May 11, 2026

ସମ୍ବଲପୁରୀ ଧନୁଯାତରା:ଭକ୍ତିରେ ହସିଲା ଗୋପପୁର, କଂସଙ୍କ ଅଟ୍ଟହାସ୍ୟରେ କମ୍ପିଲା ମଥୁରା ନଗରୀ 

IMG-20250116-WA0018
Share

 

ସମ୍ବଲପୁର, (ରାଜରାମ ଷଡ଼ଙ୍ଗୀ): ମଥୁରା ନଗରୀ ଓ ଗୋପପୁରରେ ଦେଖିବାକୁ ମିଳିଛି ଦର୍ଶକଙ୍କ ଭିଡ଼।ସମ୍ବଲପୁରୀ ଧନୁଯାତରା ବେଳେ ଭକ୍ତିରେ ଗୋପପୁର ଉଲ୍ଲସର ମାହୋଲରେ ରସାମୃତ ହୋଇଥିବା ବେଳେ କଂସଙ୍କ ଅଟ୍ଟହାସ୍ୟରେ କମ୍ପିଲା ମଥୁରା ନଗରୀ।

 

ସମ୍ବଲପୁରୀ ଧନୁ ଯାତରା ଦେଖିବାକୁ ଭରପୁର ଭିଡ଼ ଭିତରେ ଆଜି ଗୋପପୁରରେ ହୋଇଛି ମଞ୍ଚ ପୂଜା।ମୁଖ୍ୟ ଅତିଥି ଅଜୟ କୁମାର ସାହୁ.ପ୍ରଧାନ ଶିକ୍ଷକ ସୁମତି ବେହେରା ହାଇ ସ୍କୁଲଚାଉଁରପୁର ଓ ଚାଉଁରପୁର ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର ର ଡା.ହିମାଂଶୁ ପଟ୍ଟନାୟକ ଦୀପ ପ୍ରଜ୍ୱଳନ କରି ମଞ୍ଚ ଉଦଘାଟନ କରିଥିଲେ। ଏହି ଅବସରରେ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ପଶ୍ଚିମ ଓଡିଶା ର ପ୍ରସିଦ୍ଧ ପାଲା ଗାୟକ କମାଲକାନ୍ତ ନାୟକ, ଶିକ୍ଷୟତ୍ରୀ ତଥା ନୃତ୍ୟ ଶିଳ୍ପୀ ସୁମିତ୍ରା ସାହୁ ମଞ୍ଚାସିନ ଥିଲେ।ମଞ୍ଚରେ ସମ୍ବଲପୁରୀ ଧନୁଯାତ୍ରା କମିଟି ଗୋପପୁର ସଭାପତି ଆଦିତ୍ୟ ପ୍ରସାଦ ନାୟକ ଚାଉଁରପୁର ଗ୍ରାମ ର ଭଦ୍ର ବ୍ୟକ୍ତି ଯୋଗେନ୍ଦ୍ର ମାଝୀ,ପିତୃ ରାଉତ ଓ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ସାଧାରଣ ସମ୍ପାଦକ ଗଣେଶ ମହତ୍ତମ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

 

ସେହିପରି ମଥୁରା ନାଗରୀରେ ମୁଖ୍ୟ ଅତିଥି ଭାବେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ପୂର୍ବତନ ବିଧାୟକ ରେଙ୍ଗାଲି ନାଉରି ନାଏକ ଯୋଗ ଦେଇଥିଲେ।ଲୋକ ନୃତ୍ୟ ଦଳ ଭରନି କଳା ପରିଷଦ, ଖଡୁରା ସମାଜ, ପାଏଝଲ ଗ୍ରୁପ, ସୁଜାତା କ୍ରିଏସନ ସମ୍ବଲପୁରୀ ଲୋକନୃତ୍ୟ ପ୍ରଦର୍ଶନ କଲେ l ଏଥି ସହ ରବୀନ୍ଦ୍ର ପଣ୍ଡା, ଶ୍ରୀୟା ମହାରଣା, ଶ୍ଵେତା ପଣ୍ଡା, ସୋମ୍ୟଜିତ ସୌମିତ୍ରୀ ବଡ଼ପଣ୍ଡା ପ୍ରମୁଖ ଗୀତ ପରିବେଷଣ କରିଥିଲେ l

କଂସର ଜନ୍ମ ବୃତାନ୍ତ, ଉଗ୍ରସେନ ର ଗାଦିଚ୍ୟୁତ,କଂସ ର ରାଜ୍ୟ ଭିଷେକ, ବସୁଦେବ ଦେବକୀ ବିବାହ, ନାରଦଙ୍କର ମନ୍ତ୍ରଣା, ଦେବକୀ ର ପ୍ରଥମ ସନ୍ତାନ ର କଂସ ଦ୍ୱାରା ମରଣ ପ୍ରଭୃତି କାର୍ଯ୍ୟକ୍ରମ ଆଜି ପରିବେଷଣ ହୋଇଥିଲା।