September 26, 2026

୨୮ ଗୋସମ୍ପଦ ଉଦ୍ଧାର କଲା ବଜାରଙ୍ଗୀ ଦଳ,ବ୍ରହ୍ମପୁରା ଗୋଶାଳାରେ ଭର୍ତ୍ତି..

IMG-20250109-WA0253
Share

 

ବୋଲଗଡ଼,୦୯/୦୧(ଉପାନ୍ତ ଖବର):ସରକାର ଗୋସମ୍ପଦ ଚାଲାଣ ନିଷେଧ ନିମନ୍ତେ ନାରବାଜି ଦେଉଥିବା ବେଳେ ଦିନକୁ ଦିନ

ଅଧିକ ପଶୁସମ୍ପଦ ଚାଲାଣ ହେଉଥିବା ଦୃଷ୍ଟିକୁ

ଆସୁଛି।ତେବେ ଏହି ପରିପ୍ରେକ୍ଷୀରେ ଆଜି ଗୁରୁବାର ସକାଳୁ ଏକ ଗୋସମ୍ପଦ ଚାଲାଣ ଗାଡିକୁ ଜବତ କରାଯାଇଅଛି।ଘଟଣାକ୍ରମେ

ନଂ-RJ51GA3624 ବିଶିଷ୍ଟ ଏକ ରାଜସ୍ଥାନ କଣ୍ଟେନର ଗାଡିରେ ୨୮ଗୋଟି ଗୋ ସମ୍ପଦକୁ ନେଇ ହାଇଦ୍ରାବାଦରୁ କଳିକତାକୁ

ଚାଲାଣ କରାଯାଉଥିଲା।ତେବେ କୌଣସି ସୂତ୍ରରୁ ଖୋର୍ଦ୍ଧା ଶାଖା ବଜାରଙ୍ଗୀ ଦଳର ବରିଷ୍ଠ ସଦସ୍ୟ ସୌମ୍ୟ ରଞ୍ଜନ ସ୍ୱାଇଁ ଜିଲ୍ଲା

ପୋଲିସକୁ ଖବର ଦେଇଥିଲେ।ଜିଲ୍ଲା ପୋଲିସର ନିର୍ଦେଶକ୍ରମେ ରାଜ୍ୟ ଅର୍ମେଡ଼ ପୋଲିସ ସହାୟତାରେ ବୋଲଗଡ଼ ବ୍ରହ୍ମପୁରା

ଗୋଶାଳାରେ ଭର୍ତ୍ତି କରିବା ନିମନ୍ତେ ନିର୍ଦେଶ ଦିଆଯିବା ସହ ଗାଡି ଚାଳକ ସମେତ ୩ଜଣ

ଗୋସମ୍ପଦ ଚାଲାଣକାରୀଙ୍କୁ ଗିରଫ କରାଯାଇଅଛି।ଗୋସମ୍ପଦ ଚାଲାଣ ଗାଡି ବୋଲଗଡ଼ରେ ପହଂଚିବା କ୍ଷଣି ବୋଲଗଡ଼ ଶାଖା ବଜାରଙ୍ଗୀ ଦଳ ପକ୍ଷରୁ ବରିଷ୍ଠ ସଦସ୍ୟ

ମୁକେଶ ସାମନ୍ତରାୟ,ଇତେଶ ବେହେରା, ତରୁଣ ସାହୁ ଓ ଅମ୍ଳାନ ଜ୍ୟୋତି ସାହୁଙ୍କ ବଳିଷ୍ଠ ଉଦ୍ୟମ ତଥା ତତ୍ୱବଧାନରେ ଗୋମାତା ଗୁଡିକୁ କଣ୍ଟେନରୁ ଉଦ୍ଧାର କରାଯାଇ ଗୋଶାଳାରେ ଭର୍ତ୍ତି କରାଯାଇଥିଲା। ତେବେ ଅବାଧ ଗୋ ଚାଲାଣ

କାରୀଙ୍କ ଏତାଦୃଶ କାର୍ଯ୍ୟକୁ ସ୍ଥାନୀୟ ବଜାରଙ୍ଗୀ ଦଳ ପକ୍ଷରୁ ଦୃଢ଼ ନିନ୍ଦା କରାଯିବା

ସହ ବୁଦ୍ଧିଜୀବୀ ମାନେ ଦୁଃଖ ଓ କ୍ଷୋଭ ପ୍ରକାଶ କରାଯଯାଇଛି।

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

You may have missed