May 20, 2025

ଭାରୋତ୍ତଳନରେ ବାଲିପଦର କଲେଜ ଛାତ୍ରୀଙ୍କ କୃତିତ୍ବ 

Share

 

ବୁଗୁଡା : ତା ୧୩/୦୧/୨୫ : ସର୍ବ ଭାରତୀୟ ଉତ୍ତର-ପୂର୍ବ କ୍ଷେତ୍ର ସ୍ତରୀୟ ଆନ୍ତଃ ବିଶ୍ବବିଦ୍ୟାଳୟ ଭାରୋତ୍ତଳନ ପ୍ରତିଯୋଗିତାରେ ଏଠାକାର ବାଲିପଦର ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟର +୩ ଦ୍ବିତୀୟ ବର୍ଷ କଳା ଛାତ୍ରୀ ରିଙ୍କି ନାୟକ ରୌପ୍ୟ ପଦକ ହାସଲ କରି ବୁଗୁଡା ଅଞ୍ଚଳ ପାଇଁ ଗୌରବ ଆଣିଥିବା ଜଣାଯାଇଛି । ପଞ୍ଜାବ ରାଜ୍ୟର ଲଭଲି ପ୍ରଫେସନାଲ ୟୁନିଭରସିଟି ପରିସରରେ ଆୟୋଜିତ ଉକ୍ତ ଭାରୋତ୍ତଳନ ପ୍ରତିଯୋଗିତାରେ ଅଂଶ ଗ୍ରହଣ ସ୍ନାଚରେ ୬୩ କି.ଗ୍ରା ଏବଂ କ୍ଲିନ୍ ଏଣ୍ଡ୍ ଜର୍କରେ ୮୧ କି.ଗ୍ରା ଭାରୋତ୍ତଳନ କରି ରୌପ୍ୟ ପଦକ ହାସଲ କରିଛନ୍ତି । ଭାରୋତ୍ତଳନକାରୀ ରିଙ୍କି ତାଙ୍କର ଏହି କୃତିତ୍ବ ପାଇଁ ବିଭିନ୍ନ ମହଲରେ ପ୍ରଶଂସିତ ହୋଇଛନ୍ତି।