April 20, 2025

ଜାତୀୟ ସ୍ତରୀୟ ଲୋକ ମହୋତ୍ସବ ପରବ ଉଦଘାଟିତ  ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ 

Share

                                                                          ଜାତୀୟ ସ୍ତରୀୟ ଲୋକ ମହୋତ୍ସବ ପରବ ଉଦଘାଟିତ

ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

୫ ବର୍ଷରେ ଦେଢ଼ଲକ୍ଷ ସରକାରୀ ନିଯୁକ୍ତି ଦିଆଯିବ_ମୁଖ୍ୟମନ୍ତ୍ରୀ

ମାର୍ଚ୍ଚ ମାସ ସୁଦ୍ଧା ନିର୍ମାଣଧିନ ସହୀଦ ଲକ୍ଷ୍ମଣ ନାୟକ ଅଧ୍ୟାପନା ମେଡ଼ିକାଲ କଲେଜ ଓ ହସପିଟାଲ ଉଦଘାଟନ କରାଯିବ _ ମୂଖ୍ୟମନ୍ତ୍ରୀ

କୋରାପୁଟ ଦେଶିଆ ଭାଷାକୁ ମାନ୍ୟତା ପ୍ରଦାନ କରିବାକୁ ଦାବି ରଖିଲେ ତାରା

କୋରାପୁଟ,୧୪।୧୨(ନି ପ୍ର)ସ୍ଥାନୀୟ ନୂତନ ପରବ ପଡ଼ିଆରେ ଜାତୀୟ ସ୍ତରୀୟ ଲୋକ ମହୋତ୍ସବ ପରବ ଉଦଘାଟିତ ହୋଇଯାଇଛି।ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ।

ଜିଲ୍ଲାପାଳ ଭି କୀର୍ତ୍ତି ୱାସନ ଯୋଗଦେଇ ଆଜି ଜିଲ୍ଲା ପାଇଁ ଖୁସିର ଦିନ ବୋଲି ପ୍ରକାଶ କରିବା ସହ ଚଳିତ ବର୍ଷ ପରବ ରେ ଅନେକ ନୂତନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ବୋଲି ପ୍ରକାଶ କରିଥିଲେ। ପୂର୍ବରୁ ଏହା ତିନି ଦିନ ଧରି ଆୟୋଜନ କରାଯାଉଥିଲା କିନ୍ତୁ ଚଳିତ ବର୍ଷ ୫ ଦିନ ଧରି ଆୟୋଜନ ହେବ ବୋଲି ସେ କହିଥିଲେ। ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ରୂପା ରୋସନ ସାହୁ ଯୋଗଦେଇ ପରବର ସ୍ମୃତି ବଖାଣି ଥିଲେ। ସୂଚନାଯୋଗ୍ୟ ଯେ ରୂପା ରୋସନ ସାହୁ ପୂର୍ବରୁ କୋରାପୁଟ ଜିଲ୍ଲାରେ ଉପଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିଲେ। ପର୍ଯ୍ୟଟନ ସ୍ଥଳୀର ବିକାଶ କରିବାକୁ ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଲେକା ଦାବି ଜଣାଇଥିଲେ। ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ଯୋଗଦେଇ ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ନେତୃତ୍ୟରେ କୋରାପୁଟ ଜିଲ୍ଲାର ବିକାଶ ଦ୍ଵିଗୁଣିତ ହୋଇପାରିବ ବୋଲି ପ୍ରକାଶ କରିଥିଲେ। କୋରାପୁଟ ସହରରେ ସ୍ଥାୟୀ ପରବ ପଡ଼ିଆ ନିର୍ମାଣ କରାଯାଇଥିବାରୁ ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା ପରବ ମଞ୍ଚରେ କୋରାପୁଟ ବିଧାୟକ ଓ ଜିଲାପାଳଙ୍କୁ ଧନ୍ୟବାଦ ଜଣାଇଥିଲେ। ଜିଲ୍ଲା ଭିତ୍ତିକ ନିଯୁକ୍ତି କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଥିଲେ। କୋଟପାଡ଼ ବିଧାୟକ ରୁପୁ ଭତ୍ରା ଯୋଗଦେଇ ଆଦିବାସୀ କଳା ଓ ସଂସ୍କୃତିକୁ ସୁରକ୍ଷିତ ରଖିବା ପାଇଁ ଆହ୍ବାନ ଦେଇଥିଲେ। ପରବ ମାଧ୍ୟମରେ କୋରାପୁଟ ଜିଲ୍ଲାର କଳା ଓ ସଂସ୍କୃତି ସମୃଦ୍ଧ ହୋଇପାରିବ ବୋଲି ପଟ୍ଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡାମ କହିଛନ୍ତି। କୋରାପୁଟ ବିଧାୟକ ରଘୁରାମ ମାଛ । ଲୋକଙ୍କୁ ଯିଏ ଠକିବ କୋରାପୁଟ ମାଟି ତାଙ୍କୁ କେବେ କ୍ଷମା ଦେବ ନାହିଁ ବୋଲି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି। ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ ହୋଇଥିବାରୁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ସେ ଧନ୍ୟବାଦ ଅର୍ପଣ କରିଥିଲେ। ଜୟପୁର ଠାରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ହେବ ବୋଲି ଘୋଷଣା କରାଯାଇଥିବାରୁ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।ଯିଏ କାମ କରେ ମୁଁ ତାଙ୍କୁ ଧନ୍ୟବାଦ ଦିଏ ବୋଲି ସେ କହିଛନ୍ତି। କୋରାପୁଟଠାରେ ଏମସ ସ୍ଥାପନ କରିବାକୁ ସେ ଦାବି କରିଥିଲେ। ପେସା ଆଇନ ଲାଗୁ କରିବା ସହ ଜିଲ୍ଲା ଭିତ୍ତିକ ନିଯୁକ୍ତି କରିବାକୁ ସେ ଦାବି କରିଥିଲେ। କୋରାପୁଟ ଦେଶିଆ ଭାଷାକୁ ମାନ୍ୟତା ପ୍ରଦାନ କରିବାକୁ ସେ ଦାବି କରିଥିଲେ। ପରବ ମଞ୍ଚରେ ଜୟପୁର ଓ ପଟ୍ଟାଙ୍ଗୀ ବିଧାୟକ ଦ୍ବୟ ପରବ ମଞ୍ଚରେ ବିଭିନ୍ନ ଦାବି ଉପସ୍ଥାପନାକୁ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ନାପସନ୍ଦ କରିଥିଲେ । ଜୟପୁର ଜଗନ୍ନାଥ ସାଗର ଉନ୍ନତିକରଣ ପାଇଁ ଅର୍ଥ ଖର୍ଚ୍ଚ କରାଗଲେ ମଧ୍ୟ ଉନ୍ନତି ହୋଇପାରୁ ନ ଥିବା ସେ ମଞ୍ଚରେ ପ୍ରକାଶ କରିଥିଲେ। ସାଂସଦଙ୍କ ଭାଷଣ ସରିଗଲା ପରେ ମଞ୍ଚରେ ବସିଥିବା ବେଳେ ଜୟପୁର ବିଧାୟକ କ୍ଷୁବ୍ଧ ହୋଇ ସାଂସଦଙ୍କୁ କିଛି କହୁଥିବା ଦେଖିବାକୁ ମିଳିଥିଲା।ଆମ୍ଭର ଲୋକକଳା ଓ ଲୋକନୃତ୍ୟ ମହାନ ଅଟେ ବୋଲି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା କଫି ତ୍ରୈମାସିକ ପତ୍ରିକା ଅରଣ୍ୟ ଗୁଜନ ଉନ୍ମୋଚନ କରାଯାଇଥିଲା। ସେହିପରି କଫି ମୋବାଇଲ ଆପ ଓ ପରବ ସ୍ମରଣିକା ଉନ୍ମୋଚନ କରାଯାଇଥିଲା। ମିଲେଟ ରାଣୀ ରାଇମତି ଘେଉରିଆ ଙ୍କୁ ପରବ ସମ୍ମାନରେ ସମ୍ମାନୀତ କରାଯାଇଥିଲା। ସହିଦ ଲକ୍ଷ୍ମଣ ନାୟକଙ୍କ ବଂଶଜ ମଧୁ ନାୟକଙ୍କୁ ପରବ ସମ୍ମାନରେ ସମ୍ମାନୀତ କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା କୋରାପୁଟ ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ଗୁଡ଼ିକର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା। କୋରାପୁଟ ଜିଲ୍ଲାରେ ୫୩ ପ୍ରକାର ଜନଜାତି ବାସ କରନ୍ତି। ଜନଜାତିଙ୍କ ଉନ୍ନତି ହେଲେ କୋରାପୁଟ ଜିଲ୍ଳାର ଉନ୍ନତି ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ମତବ୍ୟକ୍ତ କରିଥିଲେ।୫ ବର୍ଷରେ ଦେଢ଼ଲକ୍ଷ ସରକାରୀ ନିଯୁକ୍ତି ଦିଆଯିବ ବୋଲି ସେ କହିଛନ୍ତି।ମାର୍ଚ୍ଚ ମାସ ସୁଦ୍ଧା ନିର୍ମାଣଧିନ ସହୀଦ ଲକ୍ଷ୍ମଣ ନାୟକ ଅଧ୍ୟାପନା ମେଡ଼ିକାଲ କଲେଜ ଓ ହସପିଟାଲ ଉଦଘାଟନ କରାଯିବ।କୋରାପୁଟ ଏସପି ରୋହିତ ବର୍ମା ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଅତିରିକ୍ତ ଜିଲ୍ଲାପାଳ ଆଲୋମଣି ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।