November 15, 2024

ବୁଗୁଡ଼ା ଥାନାର ସର୍ବକାଳୀନ ରେକର୍ଡ ଭଙ୍ଗ, ୨୦୨୨ରେ ୮୦୦ ମାମଲା ରୁଜୁ

Share

ବୁଗୁଡ଼ା : ତା ୧୫/୦୧/୨୩ : ଗଞ୍ଜାମ ପୋଲିସ ଜିଲ୍ଲା ଅନ୍ତର୍ଗତ ବୁଗୁଡ଼ା ଥାନା ମାମଲା ରୁଜୁ କ୍ଷେତ୍ରରେ ଜିଲ୍ଲାରେ ଚତୁର୍ଥ ସ୍ଥାନରେ ରହିଛି। ଗତବର୍ଷ ଏହି ଥାନାରେ ରୁଜୁ ହୋଇଥିବା ୮୦୦ଟି ମାମଲା ସର୍ବକାଳୀନ ରେକର୍ଡ ଭଙ୍ଗ କରିଛି । ବିଗତ ୨୦୨୧ ମସିହାରେ ୭୦୧ ମାମଲା ଏବଂ ୨୦୨୦ ମସିହାରେ ୪୦୧ଟି ମାମଲା ରୁଜୁ ହୋଇଥିଲା । ତେବେ ୨୦୨୨ ମସିହାରେ ରୁଜୁ ମାମଲା ମଧ୍ୟରୁ ୩ଟି ହତ୍ୟା, ୧ଟି
ଡକାୟତି,୬ଟି ଚୋରି ଓ ୫ଟି ସିନ୍ଧି ଚୋରି, ୩ଟି ଲୁଟପାଟ, ୭ଟି ଠକେଇ, ୩ଟି ବଳାତ୍କାର, ୩୩ଟି ମୋଟରଯାନ ଦୁର୍ଘଟଣା,୧୨ଟି ଜୁଆ ଖେଳ, ୧୧ଟି ଯୌତୁକ ଜନିତ ମାମଲା, ୫ଟି ଦାଦାବଟି ଆଦାୟ ମାମଲା, ୧୨୭ଟି ମଦ ଧରପଗଡ଼, ୨ଟି ଗଞ୍ଜେଇ ଧରପଗଡ, ୨୯ଟି ହତ୍ଯା ଉଦ୍ୟମ ମାମଲା ,
୩୨ଟି ଅପମୃତ୍ୟୁ ମାମଲା ଏବଂ ୮୨ଟି ପାରିବାରିକ ଗଣ୍ଡଗୋଳ ମାମଲା ଏବଂ ୪୩୯ଟି ଅନ୍ୟାନ୍ୟ ମାମଲା ରହିଛି। ଅପମୃତ୍ୟୁ ମାମଲା ୩୨ଟି ମଧ୍ୟରୁ ୧୨ଟି ପାଣିରେ ବୁଡି, ୨ଟି ଛାତରୁ ପଡି, ୩ଟି ସାପ କାମୁଡ଼ା, ୧ଟି ବଜ୍ରପାତ, ୬ଟି ଦଉଡି ଦେବା, ୧ଟି ବିଷପାନ ଜନିତ ମୃତ୍ୟୁ ମାମଲା ରହିଥିବା ବେଳେ ୭ଟି ମାମଲାର କାରଣ ଅସ୍ସଷ୍ଟ ରହିଛି । ବୁଗୁଡ଼ା ପୋଲିସ ୧୨୭ଟି ମଦ ଧରପଗଡ଼ ମାମଲାରେ ୧୯୦୩ ଲିଟର ଦେଶୀ ମଦ ଜବତ କରିଥିବା ବେଳେ ଜୁଆଖେଳରୁ ୨ ଲକ୍ଷ ୮୧୦ ଟଙ୍କା ଜବତ କରିଥିବା ଜଣାଯାଇଛି ।ପ୍ରକାଶ ଯୋଗ୍ୟ ଯେ, ଗଞ୍ଜାମ-ନୟାଗଡ ସୀମାରେ ଥିବା ଏହି ଥାନା ଅଧୀନରେ ବାଲିପଦର ଫାଣ୍ଡି ସମେତ ବୁଗୁଡ଼ା ବୃକ୍‌ର ୨୧ ପଞ୍ଚାୟତ, ଆସିକା ବ୍ଲକ୍‌ର ଗହଙ୍ଗୁ ଏବଂ ଜଗନ୍ନାଥପ୍ରସାଦ ବ୍ଳକ୍‌ର ନିମପଦର ପଞ୍ଚାୟତ ଆଦି ମୋଟ ୨୩ଟିପଞ୍ଚାୟତ ରହିଛି। ତେବେ ଜନସାଧାରଣଙ୍କ ସହଯୋଗରେ ବୁଗୁଡ଼ା ଥାନା ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ରକ୍ଷା ଦିଗରେ ପୋଲିସ ଯଥାସାଧ୍ୟ ପ୍ରୟାସ ଜାରି ରଖିଥିବା ନେଇ ଆଇଆଇସି ଚିତ୍ତ ରଞ୍ଜନ ବେହେରାଙ୍କ ଠାରୁ ପ୍ରକାଶ ପାଇଛି ।

You may have missed