାବେ ଆମେ ଗର୍ବ କରିବା ଆବଶ୍ୟକ ରହିଛି। ଭଞ୍ଜଙ୍କ ଜୀବନୀ ଉପରେ ଆଧାରିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଅତିଥିମାନଙ୍କ ଦ୍ୱାରା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଶିକ୍ଷୟିତ୍ରୀ ପ୍ରଭାତୀ ମଞ୍ଜରୀ ବେହେରା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ସମୟରେ ଧନ୍ୟବାଦ ପ୍ରଦାନ କରିଥିଲେ ଶିକ୍ଷୟିତ୍ରୀ ଅରୁଣା ବେହେରା। କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ଶିକ୍ଷକ ବସନ୍ତ ଚୌଧୁରୀ, ଶିକ୍ଷୟିତ୍ରୀ ସୁଶ୍ରୀ ମଧୁସ୍ମିତା ଗୌଡ଼, ଶ୍ରୀମତୀ ଶୁଭସ୍ମିତା ଗୌଡ଼।