କୋଟପାଡ଼ରେ ନୂତନ ଅବକାରୀ ଉପ ନିରୀକ୍ଷକ ଙ୍କ ଯୋଗଦାନ
କୋରାପୁଟ ଜିଲ୍ଲା କୋଟପାଡ଼ ଅବକାରୀ ଥାନାରେ ନୂତନ ଭାବରେ ଅବକାରୀ ଉପ ନିରୀକ୍ଷକ
ଶ୍ରୀ ନୀଳାଦ୍ରି ବିହାରୀ ମିଶ୍ର ଯୋଗଦାନ କରିଥିବା ଜଣାଯାଇଛି। ସେ ଏଥି ପୂର୍ବରୁ ଜୟପୁର ଠାରେ ଥିଲେ। ସହର ରେ ବିନା ଲାଇସେନ୍ସ ରେ ମଦ ବିକ୍ରିକୁ କିପରି ରୋକ ଲଗା ଯାଇପାରିବ ତାହା ସଙ୍ଗେ ମନ୍ଦିର, ସ୍କୁଲ ସମେତ ବିଭିନ୍ନ ଫାଷ୍ଟଫୁଡ, ପାନ ଦୋକାନ, ଜଳଖିଆ ହୋଟେଲ ରେ ମଦ ବିକ୍ରି ହେଉ ଥିବାର ଅଭିଯୋଗ ହେଉଅଛି ତେଣୁ ଏ ସବୁ ସ୍ଥାନକୁ ଅଳ୍ପ ଦିନ ମଧ୍ୟରେ ଚଢାଉ କରା ହେବ ବୋଲି ଗଣମାଧ୍ୟମ କୁ ଶ୍ରୀ ମିଶ୍ର ସୂଚନା ପ୍ରଦାନ କରିଥିବାର ଜଣାଯାଇଛି।
(କୋରାପୁଟ ଜିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ)