December 23, 2024

ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ତିନିଦିନିଆ ବାର୍ଷିକ ଟେକ୍ନୋ ସାଂସ୍କୃତିକ ଉତ୍ସବ “ସୃଜନ ୩.୦” ଉଦଘାଟିତ ମୁଖ୍ୟ ଆକର୍ଷଣ ଓଡ଼ିଶାର ସୁନାମଧନ୍ୟ ଗାୟକ ମଣ୍ଟ ଛୁରୀୟା

Share

 

ଗୁଣୁପୁର -(ସୁରେନ୍ଦ୍ର ମହାନ୍ତି ): ୨୧.୧୨.୨୦୨୪- ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ତିନିଦିନିଆ ବାର୍ଷିକ ଟେକ୍ନୋ ସାଂସ୍କୃତିକ ଉତ୍ସବ “ସୃଜନ ୩.୦” ଉଦଘାଟିତ ହୋଇଯାଇଛି /ଏହି ଅବସରରେ ବିଶ୍ୱବିଦ୍ୟାଳୟ ପରିସରରେ ସୃଜନ ୩.୦ ର ଉଦଘାଟନ ଉତ୍ସବ ମେଗା ଅଡିଟୋରିୟମରେ ଅନୁଷ୍ଠିତ ହୋଇଥିଲା / ଏଥିରେ ବିଶ୍ୱବିଦ୍ୟାଳୟର ଆବାହକ ଡ଼ ବିଭୁ ପ୍ରସାଦ ସ୍ୱାଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମ ବିଷୟ ରେ ସୂଚନା ଦେଇଥିଲେ। ରେଜିଷ୍ଟ୍ରାର ଡ଼ ଏନ ଭି .ଜଗନ୍ନାଧା ରାଓ ଯୋଗ ଦେଇ ବିଶ୍ଵ ବିଦ୍ୟାଳୟର ଉଚ୍ଚମାନର ଶିକ୍ଷାଦାନ ସହ ଅଭିନବୀକରଣ ପାଇ ପାଇଁ ଉତ୍ସାହିତ କରାଯାଉଥିବା ସୂଚନା ଦେଇଥିଲେ। ଏହି ଉଦଘାଟନୀ ଉତ୍ସଵର ସ୍ବତନ୍ତ୍ର ଅତିଥି ଭାବେ କଲିକତାସ୍ଥିତ ଲେକ୍ସମାର୍କର ମୁଖ୍ୟ ଅନୁରାଗ କିର୍ତି, ବାଙ୍ଗାଲୋରସ୍ଥିତ ଇଣ୍ଟିଗ୍ରା ମାଇଣ୍ଡିସ୍ ର ଲଭାନମ୍ ଆମ୍ବଲା, ନୁଆଦିଲ୍ଲୀ ସ୍ଥିତ ଜେନସଲ ର ମୁଖ୍ୟ ବିନୟ ଭୂଷଣ ପଣ୍ଡା, ଯୋଗ ଦେଇ ବିଶ୍ଵବିଦ୍ୟାଳୟ ପକ୍ଷରୁ ଏହିଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଛାତ୍ରଛାତ୍ରୀମାନେ କାର୍ଯ୍ୟଦକ୍ଷତା, ନୂତନ ଜ୍ଞନକୌଶଳକୁ , ନିଯୁକ୍ତ କ୍ଷେତ୍ରରେ ସ୍ଵବାଲମ୍ବନ୍ ହେବା ପାଇଁ ଉତ୍ସାହିତ କରିଥିଲେ।ବିଶ୍ୱବିଦ୍ୟାଳୟର ଉପସଭାପତି ଡ଼ ଚନ୍ଦ୍ରଧ୍ୱଜ ପଣ୍ଡା ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କଶିକ୍ଷା ସହ ନିଜର ଅନ୍ତର୍ନିହିତ ଗୁଣାବଳିର ବିକାଶ ନିମନ୍ତେ ଯତ୍ନବାନ ହେବା ପାଇଁ ଆହ୍ଵାନ ଦେଇଥିଲେ।ମହାନିର୍ଦେଶକ ଡ଼ ଜଗଦୀଶ ପଣ୍ଡା ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କ ପ୍ରକଳ୍ପକୁ ଆନ୍ତର୍ଜାତକ ସ୍ତରରେ ପରିଚିତ କରାଇବାକୁ କହିଥିଲେ।କୁଳପତି ଡ଼ ଏ ଭି ଏନ ଏଲ ଶର୍ମା ଯୋଗ ଦେଇ ଛାତ୍ରଛାତ୍ରୀ ମାନେ ଆସନ୍ତା ଦିନ ମାନଙ୍କରେ ବିଭିନ୍ନ ଆହ୍ବାନ ପାଇ ନିଜକୁ ପ୍ରସ୍ତୁତ ହେବା ପାଇ କହିଥିଲେ। / ଏହି ଅବସରରେ ଜାତୀୟ ସେବା ଯୋଜନାର ଏକ ବାର୍ଷିକ ପୁସ୍ତିକା “ପ୍ରୟାସ “୧୧ ତମ ଭାଗ ଅତିଥିଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା / ପରିଶେଷରେ ଡ ତୁଷାର କାନ୍ତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ / ଏହି କାର୍ଯ୍ୟକ୍ରମ ପାଇଁ ପୂର୍ବରୁ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ସହ ୧୦୦ ରୁ ଉର୍ଦ୍ଧ ପ୍ରକଳ୍ପ ଯଥା ମଡେଲ ଫିଷ୍ଟା, ୱେଷ୍ଟ ଓ କ୍ରାଫ୍ଟ, ମେଗା। ଷ୍ଟ୍ରୋକଚର୍ ,ଲେନ୍ ଗମ୍ବିଂ ଭଳି ପ୍ରକଳ୍ପର ପ୍ରଦର୍ଶନ କରାଯାଇଥିଲା /ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପ୍ରକାର ତୋରଣ ସହ ଆଲୋକୀକରଣ ଅତି ସୁନ୍ଦର ଦେଖା ଯାଉଥିଲା/ଆଜି ସନ୍ଧ୍ୟାରେ ଛାତ୍ର ଛାତ୍ରୀ ଙ୍କ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରହଥିବାବେଳେ ରବିବାର ଦିନ ଡି ଜେ ଏସ କେ ବି ଏବଂ ସୋମବାର ଦିନ ଶେଷ ରଜନୀରେ ଓଡ଼ିଶାର ସୁନାମଧନ୍ୟ ଗାୟକ ମଣ୍ଠୁ ଛୁରିଆ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି।ଏହି ଅବସରରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ସହ ମାନପତ୍ର ପ୍ରଦାନ କରାଯାଇଥିଲା।ଏହି ସଭାରେ ସମସ୍ତ ବିଭାଗର ପ୍ରଫେସର,ଅଧ୍ୟାପକ, ଅଧ୍ୟାପିକା, ଜାତୀୟ ସେବା ଯୋଜନାର ସ୍ବେଛାସେବୀ , ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର କେଡ଼ର ଓ ବିଶ୍ୱ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ।