April 20, 2025

ନବରଙ୍ଗପୁର ଜିଲ୍ଲା ଉମରକୋଟ ଠାରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଟିତ……..

Share

 

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଉମରକୋଟ ବ୍ଲକ ସମ୍ମିଳନୀ କକ୍ଷ ଠାରେ ଭୀମ ଭୋଇ ଭିନ୍ନକ୍ଷମ ସ।ମର୍ଥ ଶିବିର ୨୦୨୪ ଅନୁଷ୍ଠିତ ହେଇ ଯାଇଛି। ଏହି ଶିବିର ରେ ଆଜି ମୋଟ ୬୨୯ଜଣ ଭିନ୍ନକ୍ଷମ ପଞ୍ଜିକରଣ କରିଥିଲେ। ସେଥି ମଧ୍ୟରୁ ୪୪୫ଜଣଙ୍କୁ ଭିନ୍ନକ୍ଷମ ପ୍ରମାଣ ପତ୍ର ବଣ୍ଟନ କରାଯାଉଥିବା ବେଳେ ୯ଜଣଙ୍କୁ ବସ ପାସ ପ୍ରଦାନ କରାଯାଇଥିଲା। ଉମରକୋଟ ତହସିଲ କର୍ମଚାରୀଙ୍କ ପକ୍ଷରୁ ୪୪ ଜଣଙ୍କୁ ଆୟ ପ୍ରମାଣ ପତ୍ର ପ୍ରଦାନ କରାଯାଇ ଥିଲ।। ଆଜିର ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଉମରକୋଟ ବ୍ଲକ ଅଧ୍ୟକ୍ଷା ସୁଶୀଳା ମାଝୀ, ରାଜ୍ୟ ବିଜେପି ସମ୍ପାଦକ ରମେଶ ଚନ୍ଦ୍ର ସାହୁ,ମନ୍ତୀ ଙ୍କ ପ୍ରତିନିଧି ଅଶୋକ କୁମାର ପାଢ଼ୀ, ସାଂସଦ ପ୍ରତିନିଧି ରାମ ନାୟକ, ଝରିଗାଁ ବିଧାୟକ ପ୍ରତିନିଧି ସୋନା ମାଝି, ବରିଷ୍ଠ ବିଜେଡି ନେତା ଦେବୀ ସିଂ ମାଝି, ଉମରକୋଟ ବ୍ଲକ ଭାର ପ୍ରାପ୍ତ ବିଡିଓ ଲକ୍ଷ୍ମୀ ସାଗର ମାଝି, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ

ସୁଧାଂଶୁ ପାତ୍ର, ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ଥିଲେ। ଚକ୍ଷୁ ରୋଗ ବିଶେଷଜ୍ଞ ଡକ୍ଟର ରାଜେଶ ଦାସ, ଇ ଏନ୍ ଟି ବିଶେଷଜ୍ଞ ଡକ୍ଟର ଅଭିଷେକ ଦାସ, ହାଡ଼ ରୋଗ ବିଶେଷଜ୍ଞ ଡକ୍ଟର ତ୍ତ୍ରିପତି ଷଡ଼ଙ୍ଗୀ ପ୍ରମୁଖ ଭିନ୍ନକ୍ଷମ ମାନଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରିଥିଲେ।