December 23, 2024

ଉଜାଡିଲା ବର୍ଷକର ଆହାର….. ଚାଷୀଙ୍କ ମୁଣ୍ଡରେ ଚଡକ ..

Share

 

ତିର୍ତ୍ତୋଲ

 

ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଜନିତ କ୍ଷୟ କ୍ଷତି ସୀମା ଲଂଘନ କରିଥିବା ବେଳେ ତିର୍ତ୍ତୋଲ ଅଞ୍ଚଳରେ ଚାଷୀ ଝୁରୁଛନ୍ତି ଚାଷକୁ l ଗତ ୧୯/୧୨/୨୪ ରୁ ୨୧/୧୨/୨୪ ପର୍ଯ୍ୟନ୍ତ ଲଗାଣ ବର୍ଷାରେ ପାଚିଲା ଧାନ କ୍ଷେତରେ ପାଣି ଜମି ଯିବାରୁ ଚାଷୀଭାଇମାନେ ମୁଣ୍ଡରେ ହାତ ଦେଇ ଚିନ୍ତାରେ ବୁଡ଼ିଯାଇଛନ୍ତି l ଧାନ କଟା ଅଧା ହୋଇଛି କି ନାହିଁ ବର୍ଷା ସାଧିଲା ଦାଉ l କେହି କେହି ଧାନ କାଟି କଚଡ଼ା ପକେଇ ଥିବା ବେଳେ, ଅନ୍ୟ କାହାର ଧାନ କ୍ଷେତ ପାଣିରେ ଶୋଇଛି l ଜମିରେ ପଡିଯାଇଥିବା ଧାନ ଉପରେ ପାଣି ରହି ଥିବାରୁ ଖଳାକୁ ଧାନଗୋଛା ଅଣାଯାଇ ପାରୁନି । ଚଡକ ପଡିଛି ଚାଷୀ ମୁଣ୍ଡରେ l ଚାଷ ପାଇଁ ଖର୍ଚ୍ଚ କରିଥିବା ଟଙ୍କା ଫେରି ପାଇବେ କି ନାହିଁ ସନ୍ଦେହରେ ଚାଷୀ l ଚଳିତ ବର୍ଷ ଫସଲ ଭଲ ହୋଇଥିବା ସକାଶୁ ଚାଷୀଙ୍କ ମନରେ ହସ ଖେଳୁଥିଲା l ଏବେ ସେଇ ହସ ଛଡେଇ ନେଇଛି ବର୍ଷା l ସରକାରୀ ସ୍ତରରେ ରାଜସ୍ବ ନିରୀକ୍ଷକ ଙ୍କୁ ପଠାଇ ତଦନ୍ତ ପୂର୍ବକ କିଛି ଆଖିଦୃଷ୍ଟିଆ ପଦକ୍ଷେପ ଗ୍ରହଣ କରାଯିବାକୁ ସାଧାରଣରେ ଚର୍ଚ୍ଚା ହେଉଛି l ମୋହନ ସରକାରଙ୍କ ଉପରେ ଭରସା ରଖିଛନ୍ତି ଚାଷୀ l କୌଣସି ନା କୋଣସି ପଦକ୍ଷେପ ନେଇ ଚାଷୀଙ୍କୁ ଖୁସୀ କରାଇବାକୁ ନିବେଦନ କରିଛନ୍ତି ଚାଷୀ ମୁଲିଆ ସଂଘର କାର୍ଯ୍ୟକର୍ତ୍ତା l ଦେଖିବାକୁ ରହିଲା ସରକାର କରୁଛନ୍ତି କଣ ?

 

ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ, ନିୟୁଜ ଉପାନ୍ତ ଖବର…।