December 18, 2024

ଧନୁ ସଂକ୍ରାନ୍ତିରୁ ବିଭିନ୍ନ ମନ୍ଦିରରେ ପହିଲି ଭୋଗ ନୀତି ଆରମ୍ଭ

Share

ବୁଗୁଡା : ତା ୧୬/୧୨/୨୪ : ପବିତ୍ର ପୌଷ ଧନୁ

ସଂକ୍ରାନ୍ତି ଠାରୁ ବୁଗୁଡ଼ା ଅଞ୍ଚଳର ବିଭିନ୍ନ ମନ୍ଦିରରେ

ପହିଲି ଭୋଗ ନୀତି ଆରମ୍ଭ ହୋଇଯାଇଛି । ବୁଗୁଡା

ସହରାଞ୍ଚଳର ବିରଞ୍ଚି ନାରାୟଣ ମନ୍ଦିର,ବଳଦେବ ମନ୍ଦିର , କାଳୀ ମନ୍ଦିର ଓ ମାଳିଝୋଳା ମନ୍ଦିର ସମେତ ଗ୍ରାମାଞ୍ଚଳରେ ମରେଇପଲ୍ଲୀର କାଳୀ ମନ୍ଦିର , କାଦପଡାର ଜଗନ୍ନାଥ ମନ୍ଦିର, ଆଦିପୁରର ଜଗନ୍ନାଥ ମନ୍ଦିର, କୈଳାସ ନଗରର ରାଧାକୃଷ୍ଣ ମନ୍ଦିର,କତକଲାର ଦଧିବାମନ ମନ୍ଦିର ଓ ଠାକୁରାଣୀ ମନ୍ଦିର,ବିରଞ୍ଚିପୁରର ପଞ୍ଚମୁଖୀ ହନୁମାନ ମନ୍ଦିର ଓ ଗୋପୀନାଥ ମନ୍ଦିର ,କଦମ୍ବ ମଠର ରଘୁନାଥ ମନ୍ଦିର,ବି.କରଡ଼ାବାଡ଼ିର ରାଧାକୃଷ୍ଣ ମନ୍ଦିର, ନୂଆଁ ଦଦରାଖୋଲର ଗୋପୀନାଥ ମନ୍ଦିର, ଭଗବାନପୁର ରାଧାକୃଷ୍ଣ ମନ୍ଦିର, କରଚୁଲିର ଲକ୍ଷ୍ମୀ ନାରାୟଣ ମନ୍ଦିର,ବାଲିପଦରର ରଘୁନାଥ ସ୍ବାମୀ ମନ୍ଦିର ଓ ଜଗନ୍ନାଥ

ମନ୍ଦିର, ଅରଖପୁରର ରାଧାକୃଷ୍ଣ ମନ୍ଦିର, ବିଷ୍ଣୁଚକ୍ରର

ହୟଗ୍ରୀବ ନାରାୟଣ ମନ୍ଦିର, କଞ୍ଚୁରୁର ନୃସିଂହନାଥ

ମନ୍ଦିର, ଅନ୍ତରପଡାର ରଘୁନାଥ ସ୍ବାମୀ ମନ୍ଦିର,

ତାଳସାକରର ଜଗନ୍ନାଥ ମନ୍ଦିର,ମୋଟାବାଡ଼ିର

ରାଧାକୃଷ୍ଣ ମନ୍ଦିର, ଡାକରାବାଡିର କାଳୀ ମନ୍ଦିର,

ଭାମଶିଆଳିର କାଳୀ ମନ୍ଦିର, ଗୋଲିଆର ଜଗନ୍ନାଥ

ମନ୍ଦିର, ବାଦୁଆର ରାଧାକୃଷ୍ଣ ମନ୍ଦିର,ଚିରିକିପଡାର

କାଳୀ ମନ୍ଦିର, କାନକୁଟୁରୁର ଜଗନ୍ନାଥ ମନ୍ଦିର ଓ

ସଙ୍କୁରୁର ଗୋପୀନାଥ ମନ୍ଦିରରେ ଧନୁ ମୁଆଁ ଭୋଗ ସହ

ପହିଲି ଭୋଗ ଆରମ୍ଭ ହୋଇଛି । ଭୋଗ ପାଇଁ ଖିରି ଓ

ପୁଳି ସମେତ ଅନେକ ପ୍ରକାରର ସ୍ବାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ

ପୂର୍ବକ ବ୍ରାହ୍ମ ମୁହୂର୍ତ୍ତରେ ମଙ୍ଗଳ ଆଳତି ପରେ

ସୂର୍ଯ୍ୟୋଦୟ ପୂର୍ବରୁ ମନ୍ଦିରରେ ପହିଲି ଭୋଗ ନୀତି

ପାଳନ କରାଯାଏ । ଧନୁ ସଂକ୍ରାନ୍ତି ଠାରୁ ଆରମ୍ଭ

ହୋଇଥବା ଏହି ପହିଲି ଭୋଗ ନୀତି ଆଗାମୀ ମକର

ସଂକ୍ରାନ୍ତିର ପୂର୍ବଦିନ ପର୍ଯ୍ୟନ୍ତ ଚାଲିବାକୁ

ଥିବାବେଳେ ପହିଲି ଭୋଗ ପାଇଁ ଅଞ୍ଚଳର ଶ୍ରଦ୍ଧାଳୁଙ୍କ

ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।