ଆକ୍ସନ ମୁଡ୍ରେ ରାୟଗଡ଼ା ଜିଲ୍ଲା ମଙ୍ଗଳ ଅଧୂକାରୀ ପଗଡ଼ବିଲି ହାଇସ୍କୁଲ ଓ ରେଙ୍ଗଳପଦର ସେବାଶ୍ରମକୁ ଆକସ୍ମିକ ପରିଦର୍ଶନ
ଗୁଣୁପୁର, -(ସୁରେନ୍ଦ୍ର ମହାନ୍ତି )ରାୟଗଡ ଜିଲ୍ଲାରେ ନୂତନ ଭାବେ କାର୍ଯ୍ୟ କାର୍ଯ୍ୟରେ ଯୋଗଦେବା ପରେ ଜିଲ୍ଲା ମଙ୍ଗଳ ଅଧିକାରୀ ଅସୀମା ରାଓ ମଙ୍ଗଳବାର ଦିନ ପଗଡ଼ବିଲି ଉଚ୍ଚ ବାଳିକା ବିଦ୍ୟାଳୟ ଓ ରେଙ୍ଗଳ ପଦର ସେବାଶ୍ରମକୁ ଆକସ୍ମିକ ଗସ୍ତ କରି ସୁବିଧା ଅସୁବିଧା ସମ୍ପର୍କରେ ତଦାରଖ କରିଥିବା ଜଣାପଡିଛି। ପଗଡ଼ବିଲି ହାଇସ୍କୁଲରେ ବ୍ୟାପକ ଅବ୍ୟବସ୍ଥା ରହିଥିବା ଜାଣିବାକୁ ପାଇଥିଲେ। ପୂର୍ବରୁ ବିଭିନ୍ନ ଗଣମାଧ୍ୟମ ରେ ଏହି ଅବ୍ୟବସ୍ଥା ସମ୍ପର୍କରେ ଖବର ପ୍ରକାଶ ପାଇଥିଲା । ଅଧିକାରୀ ଜଣକ ଗୁପ୍ତ ଭାବରେ ଦଶମ ଶ୍ରେଣୀ ଛାତ୍ରୀ ମାନଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ହଷ୍ଟେଲର ପରିଚାଳନା ଖାଇବା ପିଇବା, ଶ୍ରେଣୀରେ ପାଠପଢା ସମ୍ପର୍କରେ ପିଲାଙ୍କୁ ପଚାରିବୁଝିଥିଲେ । ବାଳିକା ମାନେ ଅସୁରକ୍ଷିତ ରହିଥୁବା ଜାଣି ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀମତି ରାଓ ପ୍ରଧାନ ସେବୀକା ତରଙ୍ଗ ମୟୀ ମିଶ୍ରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିବା ସହ ଅବ୍ୟବସ୍ଥା ନେଇ କାରଣଦର୍ଶୀଇବାକୁ ନୋଟିସ କରିଥିବା ଜଣାପଡିଛି । ସେହିପରି ସେଠାରେ କାର୍ଯ୍ୟରତ କିରାଣୀ ମଳୟ କୁମାର ମଲ୍ଲୀଫୁଲଙ୍କ କାର୍ଯ୍ୟକଳାପରେ ଅସନ୍ତୋଷ ହୋଇ ତାଗିଦ କରିଥିଲେ। ଅନୁଷ୍ଠାନର କର୍ମଚାରୀ ମାନଙ୍କ ସହ ଆଲୋଚନା କରି ଅନୁଷ୍ଠାନର ସୁପରିଚାଳନା ନେଇ ଜିଲ୍ଲା ମଙ୍ଗଳ ଅଧୁକାରୀ ପରାମର୍ଶ ଦେଇଥିଲେ। ସେହିପରି ରେଙ୍ଗଳପଦର ସେବାଶ୍ରମ ପରିଦର୍ଶନ କରି ଅନ୍ତେବାସୀଙ୍କ ସମସ୍ୟା ଉପରେ ଆଲୋଚନା କରି ସେମାନଙ୍କ ସହ ମିଶି ମଧ୍ୟାହ୍ନ ଭୋଜନ କରି ଖାଦ୍ୟର ମାନ ପରୀକ୍ଷା କରିଥିବା ଜଣାପଡିଛି। ପିଲାଙ୍କ ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ବ ଦେବାକୁ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ନିର୍ଦେଶ ଦେଇଥିଲେ। ଜିଲ୍ଲା ମଙ୍ଗଳ ଅଧୁକ ଅଧୁକାରୀ ଶ୍ରୀମତି ରାଓଙ୍କ ଅଚାନକ ଗସ୍ତ ମଙ୍ଗଳ ବିଭାଗ ଶିକ୍ଷା ନୁଷ୍ଠାନ ଗୁଡ଼ିକ କର୍ମଚାରୀ ମାନେ ଛାନିଆ ହୋଇପଡିଛନ୍ତି।