January 8, 2025

ନବ ବସନ୍ତର ଶୁଭାଗମନର ସୂଚନା ଦେଇଥାଏ ବକୁଳ ଅମାବାସ୍ୟା। 

Share

ବୋଲଗଡ଼,୩୦/୧୨(ସୁଶାନ୍ତ କୁମାର ପ୍ରଧାନ):ବାର ମାସରେ ବାରଟି ଅମାବାସ୍ୟାର ମହତ୍ତ୍ୱ ରହିଥିଲା ବେଳେ ବିଶେଷ କରି ପୌଷ ମାସର ମଧ୍ୟ ବିଶେଷ ମହତ୍ତ୍ୱ ରହିଛି। ଏହି ପୌଷମାସରେ ବକୁଳ ଅମାବାସ୍ୟା ପଡିଥାଏ।ଏହା ମଧ୍ୟ ବଉଳ ଅମାବାସ୍ୟା ନାମରେଖ୍ୟାତ। ଏହିଦିନରେ ଓଡିଶାର ପୁରପଲ୍ଲୀ କେଉଁ ଆବାହନ କାଳରୁ ପାରମ୍ପରିକ ରିତିରେ ଏହି ଉତ୍ସବ ପାଳିତ ହୋଇ ଆସୁଅଛି। ଏହି ବଉଳ ଅମାବାସ୍ୟା ରେ ଖୋଜାପଡେ ଟିକିଏ ଆମ୍ବ ବଉଳ। ପୌଷମାସର ପ୍ରବଳ ଶୀତର ପ୍ରକୋପ ମଧ୍ୟରେ ଆମ୍ବ ଗଛ ଗୁଡିକ ନବ ବସନ୍ତର ଶୁଭାଗମନର ସୂଚନା ଦେଇଥାଏ। ଏହି ସମୟରେ ପ୍ରକୃତି ଯେତେବେଳେ ନୂତନ ପୁଲକରେ ପୁଲକିତ ହୁଏ। ଏହି ଅବସରରେ ମନରେ ଅନେକ ସମ୍ଭାବନାକୁ ସ୍ଥାନ ଦେଇ ବକୁଳ ଅମାବାସ୍ୟା ପର୍ବ ପାଳନକରି ଆନନ୍ଦରେ ନିଜ ନିଜର ମହାନତାକୁ ବ୍ୟକ୍ତ କରିଥାଏ। ଓଡ଼ିଶାର ଏକ ନିଜସ୍ୱ ପର୍ବ ଏହି ଦିନ ଘରେ ଘରେ ଗଇଁଠାପିଠା ପ୍ରସ୍ତୁତ କରାଯାଇ ଥାଏ। ବଉଳ ଧରିଥିବା ଆମ୍ବଗଛ ମୂଳରେ ଗଇଁଠାପିଠା ଭୋଗ କରାଯାଏ। ଆଉ କିଛି କିଛି ସ୍ଥାନରେ ଘରେ ଘରେ କ୍ଷୀରି ପିଠା ପ୍ରସ୍ତୁତ କରାଯାଇ ଆମ୍ବଗଛରୁ ନୂତନ ବଉଳ ଆଣି ନିଜ ନିଜ ପରିବାରର ଇଷ୍ଟଦେବୀ ଙ୍କ ପାଖରେ ଭୋଗ ଲାଗି କରିଥାନ୍ତି। ଇଷ୍ଟଙ୍କ ପାଖରେ ବଉଳ ଲାଗିକଲେ ଭଲଫଳ ହୁଏବୋଲି ସମସ୍ତ ଙ୍କ ମନରେ ବିଶ୍ୱାସ ରହିଥାଏ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)