December 18, 2024

ନବରଙ୍ଗପୁର ଜିଲ୍ଲା ରାଇଘର ଠାରେ ଥିବା ସହୀଦ ଲକ୍ଷ୍ମଣ ନାୟକ ପବ୍ଲିକ ସ୍କୁଲ ଠାରେ ବାର୍ଷିକ କ୍ରୀଡା ଉତ୍ସବ ପାଳିତ..

Share

ନବରଙ୍ଗପୁର:-(ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ରାଇଘର ସଦର ମହକୁମା ଠାରେ ଥିବା ସହୀଦ ଲକ୍ଷ୍ମଣ ନାୟକ ପବ୍ଲିକ ସ୍କୁଲ ଠାରେ ୨ ଦିନ ଧରି ଅର୍ଥାତ ୧୩ ତାରିଖ ଏବଂ ୧୪ ତାରିଖ ଏହି ଦୁଇଦିନ ଧରି ୨୫ ତମ ବାର୍ଷିକ କ୍ରୀଡା ଉତ୍ସବ ପାଳିତ ହୋଇଯାଇଛି। ଏହି କ୍ରୀଡା ଉତ୍ସବରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ସ୍କୁଲ କମିଟିର ସଦସ୍ୟ ଙ୍କ ସହ ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନେ ଜୋଗ ଦେଇ ଥିଲେ,ପ୍ରଥମ ଦିନରେ ଛାତ୍ରଛାତ୍ରୀମାନେ ମଶାଲ ଶୋଭାଯାତ୍ରାରେ ବାହାରି ରାଇଘର ମିନିଷ୍ଟାଡିୟମ ପଡିଆଠାରେ ପହଞ୍ଚିବା ପରେ ସ୍କୁଲ ସଭାପତି ଜୟଦେବ ପରିଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ, ବିଦ୍ୟାଳୟ ର ସମ୍ପାଦିକା ଓମପ୍ରଭା ସାହୁ, ସ୍କୁଲ କମିଟି ସଭ୍ୟ ଦୟାଲ ମିତ୍ର, ଟ୍ରଷ୍ଟ୍ରି ରଶ୍ମିରଞ୍ଜନ ପରିଡା, ଖେଳ ଶିକ୍ଷକ ରବିଶଙ୍କର ପଟ୍ଟନାୟକ, ପ୍ରଧାନଶିକ୍ଷକ ମନୋରଞ୍ଜନ ଦାସ ଯୋଗ ଦେଇ କ୍ରୀଡା ଉତ୍ସବ କୁ ଆରମ୍ଭ କରିଥିଲେ,ପ୍ରଥମ ଦିନରେ ୧୦୦ ମିଟର ଦୌଡ଼,ଚକଲେଟ ରେସ,ଥ୍ରୋବଲ,ସର୍ଟଫୁଟ, ଲଙ୍ଗଫୁଟ, ଲଙ୍ଗ ଜମ୍ପ, ବେଙ୍ଗ ଡିଆଁ, ଦୌଡ଼ ଡିଆଁ ଇତ୍ୟାଦି ଖେଳ ଗୁଡିକ ଆରମ୍ଭ ହୋଇଥିଲା,ଏହି କ୍ରୀଡାକୁ ବିଦ୍ୟାଳୟ ର ଫିରୋଜା ମିସ, ସଂଚାରୀ ମିସ, ବୋବି ମିସ, ଜ୍ୟୋତି ମିସ,ମାନସୀ ମିସ, କବିତା ମିସ,ନମିତା ମିସ,ସୁଷମା ମିସ,ଅନୁ ମିସ,ସୋନି ସାର, ସଞ୍ଜୟ ସାର,ଶେଖର ସାର,ସାବତ ସାର,ଜୟଦେବ ସାର,ଅନିଶା ମିସ,ଅମିତା ମିସ,ସୁନା ସାର,ମୁକେଶ ସାର,ନନ୍ଦୀ ସାର ଙ୍କ ସମେତ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ କ୍ରୀଡାକୁ ପରିଚାଳନା କରିଥିବା ବେଳେ ଖେଳ ର ଇନଚାର୍ଜ ଶେଖର ସାର ତୁଲେଇଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ଶ୍ଵତୀ ମିସ ଏବଂ ବିଶ୍ୱ ସାର,କ୍ରୀଡା ର ଶେଷ ଦିନ ବିଦ୍ୟାଳୟ ରେ ଅଭିଭାବକ ମାନଙ୍କ ଦ୍ୱାରା ଖେଳ ପ୍ରତିଯୋଗିତା କାର୍ଯ୍ୟକ୍ରମ କରାଯାଇଥିଲା ଫଳରେ ଅଭିଭାବକ ମାନଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଥିଲା, ଖେଳରେ ବିଜେତା ହୋଇଥିବା ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନଙ୍କୁ ମାନପତ୍ର ସହ ପୁରସ୍କୃତ କରାଯାଇଥିଲା ଏବଂ ଛୋଟ ଛୋଟ ଛାତ୍ରଛାତ୍ରୀ ଙ୍କ ଯେମିତି ଖେଳ ପ୍ରତି ଉତ୍ସାହ ଭରି ରହିବ ସେଥିପାଇଁ ଛୋଟ ଛୋଟ ଛାତ୍ରଛାତ୍ରୀ ଙ୍କୁ ବିଦ୍ୟାଳୟ ତରଫରୁ ପୁରସ୍କୃତ କରାଯାଇଥିଲା।