ବେଲଗୁଣ୍ଠା କଂଗ୍ରେସ୍ ଟିମ୍ ର କ୍ଷତିଗ୍ରସ୍ତ ଧାନ କ୍ଷେତ ପରିଦର୍ଶନ ; ସରକାରଙ୍କ ଉଦାସୀନତା ନେଇ ଉଦ୍ବେଗ ପ୍ରକାଶ
ବେଲଗୁଣ୍ଠା,୩୦/୧୨, ସୋରଡ଼ା ନିର୍ବାଚନ ମଣ୍ଡଳୀର କଂଗ୍ରେସ୍ ବିଧାୟକ ପ୍ରାର୍ଥୀ ହରିକୃଷ୍ଣ ରଥଙ୍କ ନେତୃତ୍ୱରେ କଂଗ୍ରେସ୍ ର ଏକ ଟିମ୍ ବେଲଗୁଣ୍ଠା ବ୍ଳକ୍ ରେ ବିଭିନ୍ନ ପଂଚାୟତରେ ଗତ ଲଗାଣ ବର୍ଷାରେ କ୍ଷତିଗ୍ରସ୍ତ ଧାନ କ୍ଷେତ ଗୁଡ଼ିକୁ ପରିଦର୍ଶନ କରିବା ସହିତ ସରକାରଙ୍କ ଉଦାସୀନତା ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି I ପ୍ରକାଶ ଥାଉକି ଚଳିତ ବର୍ଷ ପ୍ରଥମେ ନିଅଣ୍ଟିଆ ବର୍ଷା ଏବଂ ଫସଲ ଅମଳ ସମୟରେ ଲଗାଣ ବର୍ଷା ଯୋଗୁଁ ଚାଷୀଙ୍କର ବର୍ଷକର ଆହାର କ୍ଷତିଗ୍ରସ୍ତ ହୋଇଛି I ଏନେଇ ପୂର୍ବରୁ ଶ୍ରୀ ରଥଙ୍କ ନେତୃତ୍ୱରେ କଂଗ୍ରେସ୍ ଟିମ୍ ବେଲଗୁଣ୍ଠା ତହସିଲଦାର ଙ୍କୁ ସାକ୍ଷାତକରି ତୁରନ୍ତ ଚାଷୀଙ୍କ କ୍ଷୟକ୍ଷତି ଆକଳନ ଏବଂ ସେମାନଙ୍କୁ କ୍ଷତି ପୂରଣ ନିମନ୍ତେ ସ୍ମାରକ ପତ୍ର ପ୍ରଦାନ କରିଥିଲେ I କିନ୍ତୁ ବର୍ତ୍ତମାନ ଚାଷୀଙ୍କ ଧାନ ଜମିରେ ପାଣିରେ ପଡି ସଢୁଥିବା ବେଳେ ବର୍ତ୍ତମାନ ସୁଦ୍ଧା କୌଣସି ବିଭାଗୀୟ ଅଧିକାରୀ ଚାଷୀଙ୍କ କ୍ଷୟକ୍ଷତି ଆକଳନ କରିବା ତ ଦୂରର କଥା ସେମାନଙ୍କ ନିକଟରେ ପହଞ୍ଚି ନଥିବାରୁ ଶ୍ରୀ ରଥ କ୍ଷୋଭ ପ୍ରକାଶ କରିଛନ୍ତି I ଆଜି ବିଧାୟକ ପ୍ରାର୍ଥୀ ହରିକୃଷ୍ଣ ରଥଙ୍କ ନେତୃତ୍ୱରେ ଜିଲ୍ଳା ପରିଷଦ ସଭ୍ୟ ପ୍ରାର୍ଥୀ ବିନାୟକ ଗୌଡ଼,ଯୁବ କଂଗ୍ରେସ୍ ନେତା ସନ୍ତୋଷ କୁମାର ସାହୁ, କାଳୀ ଚରଣ ଚାଚା,ଅନୀଲ୍ ମଲ୍ଲିକ, ମନୋଜ ବରାଡ ଏବଂ ଅନ୍ୟାନ୍ୟ କଂଗ୍ରେସ୍ କର୍ମୀ ବେଲଗୁଣ୍ଠା ବ୍ଳକ୍ ର ନାଟଙ୍ଗା ପଂଚାୟତର ବିଭିନ୍ନ କ୍ଷତିଗ୍ରସ୍ତ ଜମିରେ ପହଞ୍ଚି ପାଣି ଭର୍ତ୍ତି ଜମିରୁ ଧାନ ଫସଲ ସାଉଁଟି ଆଣୁଥିବା ଚାଷୀ ମାନଙ୍କ ସହ କଥା ହେବା ସହିତ ବ୍ଳକ୍ ର ଅନ୍ୟାନ୍ୟ ପଂଚାୟତ ଗୁଡିକରେ ମଧ୍ୟ କ୍ଷତିଗ୍ରସ୍ତ ଜମିର ଅନୁଧ୍ୟାନ କରିଥିଲେ I
ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ