November 16, 2024

ଗଞ୍ଜାମ ବ୍ଲକ କାର୍ଯ୍ୟାଳୟରେ ଅଞ୍ଚଳ ସ୍ତରୀୟ ପୋଷଣ ପଖୱାଡା କାର୍ଯ୍ୟକ୍ରମ ଅନୁଷ୍ଠିତ 

Share

 

ଗଞ୍ଜାମ :ପ୍ରଦୀପ କୁମାର ପଣ୍ଡା

 

ଗଞ୍ଜାମ ବ୍ଲକ କାର୍ଯ୍ୟାଳୟରେ ଗଞ୍ଜାମ ଏନଏସି ଅଧିନସ୍ଥ ଅଙ୍ଗନବାଡି କର୍ମୀ ମାନଙ୍କୁ ନେଇ ସମନିତ୍ୱ ଶିଶୁ ଓ ମହିଳା ବିକାଶ ବିଭାଗ ପକ୍ଷରୁ ଅଞ୍ଚଳ ସ୍ତରୀୟ ପୋଷଣ ପଖୱାଡା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଆୟୋଜିତ କାର୍ଯ୍ୟକ୍ରମରେ ସିଡିପିଓ ସଲୀଳା ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ମହିଳା, ଶିଶୁ, କିଶୋର କିଶୋରୀ ମାନେ ମୁଖ୍ୟତଃ ମାଣ୍ଡିଆ ରେ ପ୍ରସ୍ତୁତି ପୋଷଣ ଯୁକ୍ତ ଖାଦ୍ୟ ଆହାର କରି ସୁସ୍ଥ ଜୀବନ ଯାପନ ପାଇଁ ପରାମର୍ଶ ଦେଇଥିଲେ l ସୁପରଭାଇଜର ଭାରତୀ ବ୍ରହ୍ମା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ l ମଧୁଲିକା ମହାପାତ୍ର, ତନୁଜା ବେହେରା, ଛବିରାଣୀ ଦେବୀ ପ୍ରମୁଖ ସୁପରଭାଇଜର ମଞ୍ଚାସିନ ହେବା ସହ ପ୍ରତ୍ୟେକ ଅଙ୍ଗନାବାଡ଼ି କର୍ମୀ ପୋଷଣ ଯୁକ୍ତ ଖାଦ୍ୟ ଆହାର କରିବା ନେଇ ନିଜ ନିଜ ଅଞ୍ଚଳରେ ସଚେତନତା ସୃଷ୍ଟି କରିବା ନେଇ ପରାମର୍ଶ ଦେଇଥିଲେ l କାର୍ଯ୍ୟକ୍ରମରେ ଗଞ୍ଜାମ ସହରାଞ୍ଚଳ କୁ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ଜାତୀୟ ପତାକା ତ୍ରିରଙ୍ଗା ସଦୃଶ୍ୟ ଛ ସୂତ୍ର ଶସ୍ୟ ଖାଦ୍ୟ ଫଳ, ପରିବା, ଶସ୍ୟ ପ୍ରଦର୍ଷିତ କରାଯାଇଥିଲା l ସୁସ୍ଥ ଗର୍ଭବତୀ,ପ୍ରସୂତି, ବାଳକ, ବାଳିକା, କିଶୋର, କିଶୋରୀ ଏବଂ ଦକ୍ଷତା ସମ୍ପର୍ଣ ଅଙ୍ଗନବାଡି କର୍ମୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l

ଉକ୍ତ କାର୍ଯ୍ୟକ୍ରମରେ ସ୍ୱୟଂ ସହାୟିକା ଗୋଷ୍ଟି ମହିଳା ମାନେ ଉପସ୍ଥିତ ରହି ଥିବା ବେଳେ ଅଙ୍ଗନବାଡି କର୍ମୀ ମାନେ ମାଣ୍ଡିଆ ରେ ନିର୍ମିତବିଭିନ୍ନ ଖାଦ୍ୟ ପ୍ରସ୍ତୁତି କରି ପ୍ରଦର୍ଷିତ କରିଥିଲେ l ସ୍ଥାନୀୟ ଅଙ୍ଗନବାଡି କର୍ମୀ ମାନେ କାର୍ଯ୍ୟକ୍ରମ ର ସୁପରିଚାଳନା କରିଥିଲେ l