December 18, 2024

ନୂତନ ଜିଲ୍ଲାଶ୍ରମ ଅଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କଲେ ଶ୍ରମିକ ନେତାଗଣ

Share

 

 

ବାଲେଶ୍ୱର(ଶେଖ୍ ନଜିମ୍): ବାଲେଶ୍ୱର ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ନୂତନ ଜିଲ୍ଲାଶ୍ରମ ଅଧିକାରୀ ଭାବେ ସଞ୍ଜୟ କେଶରୀ ପ୍ରଧାନ ଦାୟିତ୍ୱ ଗ୍ରହଣ କରିଛନ୍ତି l ଶ୍ରୀ ପ୍ରଧାନ ପୂର୍ବରୁ ବାଲେଶ୍ୱର ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ସହକାରୀ ଶ୍ରମ ଅଧିକାରୀ ଭାବେ କାର୍ଯ୍ୟ ଭାର ସମ୍ଭାଳି ନିଜର ଦକ୍ଷତା ପ୍ରତିପାଦିଦ କରିସାରିଛନ୍ତି l ଏପରିକି କରୋନା ମହାବିପତ୍ତି ସମୟରେ ବାଲେଶ୍ୱର ଜ଼ିଲ୍ଲା ପ୍ରଶାସନର ନିର୍ଦ୍ଧେଶ କ୍ରମେ ଜ଼ିଲ୍ଲାରେ ଅବସ୍ଥିତ ଶହସ୍ରାଧିକ ଶ୍ରମିକଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇବା ଠୁଁ ଆରମ୍ଭ କରି ସେମାନଙ୍କୁ ଉଦ୍ଧାର କରି ସୁରକ୍ଷିତ ଭାବେ ନିଜ ଅଞ୍ଚଳକୁ ପଠାଇବାର କାର୍ଯ୍ୟକୁ ନେଇ ଶ୍ରୀ ପ୍ରଧାନ ପ୍ରଶଂସନୀୟ l ସେଭଳି ଜଣେ ଦକ୍ଷ ଅଧିକାରୀଙ୍କୁ ପୁନଶ୍ଚ ଜ଼ିଲ୍ଲାଶ୍ରମ କାର୍ଯ୍ୟାଳୟରେ ଯୋଗଦାନ ପରେ କର୍ମକର୍ତ୍ତାଙ୍କ ଠୁଁ ଆରମ୍ଭ କରି ଶ୍ରମିକ ଓ ଶ୍ରମିକ ସଂଗଠନ ମାନଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି l ଏନେଇ ଶ୍ରୀ ପ୍ରଧାନଙ୍କୁ ବାଲେଶ୍ଵରର ବିଭିନ୍ନ ଶ୍ରମିକ ସଂଗଠନର ନେତା ମାନେ ଜ଼ିଲ୍ଲାଶ୍ରମ କାର୍ଯ୍ୟାଳୟ ଠାରେ ପହଞ୍ଚି ଶ୍ରୀ ପ୍ରଧାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମରେ ନିଖିଳ ଉତ୍କଳ ଗ୍ରାମୀଣ ଚାଷୀ ମୂଲିଆ ସଂଘର ଜିଲ୍ଲା ସଭାପତି ତଥା ବାଲେଶ୍ୱର ଜିଲ୍ଲା ନିର୍ମାଣ ଶ୍ରମିକ ସଂଗଠନ ସମନ୍ୱୟ କମିଟିର ସଭାପତି ବିକାଶ କୁମାର ଦାସ,ସଂକଳ୍ପ ନିର୍ମାଣ ଶ୍ରମିକ ସଙ୍ଘ ର ନେତା ବିରଞ୍ଚି କୁମାର ପ୍ରଧାନ,ସଞ୍ଜୟ ସାମଲ,ହରିଶ ଚନ୍ଦ୍ର ପାତ୍ର,ଦାମୋଦର ଦାସ,ରାଜେଶ ପ୍ରମୁଖ ଉପସ୍ଥିତ ଥିଲେ।