January 7, 2025

ଉମରକୋଟ ପୌର କାର୍ଯାଳୟ ମୁଖ୍ୟ ଦ୍ୱାରରେ ତାଲା ପକାଇ ଧାରଣାରେ ବସିଲେ ଅଧକ୍ଷା ଓ କାଉନସିଲର…………..

Share

 

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌର କାର୍ଯ୍ୟାଳୟରେ ତାଲା ପକାଇ ଧାରଣାରେ ବସିଛନ୍ତି ପୌର ଅଧକ୍ଷା ଓ କାଉନସିଲର। ଦୀର୍ଘ ଏକ ବର୍ଷରୁ ଉର୍ଦ୍ଧ ହେଲା ପୌର କାର୍ଯ୍ୟାଳୟ ରେ କନିଷ୍ଠ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ ଙ୍କ ଅଭାବରୁ ଅନେକ ଲୋକଙ୍କ କାର୍ଯ୍ୟ ହୋଇ ପାରୁନାହିଁ ସେହିଭଳି ଜଣେ କନିଷ୍ଠ ଯନ୍ତ୍ରୀ ରହିଥିବା ବେଳେ ସହର ର ଉନ୍ନୟନ ମୂଳକ କାର୍ଯ୍ୟ ହୋଇ ପାରୁ ନାହିଁ ଏବଂ ସ୍ଥାୟୀ ସହକାରୀ ଯନ୍ତ୍ରୀ ନଥିବାରୁ ଠିକାଦାର ଙ୍କ କାର୍ଯ୍ୟ ସାରିବା ପରେ ମଧ୍ୟ ସେମାନଙ୍କ ବିଲ ମେଜରମେଣ୍ଟ ହୋଇପାରୁ ନାହିଁ, ଫଳରେ ରାସ୍ତା କଡ଼ରେ କୁଡା କୁଡା ଅଳିଆ ଆବର୍ଜ୍ଜନା ଜମି ରହିଛି। ପୌରାଞ୍ଚଳ ର ଅନେକ ନାଳ ନର୍ଦମା ରାସ୍ତା ଖରାପ ହୋଇ ପଡିଛି,ପରିଷଦରେ ଟଙ୍କା ଥିଲେ ମଧ୍ୟ ନୂତନ ଟେଣ୍ଡର ହୋଇ ପାରୁ ନାହିଁ, ଅନ୍ୟପଟେ ଗତ ଏକ ବର୍ଷରେ ଏକାଧିକ ଥର ପୌର ନିର୍ବାହୀଙ୍କ ବଦଳି ଯୋଗୁଁ ଉନ୍ନୟନ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି ବୋଲି ମତ ପ୍ରକାଶ କରିଛନ୍ତି ଅଧ୍ୟକ୍ଷା ଓ କାଉନଶୀଲର। ଜିଲ୍ଲାପାଳଙ୍କୁ ଯାଇ ସମସ୍ୟା ବିଷୟରେ କହିଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଉମରକୋଟ ପ୍ରତି ଧ୍ୟାନ ଦେଉନାହାନ୍ତି ତେଣୁ ଆମେ ବାଧ୍ୟ ହୋଇ ତାଲା ପକାଇ ଧାରଣାରେ ବସିଛୁ ବୋଲି କହିଛନ୍ତି। ସରକାର ଓ ଜିଲ୍ଲା ପ୍ରଶାସନ କନିଷ୍ଠ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ ଙ୍କୁ ନିଯୁକ୍ତି ନଦେବାଯାଏଁ କାର୍ଯ୍ୟାଳୟରେ ତାଲା ପଡି ରହିବ ଓ ଆମେ ଧାରଣାରେ ବସି ରହିବୁ ବୋଲି କହିଛନ୍ତି ଲୋକ ପ୍ରତିନିଧି।ଘଟଣାକୁ ନେଇ ପୌର ନିର୍ବାହୀ ଅଧିକାରୀ କହିଛନ୍ତି ମୁଁ ଧାରଣାରେ ବସିଥିବା ଲୋକ ପ୍ରତିନିଧି ଙ୍କୁ ବୁଝା ସୁଝା କରିଛି କିନ୍ତୁ ସେମାନେ ବୁଝୁନାହାନ୍ତି ଅନ୍ୟପଟେ ଜିଲ୍ଲା ପ୍ରଶାସନ କୁ ଅବଗତ କରିଛି ସେମାନେ ଯାହା ନିଷ୍ପତି ନେବେ ବୋଲି ସୂଚନା ଦେଇଛନ୍ତି।