ବାଘମାରୀ ନିକଟରେ ଯାତ୍ରୀବାହୀ ବସ୍ ଦୁର୍ଘଟଣା
ଖୋର୍ଦ୍ଧା-: (ପ୍ରିୟଙ୍କା ମହାପାତ୍ର)ଖୋର୍ଦ୍ଧା ରୁ ବଲାଙ୍ଗୀର ୫୭ ନଂ ରାଜପଥ ବାଘମାରୀ ନିକଟରେ ଓଲଟିଲା ଯାତ୍ରୀବାହୀ ବସ୍ । ଛୋଟ ପିଲା ସମେତ ୭ରୁ ୮ଜଣ ଯାତ୍ରୀ ଆହତ ହୋଇ ଖୋର୍ଦ୍ଧା ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି ହୋଇଥିବାର ସୂଚ଼ନା ମିଳିଛି । ସୂଚନା ଅନୁଯାୟୀ, ଗଞ୍ଜାମ ସୋରଡ଼ାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା ଏକ ଘରେଇ ଚକାଡୋଳା ନାମକ ଯାତ୍ରୀବାହୀ ବସ୍ଟି ଖୋର୍ଦ୍ଧା ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ବାଘମାରୀ ଠାରେ ରାସ୍ତାକଡ଼ରେ ଥିବା ଏକ ଇଲେକ୍ଟ୍ରି ଖୁଣ୍ଟିକୁ ଧକା ଦେଇ ରାସ୍ତା ତଳକୁ ଓଲଟି ପଡ଼ିଥିଲା ଏହି ଦୁର୍ଘଟଣାଟି ମଧ୍ୟ ରାତ୍ର ସମୟରେ ହୋଇଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୁତ୍ରରୁ ଜଣାପଡିଛି । ବସ୍ର ଆପତକାଳୀନ ଝରକା ଦେଇ ଯାତ୍ରୀ ମାନେ ବାହାରକୁ ବାହାରିଥିଲେ। ଏକ ୧୨ ବର୍ଷ ନାବାଳକର ହାତ ତଳେ ଚାପି ହୋଇ ରହିଯାଇଥିଲା ତାକୁ ଜେସିପି ସାହାଯ୍ୟରେ ବାହାରକୁ ବାହାର କରାଯାଇଥିଲା।ବସ୍ ର ସମସ୍ତ ଆହତ ଯାତ୍ରୀମାନଙ୍କୁ ସ୍ଥାନୀୟ ଲୋକେ ଓ ପୋଲିସ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ଜଣାପଡ଼ିଛି। ବସ୍ରେ ପ୍ରାୟ ୬୦ ଯାତ୍ରୀ ଥିବାର ଜଣାପଡ଼ିଛି। ତେବେ ଦୁର୍ଘଟଣାର କାରଣ କ’ଣ ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ଡ୍ରାଇଭରଙ୍କ ଆଖି ଲାଗିଯିବା କିମ୍ବା କୁହୁଡ଼ି କାରଣ ବୋଲି ଅନୁମାନ କରାଯାଉଛି