April 20, 2025

ଗାଙ୍ଗପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଗ୍ରାମ୍ୟ କ୍ୟାମ୍ପ କୋର୍ଟ ଅନୁଷ୍ଠିତ—

Share

 

ସାନଖେମୁଣ୍ଡି(ବିଜୟ କୁମାର ପ୍ରଧାନ) ସାନଖେମୁଣ୍ଡି ବ୍ଲକ ଅଧିନସ୍ଥ ଗଙ୍ଗାପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଗ୍ରାମ୍ୟ କୋର୍ଟ ଅନୁଷ୍ଠିତ ହୋଇଯାଇଛି।

ସୂଚନା ଅନୁସାରେ ହାଇକୋର୍ଟ ଙ୍କ ନିର୍ଦ୍ଧେଶ କ୍ରମେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟ ଗଙ୍ଗାପୁର ଗ୍ରାମ ପଞ୍ଚାୟତ କାର୍ଯାଳୟ ଠାରେ ଗ୍ରାମ୍ୟ ନ୍ୟାୟାଳୟ ଅନୁଷ୍ଠିତ କରିଥିଲେ l ଯେପରି ଅଫିସ ନ୍ୟାୟାଳୟ ରେ ଶୁଣାଣି ହୋଇଥାଏ, ଠିକ ସେମିତି ପଞ୍ଚାୟତ ରେ ଶୁଣାଣି ହୋଇଥିଲା l ଏହି ଶୁଣାଣି ରେ ପାଞ୍ଚ ଗୋଟି କେସ୍ କୁ ସମାପ୍ତ କରିଥିଲେ ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟ ର ବିଚାରପତି।

ଉକ୍ତ ଗ୍ରାମ୍ୟ ନ୍ୟାୟାଳୟରେ

ବିଚାରପତି ଙ୍କ ସମେତ ସରକାରୀ ଓକିଲ ସତ୍ୟନାରାୟଣ ରଥ ମାମଲା ପରିଚାଳନା କରିଥିବା ବେଳେ ବରିଷ୍ଠ ଓକିଲ ସୁରେଶ ଚନ୍ଦ୍ର ସାହୁ,ପ୍ରଶାନ୍ତ କୁମାର ଡାକୁଆ,ବିଜୟ କୁମାର ପ୍ରଧାନ,ପ୍ରଶାନ୍ତ କୁମାର ବରାଡ଼ ସହଯୋଗ କରିଥିଲେ,ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟର କୋର୍ଟ କର୍ମଚାରୀ ମୁକ୍ତିକାନ୍ତ ବେହେରା, ପ୍ରଜ୍ଞାଲିମା ବରୀସଲ,ପି.ଶିବାନୀ, ସୁଶ୍ରୀ କୁର୍ତାଞ୍ଜଳି ମଲ୍ଲିକ,ସନ୍ତୋଷ କୁମାର ରାଉତ,ବାସୁଦେବ ମହାଙ୍କୁଡ, ପ୍ରଫୁଲ୍ଲ ବେହେରା ଙ୍କ ସମେତ ଗଙ୍ଗାପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ପିଙ୍କି ସେଠି ,ସମିତି ସଭ୍ୟ ବୁଲୁ ସେଠି, ନାଏବ ସରପଞ୍ଚ ଜୟନ୍ତୀ ମଲ୍ଲିକ,କୋର୍ଟ ସିଏସଆଇ ଇନ୍ଦ୍ରମଣି ମଲ୍ଲିକ, ପୋଲିସ କର୍ମଚାରୀ ହେମନ୍ତ ସାହୁ,ମୋନାଲିସା ମଲ୍ଲିକ ଏବଂ ଗ୍ରାମର ଯୁବକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟ କୁ ସୂଚାରୁ ରୂପେ ପରିଚାଳିତ କରିଥିଲେ |