December 29, 2024

ତିର୍ତ୍ତୋଲରେ ବିଜେଡିର ୨୮ ତମ ପ୍ରତିଷ୍ଠା ଦିବସ ପାଳିତ !!

Share

ତିର୍ତ୍ତୋଲ ::- ବିଗତ ନିର୍ବାଚନ ରେ ବିଜେଡି ର ଶୋଚନୀୟ ପରାଜୟ ପରେ ଦଳର ମେରୁଦଣ୍ଡ ଭାଙ୍ଗି ଯାଇଥିବା ବେଳେ,

ଯୋଉ ନିର୍ବାଚନ କ୍ଷେତ୍ରରେ ବିଜୟ ଲାଭ କରିଛି, ସେଠାରେ ମଧ୍ୟ ପରାଜୟ ଜୀଵନ ଅନୁଭବ କରୁଛନ୍ତି କର୍ମୀ ଓ ନିର୍ବାଚିତ ପ୍ରତିନିଧି !ଗତ ବର୍ଷ ଭଳି ପାଳନ କରାଯାଉନି ବିଜେଡି ପ୍ରତିଷ୍ଠା ଦିବସ ! ସତେ ଯେପରି ରଙ୍ଗହୀନ ହୋଇପଡିଛି ନିର୍ବାଚନ ସ୍ତରୀୟ ଉତ୍ସାହ ଉଦ୍ଦୀପନା !ହାତଗଣତି କେତେ ଜଣଙ୍କୁ ଛାଡିଦେଲେ ଅନ୍ୟ କଣଙ୍କ ସ୍ପୃହା କମି ଯିବାରେ ଦେଖାଯାଇଛି !କେତେକ ସଭାରେ ଚାପା ବିତୃଷ୍ଣା ତର୍କରେ ପରିଣତ ହୋଇଥିବାର ଲକ୍ଷ କରାଯାଇଛି !ଏପରି ଦୁଃଖଦ ମାହୋଲ ଦେଖିବାକୁ ମିଳିଛି ତିର୍ତ୍ତୋଲ ନିର୍ବାଚନୀ କ୍ଷେତ୍ରରେ ଆୟୋଜିତ ବିଜେଡି ପ୍ରତିଷ୍ଠା ଦିବସ ସମାବେଶ ରେ !ଖବର ଅନୁସାରେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ଏକ ରାଜନୈତିକ ପେଣ୍ଠସ୍ଥଳୀ ବୋଲାଉଥିବା କ୍ଷେତ୍ର ହୋଇଥିବା ବେଳେ ଗତ ନିର୍ବାଚନରେ ବିଜେଡି ବିଧାୟକ ପ୍ରାର୍ଥୀ ଆସନ ହାତେଇ ବାରେ ସଫଳ ହୋଇଥିଲେ !ମାତ୍ର ରାଜ୍ୟ ରାଜନୀତିରେ ପରାଜୟ ର ସ୍ୱାଦ ଦୀର୍ଘ ୨୪ ବର୍ଷ ପରେ ଅନୁଭବ କରିବା ପରେ ବଦଳି ଯାଇଥିଲା ସରକାର !କିନ୍ତୁ ତିର୍ତ୍ତୋଲ ଜଣେ ଶସ୍ତା ବିଧାୟକଙ୍କୁ ପାଇ ମଧ୍ୟ ନିଜକୁ ଧନ୍ୟ ମନେ କରୁଥିବା ବେଳେ, ବିଧାୟକ ମହୋଦୟ ଙ୍କ କାର୍ଯ୍ୟକଳାପ କୁ ନେଇ ଚର୍ଚ୍ଚାରେ ରହି ଆସୁଛନ୍ତି !କେତେବେଳେ ବିଜେପି ସଂଗଠକଙ୍କୁ ଧରି ବୁଲିବାକୁ ନେଇ ଚର୍ଚ୍ଚା ତ କେତେବେଳେ ଜଣେ ବାବାଙ୍କୁ ଧରି ବୁଲିବାକୁ ନେଇ ଚର୍ଚ୍ଚାରେ ସବୁଠାରୁ ଆଗରେ ଥିବା ବିଧାୟକ, ନିଜର କର୍ମୀ ଓ ପଞ୍ଚାୟତ ପ୍ରତିନିଧିଙ୍କ ଠାରୁ ଦୂରତା ରଖୁଥିବାର ଚର୍ଚ୍ଚା ହେଉଛି !ଗତ ନଭେମ୍ବର ମାସ ୧୬ ତାରିଖରୁ ୨୧ ତାରିଖ ମଧ୍ୟରେ ଆୟୋଜିତ ଚେଳିତୋଳ ବାଲିଯାତ୍ରା ଶେଷ ହେବାକୁ ମାସକରୁ ଅଧିକ ହୋଇଥିଲେ ବି ଏପର୍ଯ୍ୟନ୍ତ ବାଲିଯାତ୍ରା ପଡିଆରେ ପଡି ରହିଛି ପଲିଥିନ ବର୍ଜ୍ୟବସ୍ତୁ,ଯାହା ପରିବେଶ କୁ ଦୂଷିତ କରିବାରେ ଲାଗିଛି !ବାଲିଯାତ୍ରାର ସଭାପତି ହିସାବରେ ବିଧାୟକ ମହୋଦୟ ଏଥିପ୍ରତି ଦୃଷ୍ଟିହୀନ ଭାବେ ଅଣଦେଖା କରି ଅବହେଳା କରିବା ଆଉ ଏକ ଚର୍ଚ୍ଚାର କାରଣ ସାଜିଛି !ସାଧାରଣ ଜନତା ବିଧାୟକ ଙ୍କର ଏପରି କାର୍ଯ୍ୟରେ ଅତିଷ୍ଠ ଓ ବିତୃଷ୍ଣା ଭାବ ପ୍ରଦର୍ଶନ କରୁଥିବା ବେଳେ ବିଜେଡିର ପ୍ରତିଷ୍ଠା ଦିବସ ରେ ମାହୋଲ ଫାଙ୍କା ପଡ଼ିଥିବା ଦେଖା ଯାଇଛି !ଯେଉଁଠି ମୋ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ରେ ସହସ୍ରାଧିକ ମହିଳା ପୁରୁଷ ଯୋଗ ଦେଉଥିଲେ, ପ୍ରତିଷ୍ଠା ଦିବସରେ ଶତାଧିକ କର୍ମୀ ଉପସ୍ଥିତ ହେବା ବିଜେଡିର ଭିତିରି ଗୁମର କୁ ପଦାରେ ପକେଇ ଦେଇଛି !ଜୋନ ସ୍ତରୀୟ ଓ ପଞ୍ଚାୟତ ସ୍ତରୀୟ ପ୍ରତିନିଧି ମାନଙ୍କୁ ସଭାର ଏକ ଘଣ୍ଟା ପୂର୍ବରୁ ଅବଗତ କରାଇଥିବାରୁ ଅନେକ ପ୍ରତିନିଧି କ୍ଷୋଭ ପ୍ରକାଶ କରିଛନ୍ତି ଏବଂ ବହୁ ପ୍ରତିନିଧି ଅନୁପସ୍ଥିତ ଥିବାର ଦେଖା ଯାଇଛି !ସଭିଙ୍କ ମୁହଁରେ ଗୋଟିଏ ଚର୍ଚ୍ଚା ପ୍ରତିଷ୍ଠା ଦିବସକୁ କେତେଜଣ ଦକ୍ଷ ବୋଲାଉଥିବା ନେତା ସମ୍ପୂର୍ଣ୍ଣ ରଙ୍ଗହୀନ କରିଦେଇଛନ୍ତି !ରାଜ୍ୟରେ ନବୀନ କ୍ରେଜ ବଢୁଥିବା ବେଳେ, ତିର୍ତ୍ତୋଲରେ ଏହାର ବ୍ୟତିକ୍ରମ ହେବା ବିଜେପିକୁ ସୁହାଉଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଥିବାର ଶୁଣିବାକୁ ମିଳିଛି !!

 

ଜଗତସିଂହପୁର ରୁ ଶରତ କୁମାର ଦାସଙ୍କ ସହିତ ତିର୍ତ୍ତୋଲରୁ ରଞ୍ଜନ କୁମାର ମଲ୍ଲିକଙ୍କ ରିପୋର୍ଟ ନ୍ୟୂଜ ଉପାନ୍ତ ଖବର !!

You may have missed