June 14, 2026

ମକର ମହୋତ୍ସବ, ଅଟ୍ରି-୨୦୨୩ ଉଦଘାଟିତ। 

IMG-20230115-WA0002
Share

 

 

ଖୋର୍ଦ୍ଧା,୧୫/୦୧(ଉପାନ୍ତ ଓଡିଶା): ବେଗୁନିଆ ବ୍ଲକ ଅନ୍ତର୍ଗତ ବାଘମାରି ପଞ୍ଚାୟତ ସ୍ଥିତ ଅଟ୍ରି ବାବା ହଟକେଶ୍ୱର ଙ୍କ ଠାରେ ଆଜିଠାରୁ ୫ ଦିନ ବ୍ୟାପି ମକର ମହୋତ୍ସବ ଅନୁଷ୍ଠିତ ହେବାସହ ଏକମାସ ପର୍ଯ୍ୟନ୍ତ ମକରମେଳା ଅନୁଷ୍ଠିତ ହେବ। ଜିଲ୍ଲା ପ୍ରଶାସନ ଏବଂ ମକର ମହୋତ୍ସବ କମିଟିର ମିଳିତ ଆନୁକୂଲ୍ୟରେ ମକର ମହୋତ୍ସବ ଅନୁଷ୍ଠିତ ହେଉଥିବାବେଳେ ବିଭିନ୍ନ ପ୍ରତିଭା ମାନଙ୍କୁ ଏହି କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯିବ । କିନ୍ତୁ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସାମ୍ବାଦିକ ମାନଙ୍କୁ ଉପେକ୍ଷା କରିବା ଘଟଣାକୁ ସାଧାରଣରେ ନା ପସନ୍ଦ କରାଯାଇଛି। ବିଗତ ବର୍ଷ ମାନଙ୍କରେ ଏହି ମହୋତ୍ସବ ଯାକ ଯମକରେ ପାଳିତ ହୋଇଛି ।ବେଗୁନିଆ ଗୋଷ୍ଠୀ ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟ ,କୃଷି କାର୍ଯ୍ୟାଳୟ ଏବଂ ମହିଳା ଗୋଷ୍ଠୀ ସହିତ ଅନ୍ୟ କେତେକ ବିଭାଗ ତରଫରୁ ଷ୍ଟଲ ଖୋଲାଯାଇଛି ।ସ୍ଥାନୀୟ ବିଧାୟକ ରାଜେନ୍ଦ୍ର କୁମାର ସାହୁ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି , ବିଧାୟକ ଅନନ୍ତ ନାରାୟଣ ଜେନା , ଭୁବନେଶ୍ୱର ମୁଖ୍ୟ ବକ୍ତା ଏବଂ ସମ୍ମାନିତ ଅତିଥି ଭାବେ ଉପଜିଲ୍ଲାପାଳ ଖୋର୍ଦ୍ଧା ଦୀପ୍ତିରଞ୍ଜନ ସେଠୀ , ବି ଡି ଓ ଲଷ୍ମୀଧର ସାହୁ , ବ୍ଲକ ଅଧ୍ୟକ୍ଷ ଲଷ୍ମୀ ଧର ସୁବୁଦ୍ଧି , ଜିଲ୍ଲାପରିଷଦ ସଭ୍ୟ ପ୍ରକାଶ ଚନ୍ଦ୍ର ସାହୁ ,ପ୍ରଦୀପ୍ତ କିଶୋର ଛୋଟରାୟ ,ସୁବାଷ ଚନ୍ଦ୍ର ରାୟଗୁରୁ ,ଆତ୍ମା ଅଧ୍ୟକ୍ଷ ଦୀପ୍ତି ରଞ୍ଜନ ସାହୁ , ବେଗୁନିଆ ସରପଞ୍ଚ ସତ୍ୟନାରାୟଣ ପ୍ରଧାନ , ବାଘମାରୀ ସରପଞ୍ଚ ମାନସ ରଞ୍ଜନ ବିଶ୍ୱାଳ , ବାଘମାରୀ ସମିତିସଭ୍ୟ ନବନିତା ମହାନ୍ତି , ପ୍ରମୁଖ ଯୋଗ ଦେଇଥିଲେ ।ଆଜିର ଏହି କାର୍ଯ୍ୟକ୍ରମରେ ବେଗୁନିଆ ଥାନା ଅଧିକାରୀ ଲଷ୍ମୀ ପ୍ରସାଦ ଶତପଥୀ ,ପୂର୍ବତନ ଅନୁନିବନ୍ଧକ ସନାତନ ଆଚାର୍ଯ୍ୟ ,ଶିକ୍ଷାବିତ ପବିତ୍ର ମୋହନ ଖାଡଙ୍ଗା ଏବଂ ସାମାଜିକ ସଂଗଠକ ବଂଶୀଧର ଦଳାଇଙ୍କୁ ସେମାନଙ୍କର ଉଲେଖନୀୟ କାର୍ଯ୍ୟ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା ।

 

 

(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)

You may have missed