April 20, 2025

ଶତାୟୁ ପୁରୁଷ ସ୍ଵର୍ଗତ ରାମକୃଷ୍ଣ ପଣ୍ଡାଙ୍କ ସ୍ମୃତି ସଭା 

Share

 

ଜଗତସିଂହପୁର-୧୯/୧୨-ରଘୁନାଥପୁର ବ୍ଲକ ଅଯୋଧ୍ୟାପୁର ଗ୍ରାମରେ ଥିବା ପ୍ରଭୁ ଦରଘା ଠାକୁରଙ୍କ ପୀଠରେ ପୂର୍ବତନ ସରପଞ୍ଚ ତଥା ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ସ୍ବର୍ଗତ ରାମକୃଷ୍ଣ ପଣ୍ଡା(ଶୁକ ନନା)ଙ୍କ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି।ସେ ଜଣ ଜାତୀୟ କଂଗ୍ରେସ ର ସକ୍ରିୟ ସଦସ୍ୟ ସହିତ ବ୍ଲକ କଂଗ୍ରେସ କମିଟି ତରଫରୁ ସଭାପତି ରହି ଦଳମତ ନିର୍ବିଶେଷରେ ସମସ୍ତଙ୍କ ପାଇଁ କାର୍ଯ୍ୟ କରୁଥିଲେ।ସେ କଂଗ୍ରେସର ଆଗ ଧାଡିର ପୁରୁଖା ନେତା କହିଲେ ଅତ୍ୟୁକ୍ତି ହେବନାହିଁ। ତେଣୁ ତାଙ୍କୁ ରଘୁନାଥପୁର ଅଞ୍ଚଳରେ ସମସ୍ତେ ଚାଣକ୍ଯ ବୋଲି କହିଥାନ୍ତି। ଏହି ସଭାରେ ପୂର୍ବତନ ଜିଲ୍ଲାପରିଷଦ ସଭାପତି ଶ୍ରୀଯୁକ୍ତ ନଟବର ବାରିକ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ। ରାମକୃଷ୍ଣ ପଣ୍ଡା ଜଣେ ଜନପ୍ରିୟ ନେତା ବୋଲି ସେ ପ୍ରକାଶ କରିଥିଲେ। ଏହି ସ୍ମୃତି ସଭାରେ ଜିଲ୍ଲା କଂଗ୍ରେସ କମିଟି ଉପସଭାପତି ସର୍ବେଶ୍ଵର ପଣ୍ଡା ଅଧ୍ୟକ୍ଷତା କରିଥିଲେ। ସ୍ବର୍ଗତ ପଣ୍ଡା ଜଣେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତିତ୍ଵ ଥିଲେ ବୋଲି ସେ ତାଙ୍କ ବକ୍ତବ୍ୟରେ କହିଥିଲେ। ଏଥିରେ କଂଗ୍ରେସ ନେତା ହିମାଂଶୁ ମଲ୍ଲିକ ଯୋଗଦେଇ ଶୁକ ନନା ସମାଜର ଜଣେ ଗଠନଶୀଳ ବ୍ୟକ୍ତିତ୍ଵ ବୋଲି କହିଥିଲେ। ମୁଖ୍ୟ ବକ୍ତା ଜଗତସିଂହପୁରର ପୂର୍ବତନ ନଗରପାଳ ବିପ୍ଳବ ଚୈ।ଧୁରୀ,ବ୍ଲକ କଂଗ୍ରେସ ଉପସଭାପତି ଆର୍ତ୍ତତ୍ରାଣ ପଣ୍ଡା ,ସ୍ବେଛାସେବୀ ଚନ୍ଦ୍ରକାନ୍ତ ପଣ୍ଡା,ଗୋପାଳ ଚନ୍ଦ୍ର ପଣ୍ଡା,ଚନ୍ଦ୍ରମଣି ରାଉତ,ବୃନ୍ଦାବନ ବେହେରା,ସାମ୍ବାଦିକ ମଳୟ କୁମାର ପାଣି ପ୍ରମୁଖ ଉପସ୍ଥିତ ରହି ଶୁକ ନନା ଓରଫ ରାମକୃଷ୍ଣ ପଣ୍ଡାଙ୍କ ସ୍ମୃତି ଚାରଣ କରିଥିଲେ ।ଶୁକ ନନାଙ୍କ ପୁଅ ବୋହୁ ଝିଅ ଜ୍ବାଇଁ ଉପସ୍ଥିତ ରହି ତାଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଜୟନ୍ତ,ଅନୁପମା, ଜ୍ୟୋତିର୍ମୟୀ, ସ୍ଵର୍ଣ୍ଣମୟୀ, ବିଜୟା ଲକ୍ଷ୍ମୀ,ବିରଜା, ସୁକାନ୍ତ,ଆଦି,ମାମାଲି ଓ ପିନୁ କାର୍ଯ୍ୟକ୍ରମ ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ।ସର୍ବଶେଷରେ ପୁତ୍ର କାଶୀନାଥ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ରିପୋର୍ଟ -ନୃସିଂହ ଚରଣ ବାରିକ