ଶ୍ରୀ ସତ୍ୟସାଇ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ
ବାଲୁଗାଁ,-ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସ୍ଥିତ ଶ୍ରୀ ସତ୍ୟସାଇ ବିଦ୍ୟାମନ୍ଦିରର ୨୪ ତମ ବାର୍ଷିକ ଉତ୍ସବ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସୁନିଲ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଓଡିଶା ଆଇନ,ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ,ମୁଖ୍ୟ ବକ୍ତା ଭାବେ ସତ୍ୟସାଇ ସେବା ସମିତି ଜିଲ୍ଲା ସଭାପତି ବ୍ରଜ ସୁନ୍ଦର ମିଶ୍ର,ସଂମାନିତ ଅତିଥି ଭାବେ ପ୍ରାକ୍ତନ ପ୍ରାଧ୍ୟାପକ ଅନଙ୍ଗ ଭୀମ ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ।ଅତିଥି ଗହଣରେ ପ୍ରଦୀପ ପ୍ରଜ୍ବଳନ କରି ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଉତ୍ସବ ଶୁଭ ଉଦଘାଟନ କରାଯାଇଥିଲା।ସ୍ୱାଗତ ସଙ୍ଗୀତ ପରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ପଣ୍ଡା ସ୍ୱାଗତ ଅଭିଭାଷଣ ରଖିଥିଲେ।ଗୁରୁଜୀ ସ୍ୱାଧୀନ କୁମାର ମହାପାତ୍ର ମଞ୍ଚ ପରିଚାଳନା କରିଥିବା ବେଳେ ଗୁରୁମା ଶୋଭାରାଣୀ ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ।ଗୁରୁମା ଭାଗ୍ୟଲକ୍ଷ୍ମୀ ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ।ସୁସ୍ଥ ସମାଜ ଗଠନରେ କଠିନ ପରିଶ୍ରମ,ଉତ୍ତମ ପାଠପଢ଼ା ସାଙ୍ଗକୁ ସଂସ୍କୃତି,ଆଚାର,ବ୍ୟବହାର ଓ ବିକାଶ ନିହାତି ଆବଶ୍ୟକ ବୋଲି ମଞ୍ଚାସିନ ଅତିଥିମାନେ ପ୍ରେରଣା ଦେବାସହ ଶୈକ୍ଷିକ ପରିବେଶକୁ ସୁଦୃଢ କରିବା ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ।ଏଥିସହିତ ଏ ବିଦ୍ୟାଳୟରୁ ନିଜର ପ୍ରଚେଷ୍ଟା ଓ ଆପ୍ରାଣ ଉଦ୍ୟମରେ ଆଗାମୀ ଦିନରେ ବହୁ ଛାତ୍ରଛାତ୍ରୀ ଦେଶ ବିଦେଶରେ ସୁନାମ ଅର୍ଜନ କରି ଅଞ୍ଚଳର ବିକାଶ କରିବାକୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ପରାମର୍ଶ ଦେଇଥିଲେ।ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ଶିକ୍ଷାର୍ଥୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା।ଏହାପରେ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରାଯାଇଥିଲା।ଉକ୍ତ ଉତ୍ସବରେ ଅଭିଭାବକ,ଛାତ୍ରଛାତ୍ରୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମରେ ଗୁରୁଜୀ ପବିତ୍ର ମୋହନ ଦାସ ସଂଯୋଜନା କରିଥିବା ବେଳେ ପୁରସ୍କାର ବିତରଣ ଉତ୍ସବରେ ଗୁରୁଜୀ ପ୍ରଭାକର ବିଶ୍ବାଳଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟି ଓ କର୍ମଚାରୀମାନେ ପୂର୍ଣ୍ଣ ସହଯୋଗ କରିଥିଲେ।ପରିଶେଷରେ ଗୁରୁମା ଇତିଶ୍ରୀ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ।