ବେପାରୀ ଙ୍କ ଦଖଲ ରେ ପଞ୍ଚାୟତ ହାଟ ସେଡ଼

କୋଲନରା : ଦିନକୁ ଦିନ ଜମି ମାଫିଆ ଙ୍କ ସହ ବେପାରି ମାନଙ୍କ ମନ ମାନି ବଢିବାକୁ ଲାଗିଛି ।ନିଜର ପକେଟ ଗରମ କରିବା ସହ କୋଟି ହେବା ସ୍ବପ୍ନ ଦେଖି ସରକାରୀ ବେ ସରକାରୀ ଜମି ଉପରେ ଲୁଲୁପ ଦୃଷ୍ଟି ରଖି ନିଜ ନିଜର ଦଖଲ ରେ ରଖି ବେପାର କରୁଥିବା ଅଭିଯୋଗ ହୋଇଛି । ଏହିଭଳି ସମସ୍ୟା ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଝୋରଡି ଗ୍ରାମ ପଞ୍ଚାୟତ ମିନଝୋଲା ଗ୍ରାମରେ ଦେଖିବାକୁ ମିଳୁଛି ।ପଞ୍ଚାୟତରାଜ ବିଭାଗ ଜନ କଲ୍ୟାଣ ପାଇଁ ପଞ୍ଚାୟତ ସମିତି କୁ ଆର୍ଥିକ ସହାୟତା ଯୋଗାଇ ପଞ୍ଚାୟତ ର ରାଜସ୍ୱ ବଢ଼ିବା ସହିତ ପଞ୍ଚାୟତ ରେ ଥିବା ଗ୍ରାମ ବା ୱାର୍ଡ ର ମୌଳିକ ସୁବିଧା ଯୋଗାଇ ଦେବାକୁ ଆର୍ଥିକ ସାହାଯ୍ୟ କରିଥାଏ ।ଯୋଉ ଆର୍ଥିକ ରାସି ବିଭିନ୍ନ ଯୋଜନା ପ୍ରସ୍ତୁତ କରି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରାଯାଇଥାଏ। ଉକ୍ତ ପ୍ରକଳ୍ପ ରୁ ଯେଉଁ ରାଜସ୍ୱ ଆଦାୟ ହୁଏ ସେଇ ଅର୍ଥ ରାସି ରୁ ପଞ୍ଚାୟତ ର ଉନ୍ନତି ମୂଳକ କାର୍ଯ୍ୟ ରେ ଖର୍ଚ୍ଚ କରି ଲୋକଙ୍କ ହିତ କାମରେ ଖର୍ଚ୍ଚ କରାଯାଏ ।କିନ୍ତୁ ଏଠି ଏହାର ବିକାଶ ର ଅନ୍ୟ ଏକ ବିକଳ ରୂପ ଦେଖିବାକୁ ମିଳିଛି । ବର୍ତ୍ତମାନ ର ରାଜ୍ୟ ସରକାର ଯେତିକି ସରକାର ଜମି ଅଛି ସରକାରଙ୍କ ଅଧିନକୁ ଆଣିବା ପାଇଁ କହୁଥିବା ବେଳେ କୋଲନରା ତହସିଲ ଅଧିନରେ ଥିବା ସମସ୍ତ ସରକାରୀ ଜମି ଚିନ୍ନଟ ହୋଇପାରୁନାହିଁ। ଯୋଉ ଭଳି ଭାବେ ଝୋରଡି ଗ୍ରାମପଞ୍ଚାୟତ ର ମିନାଝୋଲା ରେ ଥିବା ପଞ୍ଚାୟତ ଜମି ବେପାରି ମାନଙ୍କ କବ୍ଜା ରେ ରହି ନିଜେ ନିଜେ ଘର କରି ଭଡ଼ା କୁ ଦେଇ ନିଜର ପକେଟ ଗରମ କରୁଥିବା ସାଧାରଣ ରେ ଅଭିଯୋଗ ହୋଇଛି । ଏହି ବେପାରି ମାନଙ୍କ ପାଇଁ ପଞ୍ଚାୟତ ନିଜର ରାଜସ୍ୱ ହରେଇ ବସିଥିବା ବେଳେ ବ୍ଲକ ପ୍ରଶାସନ କାହିଁକି ଚୁପ ବସିଛି ନା କାହା ଛତ୍ରଛାୟା ତଳେ ଚାପି ହୋଇ ରହି ନିଦା ବିଷ୍ଣୁ ସାଜିଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ଉକ୍ତ କାର୍ଯ୍ୟ ନେଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ଜୀବନ ଜେନା ଙ୍କୁ ପଚାରି ବୁଝିବାରୁ ମୁ କିଛି ଜାଣିନାହିଁ ବୋଲି କହିଥିଲେ ।ଏହି ସମସ୍ୟା କୁ ଜିଲ୍ଲା ପ୍ରଶାସନ ତଦନ୍ତ କରି ରାଜସ୍ୱ ଆଦାୟ କରି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣ ରେ ଦାବି ହୋଇଛି ।
ରିପୋର୍ଟ :ସଞ୍ଜୀବ କଣ୍ଡାଗରୀ