May 11, 2026

୨୬ତମ ଶ୍ରୀବତ୍ସ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍

IMG-20250106-WA0015
Share

 

ଖୋର୍ଦ୍ଧା-(ପ୍ରିୟଙ୍କା ମହାପାତ୍ର)ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଜଟଣୀ ବ୍ଳକ୍ କୁଶୁମାଟି ଛଣଘର ପଞ୍ଚାୟତ ଠାରେ ୨୬ତମ ଶ୍ରୀବତ୍ସ ସ୍ମାରକୀ ଅଲ୍ ଓଡ଼ିଶା ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଦଘାଟିତ ହୋଯାଇଅଛ । ଉଦ୍ଦଘାଟଣୀ ମ୍ୟାଚରେ ନାଇଜେରିଆ ଏକାଦଶ (ସେଞ୍ଚୁରିୟନ ବିଶ୍ବବିଦ୍ୟାଳୟ) ଜଟଣୀ ଓ ଓ୍ବାଇଏଏଫସି ଚୈଦାର (କଟକ) ଦୁଇ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ନାଇଜେରିଆ ଖେଳାଳିଙ୍କ ଉତ୍ତମ ଖେଳ ପ୍ରଦର୍ଶନ କରି ୪-୦ ଗୋଲରେ ଟୁର୍ଣ୍ଣାମେଣ୍ଟର ପ୍ରଥମ ବିଜୟୀ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟ ଦିର୍ଘ ୨୬ବର୍ଷ ଧରି ନୀରବଚ୍ଛିନ୍ନ ଭାବେ ଅନୁଷ୍ଠିତ ହେଇଅସୁଅଛି । ଜଟଣୀର ପୂର୍ବତନ ବିଧାୟକ ତଥା ଜଣେ ପୁରୁଖା ରାଜନେତା ସୁରେଶ ରାଉତ୍ତରାୟଙ୍କ ସାନଭାଇ ସ୍ବର୍ଗତ ଶ୍ରୀବତ୍ସ ରାଉତ୍ତରାୟଙ୍କ ନାମରେ ନାମିତ କରାଯାଇଅଛ । ସ୍ବର୍ଗତ ଶ୍ରୀବତ୍ସ ଜଣେ ପରୋପକାରୀ ତଥା ମେଳା ପି ମଣିଷ ର ଜଣେ ବ୍ୟକ୍ତି ତାଙ୍କର ଜନ୍ମିତ ଗ୍ରାମର ବହୁ ଯୁବକଙ୍କ ଉଦ୍ୟମରେ ସୁଚାରୁରୂପେ ଚାଲି ଆସୁଛି। ଚଳିତ ବର୍ଷ ଟୁର୍ଣ୍ଣାମେଣ୍ଟରେ ୮ଟି ଟିମ୍ ଭାଗ ନେଇଛନ୍ତି। ସେଞ୍ଚୁରିୟନ ବିଶ୍ବବିଦ୍ୟାଳୟର ନାଇଜେରିଆ ଏକାଦଶ, କଟକ ଚୌଦ୍ୱାରର ଓ୍ବାଇଏଏଫସି ଟିମ୍, ଭୁବନେଶ୍ଵର ଜଗା ୟୁନାଇଟେଡ଼, ଜଟଣୀର ଫ୍ରେଣ୍ଡ୍ ପାରାଡାଇଜ୍, କଲିକତାର ବେଲଘରିଆ ଆଥଲେଟିକ୍ କ୍ଳବ୍, ଖୋର୍ଦ୍ଧାର ଶବର କ୍ରୀଡାସଂଘ, ଢେଙ୍କାନାଳ ପପୁଲାର କ୍ଳବ୍ ଓ ଭୁବନେଶ୍ବର କଳିଙ୍ଗ ସ୍ପୋଟିଙ୍ଗ୍ ମଧ୍ୟରେ ରବିବାର ୫ତାରିଖ ଠାରୁ ଅନୁଷ୍ଠିତ ହୋଇ ରବିବାର ୧୨ତାରିଖ ଫାଇନାଲ ମ୍ୟାଚ ହେବା ସହ ଗୁରୁବାର ୯ତାରିଖ ଛୋଟ ଖେଳାଳିଙ୍କ ପାଇଁ ପ୍ରଦର୍ଶନୀ ମ୍ୟାଚ୍ ଅନୁଷ୍ଠିତ ହେବ। ଚିତ୍ତାକର୍ଷକ ମ୍ୟାଚରେ ନାଇଜେରିଆ ଏକାଦଶର ଜର୍ସି ନଂ୬ ମହମ୍ମଦ ଉସ୍ମାନ୍ ହ୍ୟାଟ୍ରିକ ୩ଟି ଗୋଲ କରି ମ୍ୟାନ ଅଫ୍ ଦି ମ୍ୟାଚରେ ପୁରସ୍କୃତ ହୋଇଛନ୍ତି। ଏହି ଖେଳରେ ଦର୍ଶକଙ୍କୁ ଆକର୍ଷିତ କରିବା ପାଇଁ ଆୟୋଜକ ଶ୍ରୀବତ୍ସ ଗୋଷ୍ଠୀ ଏକ ନିଆରା ଢଙ୍ଗରେ ବିନା ମୂଲ୍ୟରେ ଲଟେରୀ ଉଠାଣ କାର୍ଯ୍ୟକ୍ରମରେ ତିନିଜଣ ଭାଗ୍ୟଶାଳୀ ବିଜେତା ହୋଇଛନ୍ତି।