May 11, 2026

ନିଳକଣ୍ଠେଶ୍ୱର ଅଟୋ ଚାଳକ ସଂଘ ଓ ପୁରୀ ଷ୍ଟେସନ ଅଟୋ ଚାଳକ ସଂଘ ମଧ୍ୟରେ ଏକ ବନ୍ଧୁତ୍ୱ ପୂର୍ଣ କ୍ରିକେଟ ମ୍ୟାଚ ପୁରୀ ଜଗନ୍ନାଥ ଷ୍ଟାଡିୟମରେ ହୋଇଯାଇ ଅଛି

IMG-20250120-WA0008
Share

ନିଳକଣ୍ଠେଶ୍ୱର ଅଟୋ ଚାଳକ ସଂଘ ଓ ପୁରୀ ଷ୍ଟେସନ ଅଟୋ ଚାଳକ ସଂଘ ମଧ୍ୟରେ ଏକ ବନ୍ଧୁତ୍ୱ ପୂର୍ଣ କ୍ରିକେଟ ମ୍ୟାଚ ପୁରୀ ଜଗନ୍ନାଥ ଷ୍ଟାଡିୟମରେ ହୋଇଯାଇ ଅଛି। ଏହି ମ୍ୟାଚ ରେ ପୁରୀ ଓକିଲ ସଂଘ ର ସଂପାଦକ ଦୀପକ କୁମାର ଦାସ, ପୂର୍ବତନ ସଂପାଦକ ଶାରଦା ପ୍ରସାଦ ସାମଲ, ଓକିଲ ସଂଘ କ୍ରିକେଟ ଟିମର ଭଗବାନ ପଢିଆରି, ସତ୍ଯବ୍ରତ ଷଡଙ୍ଗୀ, ହରେକୃଷ୍ଣ ଘଟୁୱାରୀ, ଆଦିତ୍ୟ କୁମାର ମୋହିନୀ, ତପନ କୁମାର ବାରିକି, ପ୍ରଦୀପ କୁମାର ମହାପାତ୍ର, ଅଜୟ ରଣସିଂହ ଓ ସୁନାମଧନ୍ୟ କ୍ରିକେଟ କୋଚ ଚିତ୍ତରଞ୍ଜନ ମିଶ୍ର ଅତିଥି ଭାବରେ ଯୋଗ ଦେଇ ଖେଳ ଶୁଭାରମ୍ଭ କରିଥିଲେ।

 

ପ୍ରଥମେ ନିଳକଣ୍ଠେଶ୍ୱର ଅଟୋ ଚାଳକ ସଂଘ ଟସ ଜିତି କ୍ୟାପଟେନ ସୁରେଶ ମଲ୍ଲିକ ଫିଲଡିଙ୍ଗ ନବାକୁ ମନସ୍ଥ କରିଥିଲେ। ପୁରୀ ଷ୍ଟେସନ ଅଟୋ ଚାଳକ ସଂଘ ବ୍ୟାଟିଙ୍ଗ କରି ୨୦ ଓଭରରେ ୧୨୭ରନ କରିବାରେ ସମର୍ଥ ହୋଇଥିଲେ। ସର୍ବୋଚ୍ଚ ରନ ମୋହନ ରେଡ୍ଡି ୨୮ ବଲରେ ୩୯ ରନ କରିଥିଲେ।

 

ଦ୍ୱିତୀୟ ପାଳିରେ ନିଳକଣ୍ଠେଶ୍ୱର ଅଟୋ ଚାଳକ ସଂଘ ବ୍ୟାଟିଙ୍ଗ କରି ୧୫ ଓଭରରେ ୮୩ ରନ କରିଥିଲେ।

 

ପୁରୀ ଷ୍ଟେସନ ଅଟୋ ଚାଳକ ସଂଘ ଚମ୍ପିୟାନ ହୋଇଥିବା ସ୍ଥଳେ ନିଳକଣ୍ଠେଶ୍ୱର ଅଟୋ ଚାଳକ ସଂଘ ରର୍ନସ ଅଫ ଭାବରେ ଟ୍ରଫି ପ୍ରଦାନ କରାଯାଇଅଛି। ‘ମ୍ୟାନ ଅଫ ଦି ମ୍ୟାଚ’ ଭାବରେ ଏ. ନରସିଂହ ରେଡ୍ଡି, ବେଷ୍ଟ ବ୍ୟାଟସମ୍ୟାନ ମୋହନ ରେଡ୍ଡି, ବେଷ୍ଟ ବୋଲର ଡି. ସିମା, ବେଷ୍ଟ ଫିଲଡର ଜଗନ୍ନାଥ ମୁଖ୍ୟ ଅତିଥି ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଜୟନ୍ତ କୁମାର ଷଡଙ୍ଗୀଙ୍କ ଦ୍ୱାରା ପୁରସ୍କୃତ ହୋଇଛନ୍ତି।

 

ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଜୟନ୍ତ କୁମାର ଷଡଙ୍ଗୀ ନିଜର ଅଭିଭାଷଣରେ କହିଥିଲେ ‘ଅଟୋ ଚାଳକ ଖାଲି ଅଟୋ ଚଳାଇ ପାରନ୍ତି ତା ନୁହେଁ ବ୍ୟାଟ ମଧ୍ୟ ଚଳାଇ ପାରନ୍ତି ବୋଲି କହିଥିଲେ’। ଆଗକୁ ଏହିପରି କିଛି ମ୍ୟାଚ ମଧ୍ୟ ହେବ ବୋଲି କହିଥିଲେ।

 

ଅଟୋ ଚାଳକ ମହାସଂଘ ର ସଭାପତି ଶ୍ରୀଯୁକ୍ତ ଦୁର୍ଗାଚରଣ ଖୁଣ୍ଟିଆ ଆଗାମୀ ଦିନରେ ଓଡିଶାର ସମସ୍ତ ଅଟୋ ଚାଳକ ସଂଘ ମଧ୍ୟରେ ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

 

ମ୍ୟାଚକୁ ପରିଚାଳନା କରିଥିଲେ ମହେଶ୍ୱର ସେଠି, ଡି. ରାଜୁ ରେଡ୍ଡି ଓ ସ୍କୋରର ସପନା କୁମାର ବେହେରା ।

 

ନିଳକଣ୍ଠେଶ୍ୱର ଅଟୋ ଚାଳକ ସଂଘ ର ସମ୍ପାଦକ ଟୁନା ବାରିକ ଓ ଷ୍ଟେସନ ଅଟୋ ଚାଳକ ସଂଘର ସମ୍ପାଦକ ଅକ୍ଷୟ କୁମାର ପ୍ରଧାନଙ୍କ ଦ୍ୱାରା ଧନ୍ଯବାଦ ଅର୍ପଣ କରାଯାଇଥିଲା।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ