December 18, 2024

ବେଆଇନ ମାଙ୍କଡା ପଥର ଖଣି ବନ୍ଦ ପାଇଁ କୁମାରବସ୍ତ ଗ୍ରାମବାସୀ କଲେ ଦାବୀ …

Share

ଖୋର୍ଦ୍ଧା(ପ୍ରିୟଙ୍କା ମହାପାତ୍ର) ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ କୁମାରବସ୍ତ ମୋୖଜ଼ା ରେ ଥିବା ଭୂଆସୁଣୀ ମନ୍ଦିର ପାଖରୁ ଶହ, ଶହ ଏକର ଗୋଚର ଓ ଜଙ୍ଗଲ କିସମ ଜମି ଥିବାବେଳେ ସେହି ଗ୍ରାମର କିଛି ଅସାଧୁ ବ୍ୟକ୍ତି ମାନେ ବେଆଇନ ଭାବରେ ଦୀର୍ଘ ଦିନ ଧରି ସେହି ସ୍ଥାନ ରୁ ମାଙ୍କଡା ପଥର ଓ ମୋରମ ଚୋରା ଚାଲାଣ ହେଉଥିବାର ଦେଖିବାକୁ ମିଳିଛି l ରାଜ୍ୟ ସରକାର ଙ୍କ ର କୋଟି, କୋଟି ଟଙ୍କା ରାଜସ୍ବ କ୍ଷତି ହେଉଛି ଯାହାଫଳ ରେ କି ଚାଷ ଜମିକୁ ପାଣି ଜାଉ ନ ଥିବାରୁ ଏଗୁଡିକ ଏବ ପଡିଆ ପଡୁଛି ଓ ଏହିବାଟ ଦେଇ ମଧୁପୁର ଓ ମହୁଲ କୁ ଯାତାୟାତ କରିବା ସଂପୂର୍ଣ୍ଣ ବନ୍ଦ ହେବାକୁ ବସିଲାଣି l ଲୋକମନଙ୍କର ଜିବାଆସିବା ପାଇଁ ନାହିଁ ନଥିବା ଅସୁବିଧା ହେଉଅଛି l ବର୍ଷାଦିନେ ଉକ୍ତ ଖଣି ରେ ପାଣି ଜମି ରହିବା ଫଳରେ ଏହାର ଆଖ ପାଖରେ ଚରୁଥିବା, ଗାଈ, ଗୋରୁ ଏବଂ ବନ୍ୟ ଜନ୍ତୁ ଏହି ଗଭୀର ଗର୍ତ୍ତ ରେ ପଡି ମୃତ୍ୟୁ ବରଣ କରୁଛନ୍ତି l ଏପରିକି କୁମାରବସ୍ତ ମୋୖଜ଼ା କୁ ଲାଗି ରହିଥିବା ରତନପୁର ଏବଂ ମଧୁପୁର ସଂରକ୍ଷଣ ଜଙ୍ଗଲ ରେ ଥିବା ମୂଲ୍ୟବାନ ଗଛ ଗୁଡିକୁ ଦୁର୍ବୁତ୍ତ ମାନେ କାଟିଦେବା ସହିତ ଜେସିବି ମେସିନ ସାହାଯ୍ୟ ରେ ଜଙ୍ଗଲ ଜମି କୁ ସଫା କରି ମାଙ୍କଡା ପଥର ଖନନ କରିବା ସହିତ ଚୋରା ଚାଲାଣ ହେଉଅଛି l ଏ ସଂକ୍ରାନ୍ତ ରେ କୁମାରବସ୍ତ ଗ୍ରାମରେ ଏକ ଗ୍ରାମସଭା ଡକାଯାଇ ଏହି କ୍ରାର୍ଯ୍ୟା ଗୁଡିକ ନ କରିବାପାଇଁ ଗ୍ରାମର ସଭାପତି ଙ୍କ ସହିତ ଅନ୍ୟ ସଦସ୍ୟ ମାନେ କହିଥିଲେ ମଧ୍ୟ ମାଙ୍କଡା ପଥର ଓ ମୋରମ ଚୋରାଚାଲାଣକାରୀ ମାନେ ଏହାକୁ କର୍ଣ୍ଣପାତ କରୁନାହାନ୍ତି l ଏହାକୁ ନେଇ ଗ୍ରାମରେ ଚାପାଉତ୍ତେଜନା ଲାଗି ରହିଥିବାବେଳେ ଭବିଷ୍ୟତ ରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା କୁ ଏଡାଇ ଦିଆଯାଇନପାରେ l ଏ ସମ୍ପର୍କରେ କୁମାରବସ୍ତ ଗ୍ରାମବାସୀ ମାନେ ଖୋର୍ଦ୍ଧା ଜ଼ିଲ୍ଲାପାଳ ଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ସହିତ ବେଆଇନ ଖଣି ଖନନ କୁ ସମ୍ପୂର୍ଣ ବନ୍ଦ କରିବା ସହିତ ଗୋଚର ଓ ଜଙ୍ଗଲ ଜମି କୁ ସୁରକ୍ଷା ପ୍ରଦାନ କରିବାକୁ ଦାବୀ କରିଛନ୍ତି l