ମହୋତ୍ସବ କମିଟି ର ମନମୁଖୀ କାର୍ଯ୍ୟ ଉପରେ କେବେ ଲାଗିବ ରୋକ୍
ଖୋର୍ଦ୍ଧା : (ପ୍ରିୟଙ୍କା ମହାପାତ୍ର) ଖୋର୍ଦ୍ଧା ହାବେଳୀ ପଡ଼ିଆରେ ଠାରେ ୧୫ତାରିଖରୁ ଆରମ୍ଭ ହୋଉଥିବା କାର୍ଯ୍ୟକ୍ରମ ଖୋର୍ଦ୍ଧା ମହୋତ୍ସବକୁ ନେଇ ଏବେ ଦେଖ ଦେଇଛି ଅସନ୍ତୋଷ । ମହୋତ୍ସବର ଆୟୋଜକ ନ୍ୟୁ ଥିଙ୍କିଙ୍ଗ ଫୋରମ କମିଟି ସ୍ଥାନୀୟ ଲୋକଙ୍କ ଅଭିଯୋଗ ଓ ଲୋକ ମାନଙ୍କ ସମସ୍ୟା ପ୍ରତି ଗୁରୁତ୍ବ ଦେଉନାହିଁ । ଏ ବର୍ଷା ସ୍ଥାନୀୟ ହାବେଳୀ ପଡ଼ିଆଠାରେ ଖୋର୍ଦ୍ଧା ମହୋତ୍ସବ ହେଉ ଥିବାର ଦେଖିବାକୁ ମିଳିଛି । ତେବେ ମହୋତ୍ସବ ପାଖରେ ଥିବା ପୋଖରିକୁ ପୋତି ଦେଇ ସେଠାରେ ମିନାବଜାର ହେଇଥିବାର ଦେଖିବାକୁ ମିଳିଛି। ଯାହାକି ଆଇନ୍ କୁ ଆଖି ଠାର ପର ଦେଖାଯାଉଅଛ । ଖୋର୍ଦ୍ଧା ପୌର ପରିଷଦ ପକ୍ଷରୁ ମହୋତ୍ସବ କମିଟିକୁ ଜଝାରସିଂହ ମୌଜାର ୨୩୯୭, ୨୩୯୮ ଏଵଂ ୨୬୮୯ ପ୍ଲଟ ଉପରେ ମହତ୍ସବ କରିବାକୁ ଅନୁମତି ଦିଆଯାଇଥିବା ବେଳେ କମିଟିର ଚନ୍ଦା ମୁଣ୍ଡିଆ ମାନଙ୍କ ଲୋଲୁପ ଦ୍ରୁଷ୍ଟି ପଡିଛି ପାଖରେ ଥିବା ୨୬୮୬ ପ୍ଲଟ, ଯାହାକି ପୋଖରୀ ବୋଲି ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଅଛି, ବର୍ତ୍ତମାନ କୌଣସି ପ୍ରକାରର ଅନୁମତି ନ ନେଇ ଉକ୍ତ ପ୍ଲଟକୁ ମୋରମ ପକାଇ ପୋତି ଦେବା ସହିତ ସେଠାରେ ରାମଦୋଳି, ମୌତ୍ କା କୁଆଁ ସମେତ ଅନେକ ଖେଳ ଆୟୋଜନ କରିବାରେ ବ୍ୟସ୍ତ । ଏ ନେଇ ସ୍ଥାନୀୟ ଗ୍ରାମବାସ ଖୋର୍ଦ୍ଧା ଉପ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିବା ସହିତ ତୁରନ୍ତ ୧୫୨ ବି.ଏନ.ଏସ.ଏସ ଲାଗୁ କରିବାକୁ ପିଟିସନ ଦାଖଲ କରିଥଲେ। ଆଜି ଉପ-ଜିଲ୍ଲାପାଳ ଶ୍ରୀ ଦୀପ୍ତିରଞ୍ଜନ ସେଠୀ ପତ୍ର ସଂଖ୍ୟା ୮୫୬୧ରେ ଖୋର୍ଦ୍ଧା ତହସିଲଦାରଙ୍କୁ ଭକ୍ତ ଜମିର ସ୍ବତଃ ଯାଞ୍ଚ ସହିତ ମହୋତ୍ସବ କମିଟି ନାମରେ ଆସିଥିବା ଅଭିଯୋଗ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଉପ ଜିଲ୍ଲାପାଳଙ୍କ ଦ୍ବାରା ଜାରି ନିର୍ଦ୍ଦେଶନାମାକୁ କେତେଦୁର ପାଳନ କରୁଛନ୍ତିା ତାହା ଦେଖିବାକୁ ବାକି ରହିଲା ।