September 26, 2026

୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତ..

IMG-20250126-WA0074
Share

ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ):ଆଜି ଭବାନୀପାଟଣାସ୍ଥିତ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ ଠାରେ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲାପାଳ ଶ୍ରୀଯୁକ୍ତ ସଚିନ ପାୱାର ଯୋଗଦାନ କରିଥିଲେ। ଏଥିସହ ଜିଲ୍ଲାର ଗଣ୍ୟମାନ୍ୟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଜିଲ୍ଲାପାଳ ଜାତୀୟ ପତାକା ଉତ୍ତୋଳନ କରିବା ପରେ ସାଧାରଣତନ୍ତ୍ର ଦିବସ ଉପରେ ସମ୍ବୋଧନ ଦେଇଥିଲେ। ଏହାପରେ ଜିଲ୍ଲା ପୋଲିସ ଏବଂ ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟ ସହିତ ସହରର ବିଭିନ୍ନ ମହାବିଦ୍ୟାଳୟ ତଥା ଉଚ୍ଚବିଦ୍ୟାଳୟର ଏନ.ସି.ସି,ସ୍କାଉଟ, ଗାଇଡ଼ରେ ମିଶିଥିବା ଛାତ୍ରୀଛାତ୍ର ମାନେ ପରେଡ କରିଥିଲେ ଏବଂ ଜିଲ୍ଲାପାଳଙ୍କୁ ସାଲାମୀ ଦେଇଥିଲେ। ଏହାପରେ ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ର ମାନେ ବିଭିନ୍ନ କ୍ରୀଡା କୌଶଳ ପ୍ରଦର୍ଶନ କରିଥିଲେ। ଶେଷରେ ବିଜେତାଙ୍କୁ ଜିଲ୍ଲାପାଳ ପୁରସ୍କାର ପ୍ରଦାନ କରିଥିଲେ।

You may have missed