May 14, 2026

ପୁରୀ ଜିଲ୍ଲା କିନ୍ନର ସଂଘ ପକ୍ଷରୁ ମୁର୍ଗୀ ମାତାଙ୍କ ପୂଜା ପାଳନ..

IMG-20250107-WA0054
Share

ପୁରୀ (ରମେଶ ଚନ୍ଦ୍ର ସାହୁ )ସଂସାରର ମଙ୍ଗଳ କାମନା କରି ପୁରୀ ଜିଲ୍ଲା କିନ୍ନର ସଂଘ ପକ୍ଷରୁ ଇଷ୍ଟ ଦେବି ମୂର୍ଗୀ ମାତା ଙ୍କୁ ପୂଜା ଅର୍ଚ୍ଚନା କରାଯାଇଥିଲା।ଏହି ଅବସରରେ ନରେନ୍ଦ୍ର ପୁଷ୍କରିଣୀ ରୁ ୧୦୧ କଳସ ଯାତ୍ରା କରାଯାଇ ବଡ଼ଦାଣ୍ଡ ସ୍ଥିତ ରାଣୀ ସତୀ ଭବନ ଠାରେ ପହଞ୍ଚିବା ପରେ ସେଠାରେ ମୁର୍ଗୀ ମାତାଙ୍କୁ ପୂଜା ଅର୍ଚ୍ଚନା କରାଯାଇଥିଲା।ପୁରୀ ଜିଲ୍ଲା କିନ୍ନର ସଂଘର ମା ଦେବକୀ ଏବଂ ସଭାନେତ୍ରୀ ପ୍ରୀୟଂଶି ଦାସ,ସଂପାଦକ ପିହୁଙ୍କ ନେତୃତ୍ୱ ରେ ନରେନ୍ଦ୍ର ପୁଷ୍କରିଣୀ ଠାରୁ କଳସ ଶୋଭାଯାତ୍ରା ବାହାରି ବଡଦାଣ୍ଡ ରେ ନାଚଗୀତ କରି ରାଣୀସତୀ ଭବନରେ ପହଞ୍ଚି ଅର୍ଟିଟେକଚର ପୂଜା କରାଯାଇଥିଲା।ଏହି କାର୍ଯ୍ୟକ୍ରମ କୁ କିନ୍ନର ରିମଝିମ୍,ରଶ୍ମି,ପ୍ରିୟା,କାଜଲ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ରହି ପରିଚାଳନା କରିଥିଲେ।