December 25, 2024

ସୁଶାସନ ସପ୍ତାହ 2024/ ପ୍ରଶାସନ ଗାଁଓ କି ଓର କାର୍ଯ୍ୟକ୍ରମ ଶେଷ. 

Share

 

 

 

କାଶୀନଗର ବ୍ଲକ ରେ ରାଜ୍ୟ ସରକାରଙ୍କ ଏହି ମାସ ସୁଶାସନ ସପ୍ତାହ 2024 ଆନୁକୂଲ୍ୟରେ 19 ତାରିଖ ଠାରୁ 24 ତାରିଖ ପର୍ଯ୍ୟନ୍ତ ସୁଶାସନ ଅଭିମୁଖୀ ପଦକ୍ଷେପ,ସର୍ବିତ୍ତମ କାର୍ଯ୍ୟବିଧିର ଚି଼ହ୍ନଟ,ଗ୍ରାମଆଭିମୁଖୀ ପ୍ରଶାସନ ଅଭିଯାନ ରେ ନାଗରିକ ଅଭିଯୋଗର ସମାଧାନକୁ ଲୋକଙ୍କ ଦ୍ଵାରଦେଶରେ ପହଞ୍ଚାଇ ତୃଣମୂଳ ସ୍ତରରେ ଶାସନକୁ ସୁଦୃଢ କରିବା ଉଦେଶ୍ୟରେ ବ୍ଲକର ବିଭିନ୍ନ ଗ୍ରାମରେ ଜନ ଶୁଣାଣି ଶିବିର ଅନୁଷ୍ଠିତ କରିବା ପାଇଁ ଏହି ବ୍ଲକ ଅନ୍ତର୍ଗତ ଖାଣ୍ଡବା ପଞ୍ଚାୟତର ଆଦର୍ଶ ନଗର,ପର୍ତ୍ତଡାପଞ୍ଚାୟତର ଯୋଡୁରୁ ଗ୍ରାମ , କୀଡୀଗାଁ ପଞ୍ଚାୟତର ଶୁଙ୍କାନିପେଟା ଗ୍ରାମରେ ,ଖାରଡ଼ା ପଂଚାୟତର ତାଡବା ଠାରେ ,କେ. ସୀତାପୁର ପଂଚାୟତ ତରଳା ଗ୍ରାମ ଓ ଶେଷ ଦିନ ସିଆଳି ପଂଚାୟତର ଗାରିଆଗୁଡା ଗ୍ରାମ ଠାରେ ବ୍ଲକ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିଲା. ସ୍ଥାନୀୟ ବି. ଡି.ଓ ଡ଼ମ୍ବୁରୁଧର ମଲ୍ଲିକ ଅଭିଯୋଗ ମାନ ଶୁଣାଣି କରି ତୁରନ୍ତ ସମାଧାନ କରିବା ପାଇଁ ପଦକ୍ଷେପ ନେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ.ଏହି ଶିବିର ମାନଙ୍କରେ ମୋଟ ବ୍ୟକ୍ତିଗତ ଓ ସାମୁହିକ ଅଭିଯୋଗ ମାନ ଦାଖଲ ହୋଇଥିବା ସୂଚନା ହସ୍ତଗତ ହୋଇଛି . ଉକ୍ତ କାର୍ଯ୍ୟକ୍ରମରେ ସହକାରୀ ଯନ୍ତ୍ରୀ ନାରାୟଣ ପାଢ଼ୀ, ସି ଡି ପି ଓ କନକଲତା ପୂଜାରୀ, ପଞ୍ଚାୟତ ଉନ୍ନୟନ ଅଧିକାରୀ ଲକ୍ଷ୍ମୀ ସାହୁ, ପଞ୍ଚାୟତ ମାନଙ୍କ ସରପଞ୍ଚ ଓ ନାୟବ ସରପଞ୍ଚ ମାନେ ,ସ୍ଥାନୀୟ ପି ଇ ଓ ପ୍ରମୁଖ ମାନେ ଯୋଗ ଦେଇଥିଲେ. ରାଜ୍ୟ ସରକାରଙ୍କ ଏହି ପରି କିଛି କିଛି ଗ୍ରାମକୁ ସ୍ଥାନୀୟ ପ୍ରଶାସନ ଗସ୍ତ କରି ଯେଉଁ ଅଭିଯୋଗ ଶୁଣାଣି ପାଇଁ ଯେଉଁ ପ୍ରୟାସ କରିଛି ସେଥି ପାଇଁ ଅଧିକ ସଂଖ୍ୟାରେ ଅଭିଯୋଗ ଦେବା ପାଇଁ ସକ୍ଷମ ହୋଇଥିବା ଶିଆଳି ସରପଞ୍ଚ ରାମ ପ୍ରସାଦ ପଟନାୟକ କହିଛନ୍ତି.