ଉମରକୋଟ ଜେପି ଏଜୁକେସନାଲ ଟ୍ରଷ୍ଟ ୨୦୨୫ ବୃତ୍ତି ପରୀକ୍ଷା ଅନୁଷ୍ଠିତ,୧୧୨ ମେଧାବୀ ଛାତ୍ର ଛାତ୍ରୀ ଙ୍କ ପରୀକ୍ଷାରେ ଅଂଶ ଗ୍ରହଣ କରିଥିଲେ
![](https://upantaodisha.com/wp-content/uploads/2024/12/IMG-20241216-WA0040-1024x768.jpg)
ଉମରକୋଟ :- (ଏମ୍ .ଦିନା°ଶୁ ଆଚାରୀ) ବିଶିଷ୍ଟ ଶିକ୍ଷାବିତ୍ ତଥା ବରିଷ୍ଟ ନେତା ଜୟ ଦେବ କୁମାର ପରିଡ଼ା ଙ୍କ ୭୮ ତମ ଜନ୍ମ ବାର୍ଷିକ ଉପଲକ୍ଷେ ଜେପି ଏଜୁକେସନାଲ ଟ୍ରଷ୍ଟ ପକ୍ଷରୁ ବୃତ୍ତି ପରୀକ୍ଷା ୨୦୨୫ ଆଜି ସ୍ଥାନୀୟ ଶହୀଦ ଲକ୍ଷ୍ମଣ ନାୟକ ପବ୍ଲିକ ସ୍କୁଲ ଠାରେ ଅନୁଷ୍ଠିତ ହେଇଥିଲା। ଆଜିର ପରୀକ୍ଷାରେ ଉମରକୋଟ ସହର ଓ ବ୍ଲକରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ରେ ପଡୁଥିବା ଦଶମ ଶ୍ରେଣୀ ର ମୋଟ ୧୧୨ଜଣ ଛାତ୍ର ଛାତ୍ରୀ ପରୀକ୍ଷା ରେ ଅଂଶ ଗ୍ରହଣ କରି ଥିଲେ। ମେଧାବୀ ଓ ଆର୍ଥିକ ଅନଗ୍ରସର ଶ୍ରେଣିର ମୋଟ ୬ ଜଣ ଛାତ୍ର ଛାତ୍ରୀ ଙ୍କୁ ଜେପି ଏଜୁକେସନାଲ ଟ୍ରଷ୍ଟ ପକ୍ଷରୁ ୨୦୨୪ ମସିହାରୁ ଏହି ବୃତ୍ତି ପ୍ରଦାନ କରାଯାଉଛି। ପରୀକ୍ଷ।ରେ କୃତିତ୍ୱ ହାସଲ କରିଥିବା ଉମରକୋଟ ପୌର ପରିଷଦ ର ୨ଜଣ ଓ ବ୍ଲକ୍ ର ୪ ଜଣ ଛାତ୍ର ଛାତ୍ରୀ ଙ୍କୁ ୧୫୦୦୦/ ଟଙ୍କା ଚେକ ମାଧ୍ୟମ ରେ ପ୍ରଦାନ କରାଯିବ । କୃତି ଛାତ୍ର ଛାତ୍ରୀ ମାନେ ଏହି ରାଶିରେ ସରକାରୀ କଲେଜ ରେ ଯୁକ୍ତ ୨ ରେ ନାମ ଲେଖାଇବା ସହ ୟୁନିଫର୍ମ କିଣି ପାରିବେ। ଏହି ଅର୍ଥ ଆସନ୍ତା ଫେବୃୟାରୀ ୩ତାରିଖ ଦିନ ଜୟ ଦେବ କୁମାର ପରିଡ଼ାଙ୍କ ୭୮ତମ ଜନ୍ମ ବାର୍ଷିକ ଦିନ ଚେକ୍ ମାଧ୍ୟମ ରେ ପ୍ରଦାନ କରାଯିବ। ପରୀକ୍ଷା ଫଳ ଜାନୁଆରୀ ଦ୍ଵିତୀୟ ସପ୍ତାହ ରେ ପ୍ରକାଶ ପାଇବ। ଆର୍ଥିକ ଅନଗ୍ରସର ଛାତ୍ର ଛାତ୍ରୀ ମାନେ ଆର୍ଥିକ ଅନଟନ ରୁ ଦଶମ ଶ୍ରେଣୀ ପୂର୍ବରୁ ପାଠ ଛାଡି ଦେଉଛନ୍ତି ଏହି ବୃତ୍ତି ରାଶି ସେମାନଙ୍କୁ ପାଠ ପଡ଼ିବ। ପାଇଁ ସହାୟକ ହେବ ବୋଲି ବୋଲି ଟ୍ରଷ୍ଟର ଅଧକ୍ଷ ଜୟ ଦେବ କୁମାର ପରିଡ଼ା ମତ ପ୍ରଦାନ କରିଛନ୍ତି।