May 14, 2026

ତା୨୬.୦୧.୨୦୨୫ରିଖଗାଙ୍ଗପୁର ଥାନା ଅନ୍ତର୍ଗତ ପଳାସପଲ୍ଲୀ ଗ୍ରାମ ସ୍ଥିତ କେଶବ ଉଚ୍ଚପ୍ରାଥମିକ ବିଦ୍ୟାଳୟ ତରଫରୁ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି।

IMG-20250126-WA0076
Share

ତା୨୬.୦୧.୨୦୨୫ରିଖଗାଙ୍ଗପୁର ଥାନା ଅନ୍ତର୍ଗତ ପଳାସପଲ୍ଲୀ ଗ୍ରାମ ସ୍ଥିତ କେଶବ ଉଚ୍ଚପ୍ରାଥମିକ ବିଦ୍ୟାଳୟ ତରଫରୁ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ସଭାପତି ଶ୍ରୀ ସୁଦାମ ଚରଣ ଗୌଡ଼ ଜାତୀୟ ପତାକା ଭର୍ତ୍ତୋଳନ କରିଥିଲେ । ଏଥିରେ ପ୍ରାଥମିକ ବିଦ୍ୟାଳୟ,ଅଙ୍ଗନବାଡ଼ି କେନ୍ଦ୍ରର ଛାତ୍ର/ଛାତ୍ରୀ, ଶିକ୍ଷକ ବୃନ୍ଦ, ଗ୍ରାମ ପରିଚାଳନା କମିଟି ର ସଭ୍ୟ ବୃନ୍ଦ ଏବଂ ପୁରାତନ ଛାତ୍ରଛାତ୍ରୀ ବୃନ୍ଦ ଅଂଶ ଗ୍ରହଣ କରିଥିଲେ l ତତ୍ ପରେ ବିଦ୍ୟାଳୟର ପରିଚାଳନା କମିଟି ସଭାପତି ସୁଦାମ ଚରଣ ଗୌଡ଼ ଙ୍କ ସଭାପତିତ୍ଵ ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ମୂଖ୍ୟ ଅତିଥିରୁପେ ଲମ୍ବୋଦର ବିଷୋୟୀ, ମୂଖ୍ୟ ବକ୍ତା ରୂପେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଂଜିତ କୁମାର ପାତ୍ର,ସମ୍ମାନିତ ଅତିଥି ରୂପେ ବିଦ୍ୟାଳୟ ସଂପାଦଙ୍କ ଅଶୋକ କୁମାର ସ୍ୱାଇଁ, ସମୀର କୁମାର ସ୍ୱାଇଁ, ଶିକ୍ଷକ ପ୍ରଭାକର ବିଷୋୟୀ,ସନାତନ ଜାଗରଣ ମଞ୍ଚର କାର୍ଯ୍ୟକର୍ତ୍ତା ସତ୍ୟଜିତ୍ ସ୍ୱାଇଁ, ସତ୍ୟନାରାୟଣବିଷୋୟୀ, ଉତ୍ତମ ବିଷୋୟୀ, ସନାତନ ଜାତୀୟ ମଞ୍ଚ ସମ୍ବଲପୁର ପ୍ରାନ୍ତ ପ୍ରମୂଖ ସନ୍ତୋଷ କୁମାର ବିଶ୍ୱାଳ, ପ୍ରଭାତ କୁମାର ରାଉତ, ସୁକାନ୍ତ କୁମାର ବିଷୋୟୀ, ସାମ୍ୱାଦିକ ପଞ୍ଚାନନ ସାହୁ, ରେଶ୍ମା ସ୍ୱାଇଁ, ରୂପସ୍ୱିନୀ ସ୍ୱାଇଁ, ସୁବାସିନୀ ଗୌଡ଼,ଶିବାନୀ ସ୍ୱାଇଁ, ସୁଲଚ଼ନା ବିଷୋୟୀ,ରାଜଲକ୍ଷ୍ମୀ ସ୍ୱାଇଁ ବୈଠକ ରେ ଉପସ୍ଥିତ ରହି ସାଧାରଣତନ୍ତ୍ର ଦିବସର ବିଷେଶତ୍ଵ ସଂପର୍କରେ ଆଲୋଚନା କରିଥିଲେ । ବୈଠକ ରେ ବିଦ୍ୟାଳୟର କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରଷ୍କାର ବିତରଣ କରାଜାଇଥିଲା।ବିଦ୍ୟାଳୟର ସହକାରୀ ଶିକ୍ଷକ ଅଶୋକ କୁମାର ଗୌଡ଼ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ଛାତ୍ର/ଛାତ୍ରୀ ମାନଙ୍କୁ ମିଷ୍ଠାନ୍ନ ବଣ୍ଟନ ସହ ରାଉରକେଲା ହନୁମାନ ବାଟିକା ଠାରେ ପ୍ରସ୍ତୁତ ବିଶ୍ଵପ୍ରସିଦ୍ଧ ଲଡୁ କୁ ସନାତନୀ କାର୍ଯ୍ୟକର୍ତ୍ତା ଙ୍କ ଦ୍ଵାରା ବଣ୍ଟନ କରାଜାଇଥିଲା ।